Telegraph India
ନୁଆଦିଲ୍ଲୀ : ଝିଅ କୁସୁମ (ଛଦ୍ମ ନାମ)ର ଜୀବନ ଓ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ଓଡ଼ିଆ ଦମ୍ପତି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ସୁପ୍ରିମକୋର୍ଟର ଆଇନଜୀବୀ ସୁଦର୍ସ ମେନନଙ୍କ ଜରିଆରେ ରିଟ୍ ପିଟିସନ୍ ଦାଖଲ କରାଯାଇ ଝିଅ କୁସୁମକୁ କୋର୍ଟଙ୍କ ନିକଟରେ ହାଜର କରାଯିବାକୁ ନେଇ ପ୍ରତିପକ୍ଷଙ୍କୁ ନିର୍ଦ୍ଦେଶ ଜାରି କରିବା ପାଇଁ ପ୍ରାର୍ଥନା କରାଯିବା ପରେ ଆଜି ସୁପ୍ରିମକୋର୍ଟର ବିଚାରପତି ଉଦୟ ଉମେଶ ଲଳିତ, ବିଚାରପତି ଅଜୟ ରୋସ୍ତଗି ଓ ବିଚାରପତି ଅନିରୁଦ୍ଧ ବୋଷ ପିଟିସନକୁ ଶୁଣାଣି ପାଇଁ ଗ୍ରହଣ କରିବା ସହିତ ଓଡ଼ିଶା, ଚଣ୍ଡିଗଡ଼ ଓ ଜାମ୍ମୁ-କାଶ୍ମୀରକୁ ନୋଟିସ ଜାରି କରି ଜବାବ ତଲବ କରିଛନ୍ତି ଓ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଜୁଲାଇ ୩୦ ତାରିଖ ଧାର୍ଯ୍ୟ ହୋଇଛି। ଆବେଦନକାରୀ ଓଡ଼ିଆ ଦମ୍ପତି ଝିଅ କୁସୁମଙ୍କ ଠିକଣା ସଂପର୍କରେ ଅବଗତ ହୋଇପାରୁ ନଥିବାବେଳେ ତାଙ୍କର ଝିଅ ପ୍ରତିପକ୍ଷ ଜାମ୍ମୁ-କାଶ୍ମୀର ବାସିନ୍ଦାଙ୍କ ସହ ୨୦୨୧ ଜାନୁଆରୀ ୧ରେ ବିବାହ କରିଥିବାର ସୂଚନା ପାଇଥିବା ପିଟିସନରେ ଦର୍ଶାଇଛନ୍ତି ଓ ଦୁହେଁ ଜାମ୍ମୁ-କାଶ୍ମୀରରେ ରହୁଥିବା ଆଶଙ୍କା ବ୍ୟକ୍ତ କରିଛନ୍ତି।
Follow Us