୨୦୧୪ରୁ ୧୬ ମଧ୍ୟରେ ଦେଶରେ ଘଟିଛି ୧.୧୦ ଲକ୍ଷରୁ ଅଧିକ ଦୁଷ୍କର୍ମ ଘଟଣା: କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ କିରଣ ରିଜ୍ଜୁ

Advertisment
୨୦୧୪ରୁ ୧୬ ମଧ୍ୟରେ ଦେଶରେ ଘଟିଛି ୧.୧୦ ଲକ୍ଷରୁ ଅଧିକ ଦୁଷ୍କର୍ମ ଘଟଣା: କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ କିରଣ ରିଜ୍ଜୁ

ନୂଆଦିଲ୍ଲୀ: ୨୦୧୪ରୁ ୨୦୧୬ ମଧ୍ୟରେ ସମଗ୍ର ଦେଶରେ ୧ଲକ୍ଷ ୧୦ ହଜାର ୩୩୩ଟି ଦୁଷ୍କର୍ମ ମାମଲା ଦେଶର ବିଭିନ୍ନ ଥାନାରେ ଆଗତ ହୋଇଛି ବୋଲି କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ କିରଣ ରିଜ୍ଜୁ ଆଜି (ଗୁରୁବାର) ସଂସଦରେ ସୂଚନା ଦେଇଛନ୍ତି।

ସଂସଦର ଚଳିତ ମୌସୁମୀ ଅଧିବେଶନ କାଳରେ ରାଜ୍ୟସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ରିଜ୍ଜୁ କହିଛନ୍ତି ଯେ ସମଗ୍ର ଦେଶରେ ୨୦୧୬ରେ ୩୮,୯୪୭ଟି ଦୁଷ୍କର୍ମ ମାମଲା ଆଗତ ହୋଇଥିବା ବେଳେ ୨୦୧୫ରେ ୩୪, ୬୫୧ ଓ ୨୦୧୪ରେ ୩୬,୭୩୫ଟି ଦୁଷ୍କର୍ମ ମାମଲା ଆଗତ ହୋଇଥିଲା।

publive-image

ସେହିପରି ୨୦୧୬ରେ ସମଗ୍ର ଦେଶରେ ୩ଲକ୍ଷ ୩୮ ହଜାର ୯୫୪ଟି ମହିଳାଙ୍କ ବିରୋଧରେ ଅପରାଧ ଘଟଣା ସଂପର୍କରେ ଅଭିଯୋଗ ଦେଶର ବିଭିନ୍ନ ଥାନାରେ ଆଗତ ହୋଇଥିବା ବେଳେ ୨୦୧୫ରେ ୩ ଲକ୍ଷ ୨୯ ହଜାର ୨୪୩ଟି ଓ ୨୦୧୪ରେ ୩ ଲକ୍ଷ ୩୯ ହଜାର ୪୫୭ଟି ମହିଳାଙ୍କ ବିରୋଧରେ ଅପରାଧ ଘଟଣା ଆଗତ ହୋଇଛି। ତେବେ, ଦୁଷ୍କର୍ମ ଓ ମହିଳାଙ୍କ ବିରୋଧରେ ହେଉଥିବା ଅପରାଧ ଘଟଣା ସବୁକୁ ଦୃଢ଼ ହସ୍ତରେ ଦମନ କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାରର ପ୍ରୟାସ ଜାରି ରହିଛି। ଏବଂ ଏସବୁ ଘଟଣାକୁ ରୋକିବା ସହ ଆଗତ ହେଉଥିବା ମାମଲାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ସରକାରମାନଙ୍କୁ ନିର୍ଦ୍ଦେଶ ଦିଆ ଯାଇଥିବା ରାଜ୍ୟସଭାରେ ସୂଚନା ଦେଇଛନ୍ତି କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ କିରଣ ରିଜ୍ଜୁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe