କଂଗ୍ରେସ ସାଂଗଠନିକ ସ୍ତରରେ ପରିବର୍ତ୍ତନ, ସୁରଜେଓ୍ବାଲାଙ୍କୁ ମଧ୍ୟପ୍ରଦେଶ ଦାୟିତ୍ବ

Advertisment
କଂଗ୍ରେସ ସାଂଗଠନିକ ସ୍ତରରେ ପରିବର୍ତ୍ତନ, ସୁରଜେଓ୍ବାଲାଙ୍କୁ ମଧ୍ୟପ୍ରଦେଶ ଦାୟିତ୍ବ

ନୂଆଦିଲ୍ଲୀ : କଂଗ୍ରେସ ପକ୍ଷରୁ ଗୁରୁବାର ଦଳୀୟ ସଂଗଠନରେ ଏକ ବଡ଼ ପରିବର୍ତ୍ତନ କରାଯାଇଛି । ମଧ୍ୟପ୍ରଦେଶର ବରିଷ୍ଠ ପର୍ଯ୍ୟବେକ୍ଷକ ଥିବା ବରିଷ୍ଠ ନେତା ରଣଦୀପ ସୁରଜେୱାଲାଙ୍କୁ ରାଜ୍ୟର ପ୍ରଭାରୀ ମହାସଚିବ ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି । ବରିଷ୍ଠ ନେତା ଜେପି ଅଗ୍ରୱାଲଙ୍କ ସ୍ଥାନରେ ସୁରଜେଓ୍ଵାଲାଙ୍କୁ ମଧ୍ୟପ୍ରଦେଶ ଦାୟିତ୍ୱ ଦିଆଯାଇଛି । ସେହିପରି ମୁକୁଲ ବାସନିକଙ୍କୁ ଗୁଜୁରାଟ ପ୍ରଭାରି ମହାସଚିବ କରାଯାଇଛି । ଏହାବ୍ୟତୀତ ବ୍ରିଜଲାଲ ଖାବ୍ରିଙ୍କ ସ୍ଥାନରେ ଅଜୟ ରାୟଙ୍କୁ ଉତ୍ତରପ୍ରଦେଶ କଂଗ୍ରେସର ସଭାପତି ଭାବେ ନିଯୁକ୍ତ କରାଯାଇଛି।

ଚଳିତ ବର୍ଷ ଶେଷ ଆଡ଼କୁ ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏଭଳି ସ୍ଥିତିରେ ସୁରଜେୱାଲାଙ୍କୁ ଦାୟିତ୍ୱ ଦେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି। ଏହାବ୍ୟତୀତ ଆସନ୍ତା ବର୍ଷ ଲୋକସଭା ନିର୍ବାଚନ ରହିଛି। ସେପଟେ  ଗୁଜରାଟରେ ବିଜେପି ଓ କଂଗ୍ରେସ ମଧ୍ୟରେ ସିଧାସଳଖ ମୁକାବିଲା ହେବ।

ସେହିପରି, ଉତ୍ତରପ୍ରଦେଶରେ ୮୦ଟି ଲୋକସଭା ଆସନ ରହିଛି। ଏଭଳି ସ୍ଥିତିରେ ଅଜୟ ରାୟଙ୍କ ନିଯୁକ୍ତି ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ୨୦୧୪ ଓ ୨୦୧୯ ଲୋକସଭା ନିର୍ବାଚନରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିପକ୍ଷରେ ବାରଣାସୀ ଆସନରୁ ନିର୍ବାଚନ ଲଢ଼ିଥିଲେ। ସେ ଉଭୟ ଥର ନିର୍ବାଚନ ହାରିଛନ୍ତି।

ଆଜି ବିଜେପି ପକ୍ଷରୁ ମଧ୍ୟପ୍ରଦେଶ ଓ ଛତିଶଗଡ଼ ପାଇଁ ନିଜର ପ୍ରଥମ ଦଫା ପ୍ରାର୍ଥୀ ତାଲିକା ଘୋଷଣା ହେବା ପରେ କଂଗ୍ରେସ ପକ୍ଷରୁ ଏହି ପଦକ୍ଷେପ ଘୋଷଣା କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe