କେରଳରେ ଏକାଦଶ ପରୀକ୍ଷା ସ୍ଥଗିତ ରଖିବାକୁ ନିର୍ଦ୍ଦେଶ

Advertisment
ଗଣଶିକ୍ଷା ବିଭାଗ ଓ ଅନ୍‌ଏକାଡେମି ମଧ୍ୟରେ ବୁଝାମଣା: ପ୍ରତିଯୋଗିତା ପରୀକ୍ଷା ପାଇଁ ପ୍ରସ୍ତୁତ ହେବେ ଛାତ୍ରଛାତ୍ରୀ

The News Minute

ତିରୁଅନନ୍ତପୁରମ୍‌ : କେରଳରେ କୋଭିଡ୍‌ ସ୍ଥିତି ଅତ୍ୟନ୍ତ ଚିନ୍ତାଜନକ। ତେଣୁ ରାଜ୍ୟରେ ଅଫଲାଇନ୍‌ ଭାବେ ଏକାଦଶ ପରୀକ୍ଷା କରିବାପାଇଁ ରାଜ୍ୟ ସରକାର ଯେଉଁ ନିଷ୍ପତ୍ତି ନେଇଥିଲେ ତା’ ଉପରେ ରୋକ୍‌ ଲଗାଇ ଦେଇଛନ୍ତି ସୁପ୍ରିମକୋର୍ଟ। ସପ୍ତାହକ ଯାଏଁ ପରୀକ୍ଷା ନକରିବାପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ୍‌ ଏଏମ ଖାନୱିଲକର, ଜଷ୍ଟିସ ହୃଷିକେଶ ରାୟ ଏବଂ ଜଷ୍ଟିସ ସିଟି ରବିକୁମାରଙ୍କ ଖଣ୍ଡପୀଠ କହିଛନ୍ତି, କେରଳରେ ଅତି ସାଂଘାତିକ ସ୍ଥିତି ଉପୁଜିଛି। ଦେଶରେ ୭୦ ପ୍ରତିଶତରୁ ଅଧିକ ମାମଲା କେବଳ କେରଳରେ ରହିଛି। ଏହାଦ୍ବାରା ପିଲାମାନେ ବିପଦର ସମ୍ମୁଖୀନ ହୋଇପାରନ୍ତି। ‌ତେଣୁ କୋର୍ଟ ପରୀକ୍ଷା ସପ୍ତାହକ ପାଇଁ ବନ୍ଦ ରଖିଛନ୍ତି।

ଉଲ୍ଲେଖଯୋଗ୍ୟ, ସେପ୍ଟେମ୍ବର ୬ ତାରିଖରେ କେରଳରେ ଅଫଲାଇନ୍‌ ଭାବେ ଏକାଦଶ ପରୀକ୍ଷା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ। କିନ୍ତୁ ଏହ‌ାକୁ ବିରୋଧ କରି ସୁପ୍ରିମକୋର୍ଟରେ ଆବେଦନ ହୋଇଥିଲା। କୋର୍ଟ ଏହି ଆବେଦନର ଶୁଣାଣି କରି ଆଜି ଏଭଳି ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି। ଶୁଣାଣି ସମୟରେ ଖଣ୍ଡପୀଠ କେରଳ ସରକାରଙ୍କୁ କହିଥିଲେ, ପରୀକ୍ଷା ହେବାପରେ ରାଜ୍ୟ ସରକାର ରାଜ୍ୟରେ କୌଣସି ଜଣେ ହେଲେ ଶିଶୁ ସଂକ୍ରମିତ ହେବେ ନାହିଁ ବୋଲି ପ୍ରତିଶ୍ରୁତି ଦେଇପାରିବେ କି। ଯଦି ଜଣେ ବି ଶିଶୁ ସଂକ୍ରମିତ ହେବେ ତେବେ ସରକାର ଏଥିପାଇଁ ଦାୟୀ ରହିବେ। ଏନେଇ ପ୍ରତିଶ୍ରୁତି ମାଗିବାପରେ ରାଜ୍ୟ ସରକାରଙ୍କ ଓକିଲ ଖଣ୍ଡପୀଠଙ୍କୁ କହିଥିଲେ, ଏଭଳି ପ୍ରତିଶ୍ରୁତି ଦେଇହେବନି। ତେଣୁ ସୁପ୍ରିମକୋର୍ଟ ସପ୍ତାହକ ପାଇଁ ପରୀକ୍ଷା ବନ୍ଦ ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe