ନିର୍ବନ୍ଧ ପାଇଁ ଗାଉନ ଅର୍ଡର କରିଥିଲେ ଯୁବତୀ, ଆସିଲା ମିନି ଡ୍ରେସ୍

Advertisment
ନିର୍ବନ୍ଧ ପାଇଁ ଗାଉନ ଅର୍ଡର କରିଥିଲେ ଯୁବତୀ, ଆସିଲା ମିନି ଡ୍ରେସ୍

aajtak

ନୂଆଦିଲ୍ଲୀ: ନିର୍ବନ୍ଧ ପାଇଁ ଗାଉନ ଅର୍ଡର କରିଥିଲେ ଯୁବତୀ। ଆସିଲା ମିନି ଡ୍ରେସ୍। ଆମେରିକାରେ ରହୁଥିବା ଜୁଜାନାଙ୍କ ସହ ଘଟିଛି ଏଭଳି ଘଟଣା। ଆମାଜନରୁ ନିଜ ନିର୍ବନ୍ଧ ପାଇଁ ଏକ ଗାଉନ୍ ଅର୍ଡର କରିଥିଲେ ଜୁଜାନା। କିନ୍ତୁ ଯେତେବେଳେ ଅର୍ଡର ଡେଲିଭର ହୋଇଥିଲା ଭିତରେ ଥିବା ଜିନିଷ ଦେଖି ଜୁଜାନା ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏଭଳି ଠକାମିର ଶିକାର ହେବା ପରେ ଏବେ ଜୁଜାନା ଫେସବୁକରେ ନିଜର ଫଟୋ ସେୟାରେ କରି ପୂରା ଘଟଣା ବିଷୟ‌ରେ ଜଣାଇଛନ୍ତି।

ଜୁଜାନା ଫେସବୁକରେ ଦୁଇଟି ଫଟୋକୁ ଯୋଡି ଏକ ଫଟୋ ସେୟାର କରିଛନ୍ତି। ଗୋଟିଏ ଫଟୋରେ ଆମାଜନ ସାଇଟରେ ସେ ଅର୍ଡର କରିଥିବା ଡ୍ରେସ ଦେଖାଯାଉଥିବା ବେଳେ ଅନ୍ୟ ଫଟୋରେ ତାଙ୍କୁ ‌ଡେଲିଭର ‌ହୋଇଥିବା ଡ୍ରେସର ଫଟୋ ରହିଛି। ଜୁଜାନା ଏକ ଲମ୍ବା ଗାଉନ୍ ଅର୍ଡର କରିଥିବା ବେଳେ ତାଙ୍କୁ ଏକ ଛୋଟ ଡ୍ରେସ ଡେଲିଭର କରାଯାଇଥିବା ଅଭିଯୋଗ କରିଛନ୍ତି ଜୁଜାନା। ନିଜର ଅଭିଜ୍ଞତା ବଖାଣିବା ସହ ଅନଲାଇନ ଜିନିଷ କିଣୁଥିବା ସମୟରେ ସତର୍କ ରହିବା ଜରୁରୀ ବୋଲି ଜୁଜାନା ସମସ୍ତଙ୍କୁ କହିଛନ୍ତି।

publive-image aajtak

ଏହା ପୂର୍ବରୁ ଆଇଫୋନ-୧୧ ବଦଳରେ ଫ୍ଲିପକାର୍ଟ ସାବୁନ ଡେଲିଭର କରିଥିବା ଖବର ମିଳିଥିଲା। ଏନେଇ ଅଭିଯୋଗ ହେବା ପରେ ଫ୍ଲିପକାର୍ଟ ଉପରେ ୨୫ହଜାର ଟଙ୍କା ଜରିମାନା ଲଗାଇଥିଲେ ଉପଭୋକ୍ତା କମିସନ। ସେବାର ଅଭାବ ତଥା ଅନୁଚିତ ବ୍ୟାବସାୟିକ ଅଭ୍ୟାସ, ଗ୍ରାହକଙ୍କୁ ମାନସିକ ଯନ୍ତ୍ରଣା ଓ ଶାରୀରିକ ନିର୍ଯାତନା ଦେଇଥିବାରୁ ଏହି ଦଣ୍ଡ ଉଭୟ ଫ୍ଲିପକାର୍ଟ ଏବଂ ଅର୍ଡର ଡେଲିଭର କରିଥିବା ଖୁଚୁରା ବ୍ୟବସାୟୀଙ୍କୁ ଦିଆଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe