କରୋନା ଆତଙ୍କ: ୧୮୧୮ଟି ବିମାନରେ ଦେଶକୁ ଆସିଥିବା ୧.୯୭ ଲକ୍ଷ ଯାତ୍ରୀଙ୍କର କରାଯାଇଛି ଥର୍ମୋ ସ୍କାନିଂ

କରୋନା ଆତଙ୍କ: ୧୮୧୮ଟି ବିମାନରେ ଦେଶକୁ ଆସିଥିବା ୧.୯୭ ଲକ୍ଷ ଯାତ୍ରୀଙ୍କର କରାଯାଇଛି ଥର୍ମୋ ସ୍କାନିଂ

New Indian Express

ନୂଆଦିଲ୍ଲୀ: ସଂପ୍ରତି ଚୀନ୍‌ରେ ଦେଖା ଦେଇଥିବା କରୋନା ଭାଇରସ୍‌ ବିଶ୍ୱବ୍ୟାପି ଆତଙ୍କ ସୃଷ୍ଟି କରିଥିବା ବେଳେ କରୋନା ଭାଇରସ୍‌ ପାଇଁ ଭାରତ ପକ୍ଷରୁ ଯଥେଷ୍ଟ ପରିମାଣର ସତର୍କତା ମୂଳକ ପକ୍ଷକ୍ଷେପ ଗ୍ରହଣ କରା ଯାଇଛି ବୋଲି ଆଜି ସଂସଦରେ କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷ ବର୍ଦ୍ଧନ। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ବର୍ଦ୍ଧନ କହିଛନ୍ତିି ଯେ ଆଜି ସୁଦ୍ଧା ପଡୋଶୀ ଚୀନ୍‌ରେ ୩୭,୧୯୮ ଜଣଙ୍କୁ କରୋନା ଭାଇରସ୍‌ରେ ଆକ୍ରାନ୍ତ ଥିବା ଚିହ୍ନଟ କରା ଯାଇଥିବା ବେଳେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୧୧ରେ ପହଞ୍ଚିଛି। ଚୀନ୍‌ ବ୍ୟତୀତ ଅନ୍ୟ ୨୭ଟି ରାଷ୍ଟ୍ରରେ ଗତ ୯ ତାରିଖ ସୁଦ୍ଧା ୩୫୪ ଜଣ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇ ସାରିଲାଣି।

publive-image Hindustan Times

ତେଣୁ, ଏହାକୁ ଦୃଷ୍ଟିରେ ରଖି କରୋନା ଭାଇରସ୍‌ ପାଇଁ ଭାରତ ପକ୍ଷରୁ ଯଥେଷ୍ଟ ପରିମାଣର ସତର୍କତା ମୂଳକ ପକ୍ଷକ୍ଷେପ ଗ୍ରହଣ କରା ଯାଇଛି ବୋଲି ସେ କହିଛନ୍ତି। କରୋନା ଭାଇରସ୍‌ ଦେଖାଦେବା ପରଠାରୁ ବିଦେଶରୁ ଦେଶମଧ୍ୟକୁ ଆସିଥିବା ୧୮୧୮ଟି ବିମାନରେ ୧.୯୭ ଲକ୍ଷ ଯାତ୍ରୀଙ୍କୁ କରୋନା ଭାଇରସ୍‌ ପାଇଁ ଥର୍ମୋ ସ୍କାନିଂ ସିଷ୍ଟମ ଜରିଆରେ ପରୀକ୍ଷା କରାଯାଇଛି।

publive-image News Nation

ପ୍ରଥମେ ଜାନୁଆରି ୧୮ ତାରିଖ ଠାରୁ ଦେଶର ଦିଲ୍ଲୀ, ମୁମ୍ବାଇ, ଜେନ୍ନାଇ, କୋଲକାତା, ବେଙ୍ଗାଲୁରୁ, ହାଇଦ୍ରାବାଦ ଓ କୋଚି ବିମାନ ବନ୍ଦରରେ ବିଦେଶାଗତ ଯାତ୍ରୀମାନଙ୍କର ଏହି ଥର୍ମୋ ସ୍କାନିଂ ପରୀକ୍ଷା ଆରମ୍ଭ କରା ଯାଇଥିଲା। ପରବର୍ତ୍ତୀ ସମୟରେ ଦେଶର ଆଉ ଅନ୍ୟ ୨୧ଟି ବିମାନ ବନ୍ଦରରେ ଏହାକୁ କାର୍ଯ୍ୟକାରୀ କରା ଯାଇଥିଲା।

publive-image Hindustan

ତେବେ, ସିଙ୍ଗାପୁର, ଥାଇଲାଣ୍ଡ, ହଂକଂ ଓ ଚୀନ୍‌ରୁ ଦେଶ ମଧ୍ୟକୁ ଆସୁଥିବା ବିମାନଗୁଡ଼ିକୁ ପୁଙ୍ଖାନୁପୁଙ୍ଖ ଭାବେ ଯାଞ୍ଚ କରା ଯାଉଛି ବୋଲି କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ। ଏଥିସହ ଦେଶର ବିମାନ ବନ୍ଦରମାନଙ୍କରେ ବିଦେଶାଗତ ଯାତ୍ରୀମାନଙ୍କର ଥର୍ମୋ ସ୍କାନିଂ ପାଇଁ ବିଶେଷଜ୍ଞ ଡାକ୍ତରମାନଙ୍କୁ ନିଯୁକ୍ତ କରା ଯାଇଥିବା ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe