ମେକ୍ସିକୋରେ ସଂଗଠିତ ଅପରାଧ, ୫ ମହିଳାଙ୍କ ଶବ ମିଳିଲା

Advertisment
ମେକ୍ସିକୋରେ ସଂଗଠିତ ଅପରାଧ, ୫ ମହିଳାଙ୍କ ଶବ ମିଳିଲା

dw.com

କାଟଲା : ମେକ୍ସିକୋରେ ସଂଗଠିତ ଅପରାଧ ବଢ଼ୁଛି। ଅପରାଧୀ ଗ୍ୟାଙ୍ଗଗୁଡ଼ିକ ପରସ୍ପର ବିରୋଧରେ ପ୍ରତିଶୋଧ ନେବାକୁ ଯାଇ ହତ୍ୟା କରୁଛନ୍ତି। ଶୁକ୍ରବାର ମୋରଲସ ଅନ୍ତର୍ଗତ କାଟଲା ସହରରୁ ୫ ଜଣ ମହିଳାଙ୍କ ଶବ ମିଳିଛି। ଏହା ସଂଗଠିତ ଅପରାଧର ପରିଣତି ବୋଲି ପୁଲିସ କହୁଛି। ୩ଟି ଶବ ଏକ ଅଖାରେ ଥିବା ବେଳେ ତା’ ଭିତରେ ଏକ କାଗଜରେ ଲେଖା ଥିଲା, ଅନ୍ୟ ଗ୍ୟାଙ୍ଗ ଉପରେ ପ୍ରତିଶୋଧ ନେବାକୁ ଯାଇ ସେମାନେ ଏହି ହତ୍ୟା କରିଛନ୍ତି। ଚତୁର୍ଥ ଶବଟି ହେଉଛି ଜଣେ କିନ୍ନରଙ୍କର ଯାହାଙ୍କୁ ଅଣ୍ଡରୱାର୍ଲଡ ହତ୍ୟାର ହଲମାର୍କ କୁହାଯାଉଛି।

ମେକ୍ସିକୋରେ ବହୁ ମହିଳା ଅପରାଧରେ ସାମିଲ ହେଉଛନ୍ତି ଓ ଅପରାଧର ଶିକାର ବି ହେଉଛନ୍ତି। ଗତ ଜାନୁଆରିରୁ ସେପ୍ଟେମ୍ବର ଭିତରେ ଦେଶରେ ଦୈନିକ ପ୍ରାୟ ୧୦ ଜଣ ମହିଳାଙ୍କୁ ହତ୍ୟା କରାଯାଇଥିବା ସରକାରୀ ତଥ୍ୟରୁ ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe