ଅକ୍ଟୋବରରେ ତାଲିବାନ୍‌କୁ ଭେଟିଥିଲେ ଲାଡ଼େନ୍‌ଙ୍କ ପୁଅ; ଆଫଗାନିସ୍ତାନରେ ଆତଙ୍କବାଦୀ ସଙ୍ଗଠନ ସ୍ବଚ୍ଛନ୍ଦରେ ଅଛନ୍ତି: ଜାତିସଂଘ ରିପୋର୍ଟ

Advertisment
ଅକ୍ଟୋବରରେ ତାଲିବାନ୍‌କୁ ଭେଟିଥିଲେ ଲାଡ଼େନ୍‌ଙ୍କ ପୁଅ; ଆଫଗାନିସ୍ତାନରେ ଆତଙ୍କବାଦୀ ସଙ୍ଗଠନ ସ୍ବଚ୍ଛନ୍ଦରେ ଅଛନ୍ତି: ଜାତିସଂଘ ରିପୋର୍ଟ

Image Courtesy of India Today

ନୂଆଦିଲ୍ଲୀ: ନିହତ ଆତଙ୍କବାଦୀ ଓସାମା ବିନ୍‌ ଲାଡ଼େନ୍‌ଙ୍କ ପୁଅ ୨୦୨୧ ଅକ୍ଟୋବର ମାସରେ ଆଫଗାନିସ୍ତାନ ଯାଇ ତାଲିବାନ୍‌କୁ ଭେଟିଥିବା କଥା ଜାତିସଂଘର ଏକ ନୂଆ ରିପୋର୍ଟରୁ ଜଣାପଡ଼ିଛି। ରିପୋର୍ଟରେ ଆହୁରି ମଧ୍ୟ ଉଲ୍ଲେଖ ଅଛି ଯେ, ଆଫଗାନିସ୍ତାନରେ ବିଦେଶୀ ଆତଙ୍କବାଦୀମାନଙ୍କ କାର୍ଯ୍ୟକଳାପ ସଙ୍କୁଚିତ କରିବା ଲାଗି ମଧ୍ୟ ତାଲିବାନ୍ କ‌ୌଣସି ପଦକ୍ଷେପ ଗ୍ରହଣ କରିଥିବାର ଚିହ୍ନବର୍ଣ୍ଣ ନାହିଁ। ବରଂ ବିଗତ ସମୟ ଠାରୁ ସମ୍ପ୍ରତି ଆଫଗାନିସ୍ତାନରେ ଆତଙ୍କବାଦୀ ସଙ୍ଗଠନ ସବୁ ଅଧିକ ସ୍ବାଧୀନତାରେ କାଳାତିପାତ କରୁଛନ୍ତି।

‘ଆନାଲିଟିକାଲ୍‌ ସପୋର୍ଟ ଆଣ୍ଡ୍‌ ସାଙ୍କ୍‌ସନ୍‌ସ୍‌ ମନିଟରିଙ୍ଗ୍‌ ଟିମ୍‌ ଅଫ୍ ଦି ୟୁନାଇଡେଟ୍ ନେସନସ୍‌ ସିକ୍ୟୁରିଟି କାଉନ୍‌ସିଲ୍‌’ର ୨୯ତମ ରିପୋର୍ଟ ଚଳିତ ସପ୍ତାହର ପ୍ରକାଶିତ ହୋଇଛି। ‘ଇସ୍‌ଲାମିକ୍‌ ଷ୍ଟେଟ୍‌’ ଏବଂ ‘ଅଲ୍‌-କାଏଦା’ ଭଳି ଆତଙ୍କବାଦୀ ସଙ୍ଗଠନ ଉପରେ ଲାଗୁ କରାଯାଉଥିବା କଟକଣାକୁ ସୁଦୃଢ଼ କରିବା ଉଦ୍ୟମରେ ଜାତିସଂଘ ବର୍ଷକୁ ଦୁଇ ଥର ଏହି ରିପୋର୍ଟ ପ୍ରସ୍ତୁତି କରିଥାଏ।

୨୦୨୧ ଅଗଷ୍ଟରେ ଆତଙ୍କବାଦୀ ସଙ୍ଗଠନ ତାଲିବାନ୍‌ ଆଫଗାନିସ୍ତାନ ଅଧିକାର କରିବା ପରେ ଆଫଗାନିସ୍ତାନ ଓ ତା’ର ପଡ଼ୋଶୀ ରାଷ୍ଟ୍ରମାନଙ୍କ ନିରାପତ୍ତା ପରିସ୍ଥିତି ସଂକ୍ରାନ୍ତରେ ଜାତସଂଘ ରିପୋର୍ଟରେ ଉଲ୍ଲେଖ କରାଯାଇଛି।

publive-image Image Courtesy of India News

ରିପୋର୍ଟ ଅନୁସାରେ, ‘ଅଲ୍‌-କାଏଦା’ ଏବଂ ‘ତାଲିବାନ୍‌’ ମଧ୍ୟରେ ଥିବା ସମ୍ପର୍କ ସୁସ୍ପଷ୍ଟ। ଦୃଷ୍ଟାନ୍ତସ୍ବରୂପ, ଓସାମା ବିନ୍‌ ଲାଡ଼େନ୍‌ଙ୍କ ନିରାପତ୍ତାରେ ସମନ୍ବୟ ରକ୍ଷା କରୁଥିବା ଅମିନ୍‌ ମହମ୍ମଦ୍‌ ଉଲ୍‌-ହକ୍‌ ସାମ୍‌ ଖାଁ ଅଗଷ୍ଟ ଶେଷ ଆଡ଼କୁ ଆଫଗାନିସ୍ତାନରେ ଥିବା ତାଙ୍କ ଘରକୁ ଫେରି ଆସିଛନ୍ତି।

କିନ୍ତୁ, ‘ଅଲ୍‌-କାଏଦା’ ତାଲିବାନ ସମ୍ପର୍କରେ ମୌନତା ଅବଲମ୍ବନ କରୁଛି। ସମ୍ଭବତଃ ଆନ୍ତର୍ଜାତିକ ବୈଧ୍ୟତା ପାଇବା ଲାଗି ତାଲିବାନ୍‌ର ଉଦ୍ଦେଶ୍ୟକୁ ସାଲିସ କରିବାକୁ ‘ଅଲ୍‌-କାଏଦା’ ଚାହୁଁନାହିଁ। ତେଣୁ, ବିଜୟ ହାସଲ କରିଥିବା ତାଲିବାନ୍‌କୁ ପ୍ରଥମ ବିବୃତିରେ ଅଭିନନ୍ଦନ ଜଣାଇବା ଛଡ଼ା ‘ଅଲ୍‌-କାଏଦା’ ଆଉ କିଛି କହୁନାହିଁ।

ଜାତିସଂଘ ରିପୋର୍ଟରେ ଆହୁରି ମଧ୍ୟ ଉଲ୍ଲେଖ ଅଛି ଯେ, ସମ୍ପ୍ରତି ବିଦେଶରେ ବଡ଼ ଧରଣର ଆକ୍ରମଣ କରିବା ଲାଗି ‘ଅଲ୍‌-କାଏଦା’ର ଆଉ ମାମର୍ଥ୍ୟ ନାହିଁ। ଭାରତୀୟ ଉପମହାଦେଶରେ ‘ଅଲ୍‌-କାଏଦା’ର ନେତୃତ୍ବ ନେଉଛନ୍ତି ଓସାମା ମେହମୁଦ୍‌। ଏଥିରେ ଆଫଗାନିସ୍ତାନ, ବାଂଲାଦେଶ, ଭାରତ, ମିଆଁମାର୍‌ ଏବଂ ପାକିସ୍ତାନରୁ ୨୦୦ରୁ ୪୦୦ ମଧ୍ୟରେ ସଦସ୍ୟ ଅଛନ୍ତି। ଆଫଗାନିସ୍ତାନରେ ‘ଅଲ୍‌-କାଏଦା’ ତାଲିବାନ୍‌ ସହ ମିଶି ଲଢ଼େଇ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe