ଓସ୍କାର ୨୦୨୩: ଭାରତର ‘ଲାଷ୍ଟ ପିକ୍ଚର ସୋ’କୁ ନମିନେସନ ମିଳିଲାନି

ଓସ୍କାର ୨୦୨୩: ଭାରତର ‘ଲାଷ୍ଟ ପିକ୍ଚର ସୋ’କୁ ନମିନେସନ ମିଳିଲାନି

NDTV.com

ନୂଆଦିଲ୍ଲୀ: ସର୍ବୋତ୍ତମ ଅନ୍ତର୍ଜାତୀୟ ଫିଚର ଫିଲ୍ମ ବର୍ଗରେ ୯୫ତମ ଏକାଡେମି ପୁରସ୍କାର ପାଇଁ ଭାରତର ‘ଛେଲୋ ସୋ’କୁ ଅସ୍କାର ମନୋନୟନ ପାଇଁ ପଠାଯାଇଥିଲା। କିନ୍ତୁ ଏହାକୁ ଗୋଟିଏ ବି ମ‌ନୋନାୟନ (ନମିନେସନ) ମିଳିଲା ନାହିଁ। ଗୁଜରାଟୀ ଭାଷାର ଫିଚର ଫିଲ୍ମ ‘ଛେଲୋ ସୋ’ର ନାମକୁ ଇଂରାଜିରେ ଅନୁବାଦ କଲେ ହେବ ‘ଲାଷ୍ଟ ପିକ୍ଚର ସୋ’। ପାନ ନଳିନଙ୍କ ଦ୍ବାରା ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ର ଅସ୍କାର ପାଇଁ ସର୍ଟଲିଷ୍ଟ ହୋଇଥିଲା। କିନ୍ତୁ ମନୋନୟନରୁ ଏହା ବଞ୍ଚିତ ହୋଇଛି।

ଯେଉଁ ୫ଟି ଚଳଚ୍ଚିତ୍ର ମନୋନୀତ ହୋଇଛି ସେଗୁଡ଼ିକ ହେଉଛି: ଆର୍ଜେଣ୍ଟିନା, ୧୯୮୫ (ଆର୍ଜେଣ୍ଟିନା)- ଏହା ସମାନ ବର୍ଗରେ ଗୋଲ୍‌ଡେନ ଗ୍ଲୋବ୍ ପୁରସ୍କାର ପାଇଥିଲା, ଅଲ୍ କ୍ବେଟ୍ ଅନ୍ ଦ ୱେଷ୍ଟର୍ଣ୍ଣ ଫ୍ରଣ୍ଟ (ଜର୍ମାନୀ), କ୍ଳୋଜ୍ (ବେଲଜିୟମ୍), ଇଓ (ପୋଲାଣ୍ଡ) ଓ ଦ କ୍ବେଟ୍ ଗାର୍ଲ (ଆୟର୍ଲାଣ୍ଡ)। ପ୍ରଥମ ତିନୋଟି ଫିଲ୍ମ ଗୋଲ୍‌ଡେନ୍ ଗ୍ଲୋବ୍ ପାଇଁ ମଧ୍ୟ ମନୋନୀତ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe