Image Courtesy of NDTV
କୋପେନ୍ହେଗନ୍: ଗୋଟିଏ ଦିନରେ ୧୪୦୦ରୁ ଅଧିକ ଦେହର ଦୁଇପାଖ ଧଳା ଥିବା ଶିଶୁମାର (ଡଲ୍ଫିନ୍) ହତ୍ୟା କରାଇଥିବାରୁ ମଙ୍ଗଳବାର ଦିନ ସ୍ବୟଂଶାସିତ ଡାନିସ୍ ଅଞ୍ଚଳ ଫେରୋ ଦ୍ବୀପପୁଞ୍ଜ ସରକାର ତୀବ୍ର ପ୍ରତିବାଦର ସମ୍ମୁଖୀନ ହୋଇଛନ୍ତି। ଏହା ହେଉଛି ଉତ୍ତର ଦ୍ବୀପପୁଞ୍ଜରେ ଗୋଟିଏ ଦିନରେ ସର୍ବାଧିକ ଶିଶୁମାର ଶିକାର।
ଗଣମାଧ୍ୟମକୁ ସରକାରଙ୍କର ଜଣେ ମୁଖପାତ୍ର କହିଛନ୍ତି, ଏସବୁ ସ୍ତନ୍ୟପାୟୀ ପ୍ରାଣୀର ଶିକାର ଓ ହତ୍ୟା ବାବଦରେ ଜାଣି ନ ଥିବା ବ୍ୟକ୍ତିବିଶେଷଙ୍କ ନିମନ୍ତେ ‘ଫେରୋସୀୟ ତିମି ଶିକାର’ ନିଃସନ୍ଦେହ ଏକ ନାଟକୀୟ ଦୃଶ୍ୟ। ସୁସଙ୍ଗଠିତ ଏବଂ ପୂର୍ଣ୍ଣ ନିୟନ୍ତ୍ରଣରେ ଏହି ଶିକାର କରାଯାଏ।
ସେ ଆହୁରି ମଧ୍ୟ କହିଛନ୍ତି, ପ୍ରାୟ ୫୦ ହଜାର ଜନସଂଖ୍ୟାବିଶିଷ୍ଟ ଉତ୍ତର ଆଟ୍ଲାଣ୍ଟିକ୍ ଆଇଲାଣ୍ଡ୍ରେ ପାରମ୍ପରିକ ଭାବେ ଶିଶୁମାର ନୁହେଁ, ‘ପାଇଲଟ୍ ତିମି’ ଶିକାର କରାଯାଏ।
ସ୍ଥାନୀୟ ଟେଲିଭିଜନ୍ ସାମ୍ବାଦିକ ହଲୁର ଏଭ୍ ରାନା କହିଛନ୍ତି, ଅଳ୍ପସଂଖ୍ୟକ ଶିଶୁମାରଙ୍କୁ ହତ୍ୟା କରାଯାଏ, କିନ୍ତୁ ସାଧାରଣତଃ ଏତେ ସଂଖ୍ୟକ ଶିଶୁମାର ମରାଯାଏ ନାହିଁ।
‘ଗ୍ରିଣ୍ଡାଡ୍ରାପ୍’ ବା ଦୀର୍ଘପକ୍ଷଧାରୀ ‘ପାଇଲଟ୍ ତିମି’ ଶିକାର ହେଉଛି ଗୋଟାଏ ପ୍ରଥା। ଏଥିରେ ଶିକାରୀମାନେ ଅନେକଗୁଡ଼ିଏ ମାଛମରା ଡିଙ୍ଗିକୁ ଖୁବ୍ ଓସାରିଆ ଅର୍ଦ୍ଧବୃତ ଆକାରରେ ସଜାଇ ରଖି ତିମିମାନଙ୍କୁ ବେଢ଼ି ଯିବା ସହ ସେମାନଙ୍କୁ ଉପସାଗର ଆଡ଼କୁ ଅଡ଼ାଇ ଆଣି ବେଳାଭୂମିକୁ ନେଇଯାଆନ୍ତି। ସେଠାରେ ତିମିଗୁଡ଼ିକୁ ହତ୍ୟା କରାଯାଏ।
ଏ ଦୃଶ୍ୟ ଅତ୍ୟନ୍ତ ଭୟାବହ ଏବଂ ସାଧାରଣତଃ ତୁରନ୍ତ ତିମି ମାରି ହେଉଥିଲେ ବି, ସେମାନଙ୍କୁ ମାରିବା ଲାଗି କିଛି ସମୟ ଲାଗିଥାଏ ବୋଲି ରାନା କହିଛନ୍ତି।
Image Courtesy of EURO -NEWSଏଥର କିନ୍ତୁ, ବେଳାଭୂମିରେ ୧୦୦୦ରୁ ଅଧିକ ରକ୍ତରଞ୍ଜିତ ଧବଳ-ପାର୍ଶ୍ବ ଆଟ୍ଲାଣ୍ଟିକ୍ ଶିଶୁମାରଙ୍କ ଫଟୋ ଦେଖିବା ପରେ ସାମାଜିକ ଗଣମାଧ୍ୟମରେ ତୀବ୍ର ପ୍ରତିବାଦ କରାଯାଇଛି।
ରାନାଙ୍କ କହିବା ଅନୁସାରେ, ଦ୍ବୀପପୁଞ୍ଜର ସମୁଦାୟ ଜନସଂଖ୍ୟାର ୫୩% ଜନତା ‘ତିମିବଧ’କୁ ବିରୋଧ କରୁଥିଲେ ବି ଏହି ପ୍ରଥା ବନ୍ଦ କରିବା ଲାଗି କୌଣସି ଯୋଜନା କରାଯାଇନାହିଁ। ସରକାରୀ କର୍ତ୍ତୃପକ୍ଷ କହୁଛନ୍ତି କି, ଏହା ଶିକାର ଚାଲୁ ରଖିବାର ଗୋଟାଏ ଉପାୟ।
ତିମି ଓ ଶିଶୁମାର ଶିକାର ବିରୋଧରେ ଅଭିଯାନ ଚଳାଇଥିବା ଦାତବ୍ୟ ସଙ୍ଗଠନ ‘ସି’ ସେଫର୍ଡ’ ଏହାକୁ ‘ବର୍ବର ପ୍ରଥା’ ବୋଲି ଅଭିହିତ କରିଛି।
ସ୍ଥାନୀୟ ଆକଳନ ଅନୁସାରେ, ଫେରୋ ଦ୍ବୀପପୁଞ୍ଜ ଚତୁଃପାର୍ଶ୍ବସ୍ଥ ଜଳରାଶିରେ ପ୍ରାୟ ୧ ଲକ୍ଷ ‘ପାଇଲଟ୍ ତିମି’ ଥିବାବେଳେ ଗତବର୍ଷ ପ୍ରାୟ ୬୦୦ଟି ହତ୍ୟା କରାଯାଇଛି।
Follow Us