ଓସ୍କାର ୨୦୨୨: କ୍ରିସ୍‌ଙ୍କୁ ଶକ୍ତ ଚାପୁଡ଼ା ମାରିଲେ ସ୍ମିଥ୍‌

ଓସ୍କାର ୨୦୨୨: କ୍ରିସ୍‌ଙ୍କୁ ଶକ୍ତ ଚାପୁଡ଼ା ମାରିଲେ ସ୍ମିଥ୍‌

Los Angeles Times

ନୂଆଦିଲ୍ଲୀ: ଓସ୍କାର ପୁରସ୍କାର ବିତରଣ ସମାରୋହରେ ଏକ ଅଭାବନୀୟ ଘଟଣା ଘଟିଛି ଯାହାକୁ ନେଇ ସାରା ବିଶ୍ବ ଚକିତ। ବିଶିଷ୍ଟ ହଲିଉଡ୍‌ ଅଭିନେତା ୱିଲ୍‌ ସ୍ମିଥ୍‌ ମଞ୍ଚ ଉପରେ ଉପସ୍ଥାପକ କ୍ରିସ୍ ରକ୍‌ଙ୍କୁ ଏକ ଶକ୍ତ ଚାପୁଡ଼ା ମାରି ବିବାଦୀୟ ହୋଇପଡ଼ିଛନ୍ତି। ସେ ଶ୍ରେଷ୍ଠ ଅଭିନେତା ପୁରସ୍କାର ଜିତିବା ପୂର୍ବରୁ ଏହି ଘଟଣା ଘଟିଥିଲା। ରକ୍‌ଙ୍କ ଦୋଷ ହେଲା ସେ ୱିଲ୍‌ଙ୍କ ସ୍ତ୍ରୀ ଜାଦା ପିନ୍‌କେଟ୍‌ଙ୍କୁ ଥଟ୍ଟା କରିଥିଲେ। ଅବଶ୍ୟ, ସ୍ମିଥ୍‌ ନିଜ ଭୁଲକୁ ବୁଝିପାରି ରକ୍‌ଙ୍କୁ କ୍ଷମା ମାଗିଛନ୍ତି। ଭାବପ୍ରବଣ ୱିଲ୍ ସ୍ମିଥ୍ ଲୁହ ଛଳଛଳ ଆଖିରେ କ୍ଷମା ପ୍ରାର୍ଥନା କରିଥିଲେ। ସେ କହିଥିଲେ, ମୁଁ ଏକାଡେମିକୁ କ୍ଷମା ପ୍ରାର୍ଥନା କରୁଛି। ପୁରସ୍କାର ପାଇଁ ମନୋନୀତ ହୋଇଥିବା ମୋର ସମସ୍ତ ବନ୍ଧୁ ଅଭିନେତାମାନଙ୍କ ନିକଟରେ ମୁଁ କ୍ଷମା ପ୍ରାର୍ଥନା କରୁଛି। ୱିଲ୍‌ ସ୍ମିଥ୍‌ଙ୍କ ସ୍ତ୍ରୀ ଜାଦା ପିନ୍‌କେଟ୍‌ଙ୍କ ମୁଣ୍ଡରେ କେଶ ନାହିଁ।

ତାଙ୍କର ଲଣ୍ଡିତ ମସ୍ତକକୁ ଦେଖି ଉପସ୍ଥାପକ ରକ୍ ପରିହାସ ଛଳରେ କିଛି ମନ୍ତବ୍ୟ ଦେଇଥିଲେ ଯାହା ସ୍ମିଥ୍‌ଙ୍କୁ ଭଲ ଲାଗିନଥିଲା। ଜିଆଇ ଜେନ୍ ଶବ୍ଦ ବ୍ୟବହାର କରି ରକ୍ ପରିହାସ କରିଥିଲେ। ଜିଆଇ ଜେନ୍ କହିଲେ ସେନାରେ ନିଯୁକ୍ତ ମହିଳା କର୍ମଚାରୀଙ୍କୁ ବୁଝାଏ, ଯାହାଙ୍କ ପାଖରେ ସମସ୍ତ ପୁରୁଷସୁଲଭ ଲକ୍ଷଣ ଦେଖିବାକୁ ମିଳେ। ସ୍ଲାପଗେଟ୍ ପରେ ଏକାଡେମି ଅଫ ମୋସନ ପିକ୍‌ଚର ଆର୍ଟସ ଆଣ୍ଡ୍ ସାଇନସେସ୍‌ ପକ୍ଷରୁ ଏହାକୁ ନିନ୍ଦା କରାଯାଇଛି। ଏକାଡେମି କୌଣସି ପ୍ରକାର ହିଂସାକୁ ସମର୍ଥନ କରେନାହିଁ ବୋଲି ସ୍ପଷ୍ଟ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe