India Today
ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଛି। ସଂକ୍ରମଣକୁ ରୋକିବା ପାଇଁ ସମସ୍ତେ ଟିକାକୁ ଅପେକ୍ଷା କରିଛନ୍ତି। ଦେଶର ଅନେକ କମ୍ପାନି କରୋନା ଟିକା ଉପରେ କାମ କରୁଛନ୍ତି। ଏଭଳି ପରିସ୍ଥିତିରେ ଲୋକଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଛି ଯେ ଦେଶକୁ କରୋନା ଟିକା କେବେ ଆସିବ?
ଏହି ପରିପ୍ରେକ୍ଷୀରେ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (ଏମ୍ସ) ର ନିର୍ଦ୍ଦେଶକ ଡକ୍ଟର ରଣଦୀପ ଗୁଲେରିଆ କହିଛନ୍ତି ଯେ ଯଦି ଯୋଜନା ଅନୁଯାୟୀ ସବୁକିଛି ଚାଲେ ତେବେ ଜାନୁଆରି ୨୦୨୧ ସୁଦ୍ଧା କରୋନା ଭୂତାଣୁ ଟିକା ବ୍ୟବହାର ଲାଗି ଉପଲବ୍ଧ ହୋଇପାରିବ।
ଇଣ୍ଡିଆ ଟୁଡେର ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଗୁଲେରିଆ ସ୍ବୀକାର କରି କହିଛନ୍ତି ଯେ ଦେଶରେ ଟିକା କେଉଁ ଦିନ ଆସିବା ତାହା କହିବା ବହୁତ କଷ୍ଟକର । ଅଧିକାଂଶ ଟିକାର ପରୀକ୍ଷଣ ଚାଲିଛି।
Times of Indiaଯଦି ସବୁ ଠିକ୍ ରହେ, ତେବେ ଟିକା ଆସନ୍ତା ବର୍ଷ ଆରମ୍ଭରେ ବଜାରକୁ ଆସିଯିବ| ତଥାପି ପ୍ରାରମ୍ଭିକ ସମୟରେ ଭାରତରେ ଜନସଂଖ୍ୟାକୁ ଦେଖି ଟିକାର ଅଭାବ ଦେଖା ଦେଇପାରେ।
ଟିକା ବଣ୍ଟନ କରିବା ସମୟରେ 'ଟିକା ପ୍ରାଥମିକତା'ର ମଡେଲ ଗ୍ରହଣ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି। ଅର୍ଥାତ୍ ଯେଉଁ ଲୋକମାନଙ୍କୁ ସଂକ୍ରମଣର ଆଶଙ୍କା ଅଧିକ, ସେମାନଙ୍କୁ ପ୍ରଥମେ ଟିକା ଦିଆଯିବ | ଦୁଇଟି ଏପରି ଗୋଷ୍ଠୀ ଅଛି ଯାହାକୁ ପ୍ରଥମେ ପ୍ରାଥମିକତା ଦିଆଯିବ। ଏଥିମଧ୍ୟରେ ସ୍ୱାସ୍ଥ୍ୟ କର୍ମୀ, ଅନ୍ୟ କରୋନା ଯୋଦ୍ଧା ଏବଂ ଭୂତାଣୁଠାରୁ ଅଧିକ ବିପଦ ଥିବା ବ୍ୟକ୍ତି ଅନ୍ତର୍ଭୁକ୍ତ। ଯଦି ଏହି ପ୍ରାଥମିକତା ତାଲିକା ପ୍ରସ୍ତୁତ ହୋଇଯାଏ ଏବଂ ସଠିକ୍ ଭାବରେ ଅନୁସରଣ କରାଯାଏ, ତେବେ ଟିକା ବଣ୍ଟନ ମଧ୍ୟ ସମାନ ଭାବରେ କରାଯାଇପାରିବ |
ଯଦି ଏହି ପ୍ରାଥମିକତା ମଡେଲ୍ ଗ୍ରହଣ କରାଯାଏ ନାହିଁ, ତେବେ ଭୂତାଣୁ ସଂକ୍ରମଣ ହେବା ସହିତ ମୃତ୍ୟୁ ହାର ମଧ୍ୟ ବୃଦ୍ଧି ପାଇବାର ଅନେକ ସମ୍ଭାବନା ରହିଛି | ଏଭଳି ପରିସ୍ଥିତିରେ ଲୋକମାନେ ମନେ ରଖିବା ଉଚିତ୍ ଯେ ଏହା ଏକ ବିଶ୍ୱବ୍ୟାପୀ ରୋଗ ଏବଂ ଏହାକୁ ଏଡାଇବା ପାଇଁ ନିଜକୁ ହିଁ ସଚେତନ ରହିବାକୁ ପଡ଼ିବ।
Follow Us