ସବୁ ଷ୍ଟେସନରେ ଏସ୍‌ଟିପି ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ

Advertisment
ସବୁ ଷ୍ଟେସନରେ ଏସ୍‌ଟିପି ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ

Deccan Chronicle

ନୂଆଦିଲ୍ଲୀ : ଦେଶର ସମସ୍ତ ରେଳ ଷ୍ଟେସନ‌ରେ ସ୍ୱରେଜ୍‌ ଟ୍ରିଟମେଣ୍ଟ୍‌ ପ୍ଲାଣ୍ଟ୍‌ (ଏସ୍‌ଟିପି) ବ୍ୟବସ୍ଥା କର। ଭାରତୀୟ ରେଳ ବୋର୍ଡକୁ ଏହି ନିର୍ଦ୍ଦେଶ ଦେଇଛନ୍ତି ଜାତୀୟ ଗ୍ରିନ୍‌ ଟ୍ରିବ୍ୟୁନାଲ (ଏନ୍‌ଜିଟି)। ଏସ୍‌ଟିପି ବ୍ୟବସ୍ଥା କର, ନଚେତ୍‌ ଏ ବାବଦ‌ରେ ସ୍ଥାନୀୟ ନଗର ନିଗମ ସହିତ ବୁଝାମଣାପତ୍ର ଜରିଆରେ ‌କି ଭଳି ଏହା କରାଯାଇ ପାରିବ ସେ ନେଇ ବିଚାରବିମର୍ଶ କର ବୋଲି ଏନ୍‌ଜିଟି ଆଦେଶରେ କହିଛନ୍ତି। ଏନ୍‌ଜିଟି ଅଧ୍ୟକ୍ଷ ଜଷ୍ଟିସ୍‌ ଆଦର୍ଶ କୁମାର ଗୋୟଲଙ୍କ ଖଣ୍ଡପୀଠ ଏସ୍‌ଟିପି ଜଳକୁ ସଫେଇ କାର୍ଯ୍ୟରେ ବ୍ୟବହାର କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ରିପୋର୍ଟ ଅଧାରରେ ଏନ୍‌ଜିଟି ଉପରୋକ୍ତ ଆଦେଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe