ଓସ୍କାର୍‌ ପୁରସ୍କାର: ଅନୋରା ଶ୍ରେଷ୍ଠ ଚଳଚ୍ଚିତ୍ର, ଆଡ୍ରିଏନ୍ ବ୍ରୋଡି ଶ୍ରେଷ୍ଠ ଅଭିନେତା

Advertisment

କାଲିଫର୍ଣ୍ଣିଆର ଲସ୍‌ ଏଞ୍ଜେଲେସ୍‌ଠାରେ ୯୭ତମ ଏକାଡେମି ଆୱାର୍ଡ ପୁରସ୍କାର ପ୍ରଦାନ ସମାରୋହ ଅନୁଷ୍ଠିତ ହୋଇଯାଇଛି। ସିନ୍ ବେକରଙ୍କ ଅନୋରା ସିନେମାକୁ ଶ୍ରେଷ୍ଠ ସିନେମା ପୁରସ୍କାର ମିଳିଛି।

କାଲିଫର୍ଣ୍ଣିଆର ଲସ୍‌ ଏଞ୍ଜେଲେସ୍‌ଠାରେ ୯୭ତମ ଏକାଡେମି ଆୱାର୍ଡ ପୁରସ୍କାର ପ୍ରଦାନ ସମାରୋହ ଅନୁଷ୍ଠିତ ହୋଇଯାଇଛି। ସିନ୍ ବେକରଙ୍କ ଅନୋରା ସିନେମାକୁ ଶ୍ରେଷ୍ଠ ସିନେମା ପୁରସ୍କାର ମିଳିଛି।

dgdgdgcvfg

ୱାସିଂଟନ: କାଲିଫର୍ଣ୍ଣିଆର ଲସ୍‌ ଏଞ୍ଜେଲେସ୍‌ଠାରେ ୯୭ତମ ଏକାଡେମି ଆୱାର୍ଡ ପୁରସ୍କାର ପ୍ରଦାନ ସମାରୋହ ଅନୁଷ୍ଠିତ ହୋଇଯାଇଛି। ସିନ୍ ବେକରଙ୍କ ଅନୋରା ସିନେମାକୁ ଶ୍ରେଷ୍ଠ ସିନେମା ପୁରସ୍କାର ମିଳିଛି। ଏଥିସହିତ ଆଡ୍ରିଏନ୍ ବ୍ରୋଡି ଏବଂ ମିକି ମାଡିସନ୍‌ଙ୍କୁ ଯଥାକ୍ରମେ ଶ୍ରେଷ୍ଠ ଅଭିନେତା ଓ ଅଭିନେତ୍ରୀ ପୁରସ୍କାର ପ୍ରଦାନ କରାଯାଇଛି। ଅନୋରାକୁ  ଭିନ୍ନ ଭିନ୍ନ ବର୍ଗରେ ୫ଟି ପୁରସ୍କାର ମିଳିଛି।

ଆଡ୍ରିଏନ୍ ବ୍ରୋଡି ଶ୍ରେଷ୍ଠ ଅଭିନେତା
ମିକି ମାଡିସନ୍‌ ଶ୍ରେଷ୍ଠ ଅଭିନେତ୍ରୀ

ଚଳିତବର୍ଷ ଓସ୍କାର ପୁରସ୍କାର ପ୍ରଦାନ ସମାରୋହକୁ କେନନ୍ ଓବ୍ରାୟନ ସଞ୍ଚାଳନ କରିଥିଲେ। ପ୍ରଥମ ଥର ପାଇଁ ‌ହିନ୍ଦୀରେ କିଛି ଘୋଷଣା କରିଥିଲେ। ଡଲ୍‌ବି ଥିଏଟରରେ ପୁରସ୍କାର ପ୍ରଦାନ ସମାରୋହ ଚାଲିଥିବା ବେଳେ ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର୍‌ ସ୍କେଲରେ ଏହାର ତୀବ୍ରତା ୩.୯ ରହିଥିଲା। ଉପସ୍ଥିତ ଲୋକମାନେ ଏହାର ଝଟ୍‌କା ମଧ୍ୟ ଅନୁଭବ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe