ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଶାହଜହାନପୁରରେ ଟ୍ରେନରେ କଟି ଜଣେ ଯୁବକଙ୍କ ଯନ୍ତ୍ରଣାଦାୟକ ମୃତ୍ୟୁ ହୋଇଛି। ଟ୍ରେନରେ କଟିବା ପରେ ଯୁବକଙ୍କ ଶରୀର ଦୁଇ ଭାଗ ହୋଇ ନିକଟସ୍ଥ ଡ୍ରେନକୁ ଛିଟିକି ପଡ଼ିଥିବାର ଏକ ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଛି।
ଲୋକମାନେ ଯେତେବେଳେ ତାଙ୍କୁ ଉଦ୍ଧାର କରିବାକୁ ଯାଇଥିଲେ ସେ ସମସ୍ତଙ୍କୁ ଦେଖି ଯନ୍ତ୍ରଣା ହେଉଥିଲେ ବି ‘‘ଏହି ଦୁର୍ଘଟଣାରେ କାହାରି ଦୋଷ ନାହିଁ… କାହାରି ଦୋଷ ନାହିଁ ’’ବୋଲି ଦୋହରାଇ ହେଉଥିଲେ। ଏହି ଦୃଶ୍ୟ ଦେଖି ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକମାନଙ୍କ ଲୋମମୂଳ ଟାଙ୍କୁରି ଉଠିଥିଲା।
aajtak.inଦୁଃଖର ବିଷୟ ଜୀବନ ଓ ମରଣ ସହ ଉକ୍ତ ବ୍ୟକ୍ତି ଜଣକ ୧୨ରୁ ୧୩ ଘଣ୍ଟା ସଂଘର୍ଷ କରିବା ପରେ ବି ହାରି ଯାଇଥିଲେ। ଶେଷରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ପୁଲିସ ଯୁବକଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି।
ସୂଚନାଯୋଗ୍ୟ, ଏଭଳି ଏକ ଲୋମଟାଙ୍କୁରା ଘଟଣା ଗତ ସୋମବାର ସକାଳ ପ୍ରାୟ ୧୦ଟା ସମୟରେ ରୌଜା ଥାନା ଅଞ୍ଚଳରେ ଘଟିଥିଲା। ୧୯ ବର୍ଷିୟ ହର୍ଷବର୍ଦ୍ଧନ ତାଙ୍କ ମା’ଙ୍କଠାରୁ ଟଙ୍କା ନେଇ ଘରୁ କୌଣସି କାମରେ ବାହାରି ଆସିଥିଲେ। ଏହାପରେ ପରିବାର ଲୋକେ ପୁଅ ଟ୍ରେନରେ କଟିଯାଇଥିବାର ଖବର ପାଇଥିଲେ।
ପ୍ରତ୍ୟେକ୍ଷଦର୍ଶୀଙ୍କ କହିବାନୁସାରେ, ଯୁବକ ଜଣକ ଟ୍ରେନ ଆସିବା ପାଇଁ ପ୍ଲାଟଫର୍ମରେ ଅପେକ୍ଷା କରିଥିଲେ। ଯେମିତି ହିଁ ଟ୍ରେନ ଆସିଥିଲା କେହି କିଛି ବୁଝିବା ପୂର୍ବରୁ ସେ ଧାରଣାକୁ ଡେଇଁ ପଡ଼ିଥିଲେ। ଟ୍ରେନ ତାଙ୍କ ଶରୀର ଉପର ଦେଇ ଚାଲିଯିବାରୁ ହର୍ଷବର୍ଦ୍ଧନଙ୍କ ଶରୀର ଦୁଇଖଣ୍ଡ ହୋଇ ନିକଟରେ ଥିବା ଏକ ନାଳକୁ ଛିଟିକି ପଡ଼ିଥିଲା।
aajtak.inଏହା ଘଟଣା ପରେ ସ୍ଥାନୀୟଲୋକ ଯୁବକଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପ୍ରାୟ ୧୨ ରୁ ୧୩ ଘଣ୍ଟା ଚିକିତ୍ସା ଚାଲିଥିଲେ ହେଁ ତାଙ୍କର ମୃତ୍ୟୁ ହୋଇଥିବା ଚିକିତ୍ସା କରୁଥିବା ଡାକ୍ତରଙ୍କ ସୂତ୍ରରୁ ପ୍ରକାଶ ।
Follow Us