ଜୁଲାଇ ପହିଲାରୁ ଆରମ୍ଭ ହେବାକୁ ଥିବା ଅମରନାଥ ତୀର୍ଥଯାତ୍ରା ପାଇଁ ୧ ଲକ୍ଷରୁ ଊର୍ଧ୍ୱ ଶ୍ରଦ୍ଧାଳୁ କରିସାରିଲେଣି ପଞ୍ଜିକରଣ

Advertisment
ଜୁଲାଇ ପହିଲାରୁ ଆରମ୍ଭ ହେବାକୁ ଥିବା ଅମରନାଥ ତୀର୍ଥଯାତ୍ରା ପାଇଁ ୧ ଲକ୍ଷରୁ ଊର୍ଧ୍ୱ ଶ୍ରଦ୍ଧାଳୁ କରିସାରିଲେଣି ପଞ୍ଜିକରଣ

The Hans India

ଜାମ୍ମୁ: ଆସନ୍ତା ଜୁଲାଇ ପହିଲାରୁ ଆରମ୍ଭ ହେବାକୁ ଥିବା ଦକ୍ଷିଣ କଶ୍ମୀର ହିମାଳୟର ଅମରନାଥ ଗୁମ୍ପା ମନ୍ଦିରର ବାର୍ଷିକ ତୀର୍ଥ ଯାତ୍ରା ପାଇଁ ୧.୧୦ ଲକ୍ଷ ଶ୍ରଦ୍ଧାଳୁ ସେମାନଙ୍କ ନାମ ପଞ୍ଜିକରଣ କରି ସାରିଲେଣି ବୋଲି ରବିବାର ବିଶେଷ ସୂତ୍ରରୁ ସୂଚନା ମିଳିିଛି।

ତୀର୍ଥଯାତ୍ରୀମାନଙ୍କ ପାଇଁ ଗତ ସପ୍ତାହରେ ଜମ୍ମୁ-କଶ୍ମୀରର ରାଜ୍ୟପାଳ ସତ୍ୟା ପଲ ମାଲିକ୍‌ ଅନ୍‌ଲାଇନ୍‌ ପଞ୍ଜିକରଣ ପ୍ରକ୍ରିୟା ଲଞ୍ଚ୍‌ କରିଥିଲେ। ବାଲତାଲ ଓ ଚନ୍ଦନଓ୍ଵାରି ମାର୍ଗ ଦେଇ ଅମରନାଥ ଗୁମ୍ପା ମନ୍ଦିରରକୁ ଯାତ୍ରା କରିବା ପାଇଁ ପଞ୍ଜିକରଣ ଗତ ଏପ୍ରିଲ୍‌ ୨ରୁ ଆରମ୍ଭ ହୋଇ ଯାଇଛି।

ସୂଚନା ମିଳିଥିଲା ଯେ ତୀର୍ଥଯାତ୍ରୀମାନେ ମନ ଇଚ୍ଛା ଅମରନାଥ ଯାତ୍ରା କରିପାରିବେ ନାହିଁ। ଅନୁମତି ନେଇ କରି ହିଁ ଯାତ୍ରା କରିବା ସମ୍ଭବ। ଯାତ୍ରୀଙ୍କୁ ମିଳିଥିବା ନିର୍ଦ୍ଦିଷ୍ଟ ଦିନ ଓ ମାର୍ଗରେ ହିଁ ସେମାନଙ୍କୁ ଯିବାକୁ ହେବ। ନଚେତ ସେମାନେ ପ୍ରଭୁ ଅମରନାଥଙ୍କୁ ଦର୍ଶନ କରିବାରୁ ବଞ୍ଚିତ ହେବେ।

ତେବେ, କୁହାଯାଇଥିଲା ଯେ ୩୨ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଥିବା ପଞ୍ଜାବ ନେସ୍‌ନାଲ୍‌ ବ୍ୟାଙ୍କ୍‌, ଜମ୍ମୁ-କଶ୍ମୀର ବ୍ୟାଙ୍କ୍‌ ଓ ୟସ୍‌ ବ୍ୟାଙ୍କ୍‌ ଅଧୀନରେ ହିଁ ଏହି ପଞ୍ଜିକରଣ ସମ୍ଭବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe