ଘରୋଇ ହସ୍ପିଟାଲରେ ପଞ୍ଜାବ ସରକାର ବିକ୍ରି କରିବେ ନାହିଁ ଟିକା: ହଙ୍ଗାମା ପରେ ଫେରାଇ ନେଲେ ନିଷ୍ପତ୍ତି

ଘରୋଇ ହସ୍ପିଟାଲରେ ପଞ୍ଜାବ ସରକାର ବିକ୍ରି କରିବେ ନାହିଁ ଟିକା: ହଙ୍ଗାମା ପରେ ଫେରାଇ ନେଲେ ନିଷ୍ପତ୍ତି

ନୂଆଦିଲ୍ଲୀ: କରୋନା ସଙ୍କଟ ସମୟରେ ପଞ୍ଜାବ କ୍ୟାପଟେନ ଅମରିନ୍ଦ ସିଂ ସରକାର ଘରୋଇ ହସ୍ପିଟାଲରେ ଟିକା ବିକ୍ରି ନିଷ୍ପତ୍ତିକୁ ଫେରାଇ ନେଇଛନ୍ତି। ଏଣିକି ଆଉ ପଞ୍ଜାବ ଘରୋଇ ହସ୍ପିଟାଲରେ ଟିକା ଦିଆଯିବ ନାହିଁ।

ତେ‌ବେ ଘରୋଇ ହସ୍ପିଟାଲରେ ଟିକା ବିକ୍ରି ଘଟଣାକୁ ନେଇ ବିରୋଧୀ ଦଳ ହଙ୍ଗାମା ଆରମ୍ଭ କରି ଦେଇଥିଲେ। ପଞ୍ଜାବ ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି, ଯେଉଁ ଟିକା ଏଯାବତ ଘରୋଇ ହସ୍ପିଟାଲକୁ ଦିଆଯାଇଛି, ତାହାର ଖର୍ଚ୍ଚ କାଟିବା ପରେ ଯେଉଁ ଅତିରିକ୍ତ ମୂଲ୍ୟ ନିଆଯାଇଛି ତାହାକୁ ଫେରାଇ ଦିଆଯିବ।

ସୂଚନାଯୋଗ୍ୟ, ପଞ୍ଜାବରେ ଏଯାବତ ୪୮ଲକ୍ଷ ଲୋକଙ୍କୁ ଟିକା ଦିଆଯାଇଛି। ବିରୋଧୀଙ୍କ ଅଭିଯୋଗକୁ କେନ୍ଦ୍ର କରି ପଞ୍ଜାବ ସରକାରର ସ୍ବାସ୍ଥ୍ୟମନ୍ତ୍ରୀ ବିଏସ ସିଦ୍ଧୁ କହିଥିଲେ, ଏହାକୁ ନେଇ ଯାଞ୍ଚ ବୈଠକ ବସାଯିବ।

ପଞ୍ଜାବ ସରକାର ଘରୋଇ ହସ୍ପିଟାଲରେ ଟିକା ବିକ୍ରି ନିଷ୍ପତ୍ତିକୁ ନେଇ ବିରୋଧୀ ପାର୍ଟି ବହୁ ହଙ୍ଗାମା ସୃଷ୍ଟି କରିଥିଲେ। ବିଜେପି କହିଥିଲା କି, ସଙ୍କଟ ସମୟରେ ପଞ୍ଜାବ ସରକାର ଲାଭ ଉଠାଇବାକୁ ଚାହୁଁଛି। ସେହିପରି ଅକାଳି ଦଳ ଅଭିଯୋଗ କରି କହିଥିଲା କି, ପଞ୍ଜାବ ସରକାର କମ୍ପାନି ଠାରୁ ୪୦୦ଟଙ୍କା‌ରେ ଟିକା କିଣି ଘରୋଇ ହସ୍ପିଟାଲକୁ ପାଖାପାଖି ହଜାର ଟଙ୍କାରେ ବିକ୍ରି କରୁଛି। ଆଉ ହସ୍ପିଟାଲ ଲୋକଙ୍କୁ ୧୫୦୦ରୁ ୧୭୦୦ମଧ୍ୟରେ ଟିକା ଦେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe