ବଜେଟ୍ ଅଧିବେଶନ ଆରମ୍ଭ ହେବା ପୂର୍ବରୁ କରୋନା ଆକ୍ରାନ୍ତ ହେଲେ ସଂସଦ ଭବନର ୮୭୫ ଜଣ କର୍ମଚାରୀ

ବଜେଟ୍ ଅଧିବେଶନ ଆରମ୍ଭ ହେବା ପୂର୍ବରୁ କରୋନା ଆକ୍ରାନ୍ତ ହେଲେ ସଂସଦ ଭବନର ୮୭୫ ଜଣ କର୍ମଚାରୀ

abplive

ନୂଆଦିଲ୍ଲୀ: ସଂସଦର ବଜେଟ୍ ଅଧିବେଶନ ଆରମ୍ଭ ହେବାକୁ ମାତ୍ର ୮ଦିନ ବାକି ଥିବା ବେଳେ ସଂସଦ ଭବନରେ ହୋଇଛି କରୋନା ବିସ୍ଫୋରଣ। ସଂସଦ ଭବନର ୮୭୫ ଜଣ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି।  ସଂସଦର ବଜେଟ୍ ଅଧିବେଶନ ଜାନୁଆରି ୩୧ରୁ ଆରମ୍ଭ ହେବାକୁ ଥିବା ବେଳେ ଜାନୁଆରି ୨୦ସୁଦ୍ଧା ୮୭୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି।

ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ସହ ସଂସଦ ଭବନର ୮୭୫ ଜଣ କର୍ମଚାରୀ କରୋନା ଆକ୍ରାନ୍ତ ହେବା ଏବେ ଚିନ୍ତା ବଢ଼ାଇଛି। ଏଭଳି ସ୍ଥିତିରେ ବଜେଟ୍ ଅଧିବେଶନ ହେବ କି ନାହିଁ, ସେ ନେଇ ସନ୍ଦେହ ସୃଷ୍ଟି ହୋଇଛି।

ଉଲ୍ଲେଖଯୋଗ୍ୟ, ପୂର୍ବ ଯୋଜନା ମୁତାବକ, ବଜେଟ୍ ଅଧିବେଶନ ପୂର୍ବରୁ ଜାନୁଆରି ୩୧ ତାରିଖ ଅପରାହ୍ନ ୩ଟାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହେବ। ସର୍ବଦଳୀୟ ବୈଠକ ପରେ ସେହି ଦିନ ବଜେଟ୍ ଅଧିବେଶନ ଆରମ୍ଭ ହେବ। ରାଷ୍ଟ୍ରପତି ସକାଳ ୧୧ଟାରେ ଭାଷଣ ଦେବା ସହ ପରେ ଅର୍ଥନୈତିକ ସର୍ଭେ ହେବ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମୋଦୀ ୨.୦ ସରକାରଙ୍କ ଚତୁର୍ଥ ବଜେଟ୍ ଉପସ୍ଥାପନ କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe