ବ୍ରିଜଭୂଷଣ ମାମଲାରେ ଆମ ନୀତି ସ୍ପଷ୍ଟ: ବିଜେପି

Advertisment

ଦିଲ୍ଲୀର ଆପ୍‌ ସରକାର ୨୦ଟି ପୋକ୍‌ସୋ ମାମଲାରେ ଓକିଲ ନିଯୁକ୍ତି ଦେଉନାହାନ୍ତି

ଦିଲ୍ଲୀର ଆପ୍‌ ସରକାର ୨୦ଟି ପୋକ୍‌ସୋ ମାମଲାରେ ଓକିଲ ନିଯୁକ୍ତି ଦେଉନାହାନ୍ତି

ଚତୁର୍ଥ ତାଲିକାରେ ୧୫ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କଲା ବିଜେପି

Image Courtesy of Zee News

ନୂଆଦିଲ୍ଲୀ : ବ୍ରିଜଭୂଷଣ ଶରଣସିଂହ ମାମଲାରେ ବିଜେପି କୌଣସି ଦୋମୁହାଁ ନୀତି ଅନୁସରଣ କରୁନାହିଁ ଏବଂ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ ବୋଲି ନିକଟରେ ବିଜେପିରେ ଯୋଗ ଦେଇଥିବା ବାଂସୁରୀ ସ୍ବରାଜ କହିଛନ୍ତି। ପୂର୍ବତନ ବିଦେଶ ମନ୍ତ୍ରୀ ସୁଷମା ସ୍ବରାଜଙ୍କ ଝିଅ ବାଂସୁରୀ ସ୍ବରାଜ ଗତ ମାର୍ଚ୍ଚରେ ବିଜେପି ବିଜେପି ଆଇନ ଶାଖା ସହସଂଯୋଜିକା ଭାବେ ଦାୟିତ୍ବ ନେବାପରେ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ଉକ୍ତ ପ୍ରସଙ୍ଗରେ ପ୍ରଥମ ଟିପ୍ପଣୀ ରଖିଛନ୍ତି। ସ୍ବରାଜ କହିଛନ୍ତି, ଉକ୍ତ ଘଟଣାରେ ଏତଲା ରୁଜୁ ହୋଇଛି ଏବଂ ପୁଲିସ ଘଟଣାର ତଦନ୍ତ କରୁଛି। ନ୍ୟାୟପାଳିକା ଉପରେ ମୋର ଗଭୀର ବିଶ୍ବାସ ରହିଛି ଏ କ୍ଷେତ୍ରରେ ଆମ ନୀତି ପୂରା ସ୍ପଷ୍ଟ ବୋଲି ‌ସେ କହିଛନ୍ତି। ତଦନ୍ତ ପରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ ବୋଲି ସେ କହିଛନ୍ତି। ତେବେ ପୋକ୍ସ ଆଇନ ଅଧୀନରେ ମାମଲାର ବିଚାରଣ ପାଇଁ ସରକାରୀ ଓକିଲଙ୍କ ନିଯୁକ୍ତିରେ ବିଳମ୍ବ ହେଉଥିବାରୁ ବାଂସୁରୀ ସ୍ବରାଜ ଦିଲ୍ଲୀରେ ଆପ୍‌ ସରକାରକୁ ଟାର୍ଗେଟ୍‌ କରିଛନ୍ତି। ଗତ ୯ ମାସ ଧରି ପୋକ୍‌ସୋ ଆଇନ ଅଧୀନରେ ଥିବା ୨୦ଟି ମାମଲା ପାଇଁ ଓକିଲ ନିଯୁକ୍ତି ସଂକ୍ରାନ୍ତ ଫାଇଲ୍‌ କାହିଁକି ଦିଲ୍ଲୀ ସରକାରୀ ଅଫିସରେ ଘୂରି ବୁଲୁଛି ବୋଲି ବାଂସୁରୀ ସ୍ବରାଜ ପ୍ରଶ୍ନ ଉଠାଇଛନ୍ତି। ଆପ୍‌ ସରକାର ମହିଳାଙ୍କ ସୁରକ୍ଷା ପ୍ରସଙ୍ଗରେ ଅସମ୍ବେଦନଶୀଳ ବୋଲି ସ୍ବରାଜ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe