ଆମ ହସିବାର ସମୟ ଆସୁଛି, ତୃଣମୂଳ କଂଗ୍ରେସର ରାଜୁତି ଶେଷହେବ: ଅମିତ ଶାହା

Advertisment
ବିଜେପି ଜିତିଲେ ମହିଳାଙ୍କ ପାଇଁ ୩୩% ସଂରକ୍ଷଣ: ଶାହ

Image Courtesy of NDTV (File Photo)

କୋଲ୍‌କାତା: ମମତା ବାନାର୍ଜୀଙ୍କ ସରକାରର ପତ୍ତନ ହେବ ଏବଂ ବିଜେପିର ହସିବା ସମୟ ଆସିବ ବୋଲି ଶୁକ୍ରବାର ସନ୍ଧ୍ୟାରେ ଦୁଇଦିନିଆ ପଶ୍ଚିମବଙ୍ଗ ଗସ୍ତ ଶେଷ କରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କହି କରିଛନ୍ତି। ଆସନ୍ତା ବର୍ଷ ପ୍ରାରମ୍ଭରେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଥିବାରୁ ଦଳର ସାଙ୍ଗଠନିକ ଢାଞ୍ଚା ସଜାଡ଼ିବା ସହ କର୍ମୀମାନଙ୍କୁ ଉତ୍ସାହ ଦେବାକୁ ଶାହା ପଶ୍ଚିମବଙ୍ଗ ଗସ୍ତ କରିଥିଲେ।

୨୯୪ ଆସନବିଶିଷ୍ଟ ବିଧାନସଭାରେ ୨୦୦ ଆସନ ଜିତିବାକୁ ଲକ୍ଷ୍ୟ ରଖିଥିବା ଶାହା ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ପ୍ରଶାସନକୁ ତୀବ୍ର ସମାଲୋଚନା କରିଛନ୍ତି। ସେମାନେ ଦୁର୍ନୀଗ୍ରସ୍ତ ଏବଂ ରାଜ୍ୟରେ ରାଜନୈତିକ କର୍ମୀମାନଙ୍କ ମୃତ୍ୟୁ ପାଇଁ ଦାୟୀ ବୋଲି ସେ ଅଭିଯୋଗ କରିଛନ୍ତି। ବିକାଶ ପାଇଁ ମୋଦୀ ସରକାରଙ୍କୁ ଥରେ ସୁଯୋଗ ଦେବାକୁ ସେ ବଙ୍ଗବାସୀଙ୍କୁ ନିବେଦନ କରିଛନ୍ତି।

publive-image Image Courtesy of Hindustan Times

କୋଲ୍‌କାତାରେ ସାମ୍ବାଦିକମାନଙ୍କୁ ସେ କହିଛନ୍ତି, ଆମ ହସିବାର ସମୟ ଆସୁଛି, କାରଣ ତୃଣମୂଳ କଂଗ୍ରେସର ରାଜୁତି ଶେଷ ହେବ ଏବଂ ବିଜେପି କ୍ଷମତାସୀନ ହେବ। ଏହା ବଙ୍ଗାବସୀଙ୍କ ଇଚ୍ଛା। ୨୦୦ରୁ ଅଧିକ ଆସନରେ ବିଜୟୀ ହୋଇ ଆମେ ପଶ୍ଚିମବଙ୍ଗରେ ସରକାର ଗଠନ କରିବୁ।

ଆପଣମାନେ କଂଗ୍ରେସ, ବାମ ଦଳ ଏବଂ ତୃଣମୂଳ କଂଗ୍ରେସକୁ ସୁଯୋଗ ଦେଇଛନ୍ତି। ଆମକୁ ଥରେ ସୁଯୋଗ ଦିଅନ୍ତୁ। ପାଞ୍ଚ ବର୍ଷରେ ‘ସୋନାର୍‌ ବାଙ୍ଗ୍‌ଲା’ ନିର୍ମାଣ କରିବାର ପ୍ରତିଶ୍ରୁତି ଦେଉଛି। ଆମେ ପଶ୍ଚିମବଙ୍ଗରେ ଅନୁପ୍ରବେଶ ବନ୍ଦ କରିବୁ, ସୀମାନ୍ତ ସୁରକ୍ଷିତ ରଖିବୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe