ୱାସିଂଟନ: କମେଡି-ଡ୍ରାମା ଉପରେ ଆଧାରିତ ଚଳଚ୍ଚିତ୍ର ‘କୋଡା’କୁ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ଓସ୍କାର ୨୦୨୨ ପୁରସ୍କାର ମିଳିଛି। ଏହି ପୁରସ୍କାର ପାଇବାରେ କୋଡା ହେଉଛି ବିଶ୍ବର ପ୍ରଥମ ଷ୍ଟ୍ରିମିଂ ଚଳଚ୍ଚିତ୍ର। ଏହାକୁ ମୋଟ ତିନିଟି ପୁରସ୍କାର ମିଳିଛି। ‘କିଙ୍ଗ୍ ରିଚାର୍ଡ’ରେ ବଳିଷ୍ଠ ଅଭିନୟ କରିଥିବା ୱିଲ୍ ସ୍ମିଥ୍ଙ୍କୁ ଶ୍ରେଷ୍ଠ ଅଭିନେତା ଓ ‘ଦି ଆଇଜ୍ ଅଫ୍ ଟାମି ଫାୟେ’ରେ ଅଭିନୟ ପାଇଁ ଜେସିକା ଚାଷ୍ଟେନ୍ଙ୍କୁ ଶ୍ରେଷ୍ଠ ଅଭିନେତା ପୁରସ୍କାର ଦିଆଯାଇଛି। କରୋନା ମହାମାରୀର ପ୍ରକୋପ ଦୂର ହେବା ପରେ ରବିବାର ହଲିଉଡ୍ର ଡଲ୍ବି ଥିଏଟର୍ରେ ପ୍ରତ୍ୟକ୍ଷ ଭାବେ ୯୪ତମ ଓସ୍କାର ପୁରସ୍କାର ବିତରଣ ପାଇଁ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଓସ୍କାର ପୁରସ୍କାରର ଏହି ସଂସ୍କରଣରେ ପାୱାର ଅଫ୍ ଦ ଡଗ୍ ୧୨ଟି ପୁରସ୍କାର ପାଇଁ ମନୋନୀତ ହୋଇଥିବା ବେଳେ ଡୁନ୍ ୧୦ଟି, ବେଲଫାଷ୍ଟ ଓ ୱେଷ୍ଟ ସାଇଡ୍ ଷ୍ଟୋରି ପ୍ରତ୍ୟେକ ୭ଟି ଏବଂ କିଙ୍ଗ ରିଚାର୍ଡ ୬ଟି ପୁରସ୍କାର ପାଇଁ ମନୋନୀତ ହୋଇଥିଲା।
ଓସ୍କାର ୨୦୨୨: ‘କୋଡା’ ଶ୍ରେଷ୍ଠ ଚଳଚ୍ଚିତ୍ର; ୱିଲ୍ ସ୍ମିଥ୍ ଶ୍ରେଷ୍ଠ ଅଭିନେତା, ଜେସିକା ଶ୍ରେଷ୍ଠ ଅଭିନେତ୍ରୀ
Advertisment
Follow Us