ଜାତୀୟ ରାଜପଥରୁ ଅବରୋଧ ହଟାଇବାକୁ ନିର୍ଦ୍ଦେଶ

Advertisment
ଜାତୀୟ ରାଜପଥରୁ ଅବରୋଧ ହଟାଇବାକୁ ନିର୍ଦ୍ଦେଶ

unfoldbangla.com

ନୂଆଦିଲ୍ଲୀ : ଜାତୀୟ ରାଜମାର୍ଗ ପାର୍ଶ୍ବକୁ ବେଆଇନ ଜବରଦଖଲ କରିଥିବା ଢାବା ଓ ଦୋକାନ ଉପରେ ଏଣିକି ବୁଲଡୋଜର୍‌ ଚାଲିବ। କେନ୍ଦ୍ର ସରକାର ଏହି ମର୍ମରେ ଓଡ଼ିଶା ସମେତ ସମସ୍ତ ରାଜ୍ୟକୁ ନିର୍ଦ୍ଦେଶ ଦେଇଛନ୍ତି। ରାଜମାର୍ଗ ପାର୍ଶ୍ବ ଓ ପ୍ରମୁଖ ସେତୁମାନଙ୍କ ନିକଟରେ ବେଆଇନ ନିର୍ମାଣକୁ ତୁରନ୍ତ ହଟାଇବା ଓ ଏବଂ ଯାତାୟାତକୁ ସୁଗମ କରିବାକୁ ନିର୍ଦ୍ଦେଶରେ କୁହାଯାଇଛି। ଏଥି ସହିତ କେନ୍ଦ୍ର ସରକାର ଜାତୀୟ ରାଜମାର୍ଗ ନିୟନ୍ତ୍ରଣ (ଜମି ଓ ଯାତାୟାତ) ଆଇନ-୨୦୦୨କୁ କଡ଼ାକଡ଼ି ଭାବେ ପାଳନ କରିବାକୁ ରାଜ୍ୟମାନଙ୍କୁ କହିଛନ୍ତି।

କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରାଳୟ ଏ ନେଇ ମୁଖ୍ୟ ଶାସନ ସଚିବ, ଏନ୍‌ଏଚ୍‌ଏଆଇ ଏବଂ ରାଜମାର୍ଗ ନିର୍ମାଣ କରୁଥିବା ସଂସ୍ଥାମାନଙ୍କୁ ପତ୍ର ଲେଖିଛନ୍ତି। ପତ୍ରରେ ଛତିଶଗଡ଼ର ଉଦାହରଣ ଦିଆଯାଇଛି। କୁହାଯାଇଛି ଯେ ଢାବା ଓ ଫଳବିକ୍ରେତା ଛତିଶଗଡ଼ର ପ୍ରମୁଖ ସେତୁମାନଙ୍କ ନିକଟରେ ଥିବା ରାଜପଥକୁ ମାଡ଼ିବସିଛନ୍ତି। ଯାହାକି ସଡ଼କ ଦୁର୍ଘଟଣାର ପ୍ରମୁଖ କାରଣ ପାଲଟିଛି। ଜବରଦଖଲ ହଟାଇବାକୁ ନେଇ କ୍ଷେତ୍ରୀୟ ଅଧିକାରୀମାନେ ସମ୍ବେଦନଶୀଳ ସହ ସଚେତନ ହେବା ପାଇଁ ପରାମର୍ଶ ଦିଆଯାଇଛି। ଏଠାରୁ ସମସ୍ତ ପ୍ରକାର ବେଆଇନ ଜବରଦଖଲ ହଟାଇବ‌ା ପାଇଁ ବିଭିନ୍ନ ସମୟରେ ଅଭିଯାନ ଚଳାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe