ପୁଲିସ ସହ ସଂଘର୍ଷ କରି ଚେନ୍ନାଇରେ ଶତାଧିକ ‘ସିଏଏ’ ଓ ‘ଏନ୍‌ଆର୍‌ସି’ ବିରୋଧୀ ପ୍ରତିବାଦକାରୀ ଅଟକ

Advertisment
ପୁଲିସ ସହ ସଂଘର୍ଷ କରି ଚେନ୍ନାଇରେ ଶତାଧିକ ‘ସିଏଏ’ ଓ ‘ଏନ୍‌ଆର୍‌ସି’ ବିରୋଧୀ ପ୍ରତିବାଦକାରୀ ଅଟକ

Image Source: Zee News

ଚେନ୍ନାଇ: ପୁଲିସ ସହ ସଂଘର୍ଷ କରିଥିବା ଶତାଧିକ ‘ସିଏଏ’ ଏବଂ ‘ଏନ୍‌ଆର୍‌ସି’ ବିରୋଧୀ ପ୍ରତିବାଦକାରୀଙ୍କୁ ଥାନାରେ ଅଟକ ରଖାଯାଇଛି। ଗତକାଲି ବହୁସଂଖ୍ୟକ ବ୍ୟକ୍ତି ଚେନ୍ନାଇର ଓ୍ଵାସର୍‌ମ୍ୟାନ୍‌ ପଏଣ୍ଟ୍‌ ଠାରେ ‘ସିଏଏ’ ଏବଂ ‘ଏନ୍‌ଆର୍‌ସି’ ବିରୋଧରେ ସ୍ଲୋଗାନ୍‌ ଦେଇ ପ୍ରତିବାଦ ପ୍ରଦର୍ଶନ କରୁଥିଲେ।

ଏହି ସମୟରେ ପ୍ରତିବାଦକାରୀମାନେ ପୁଲିସ ବ୍ୟାରିକେଡ୍‌ ଭାଙ୍ଗି ଆଗକୁ ଯିବାକୁ ଉଦ୍ୟମ କରିଥିଲେ। ଫଳରେ ସଂଘର୍ଷର ସୂତ୍ରପାତ ହୋଇଥିଲା। ପ୍ରତିବାଦକାରୀଙ୍କୁ ଘଉଡ଼ାଇବା ପାଇଁ ପୁଲିସ ଲାଠି ଚାର୍ଜ କରିଥିଲା।

publive-image Image Source: The Hindu

କିଛି ପ୍ରତିବାଦକାରୀଙ୍କୁ ପୁଲିସ ଧରି ନେଇ ଅଟକ ରଖିବା ପରେ ଅନ୍ୟ ପ୍ରତିବାଦକାରୀମାନେ ଆନ୍ନା ସାଲାଇ ଅଞ୍ଚଳର ମାଉଣ୍ଟ୍‌ ରୋଡ୍‌ ଦରଘା ଠାରେ ପୁଣି ପ୍ରତିବାଦ ଆରମ୍ଭ କରିଥିଲେ। କିନ୍ତୁ, ତାହା ସାମୟିକ ଭାବେ ପ୍ରତ୍ୟାହାର କରି ନିଆଯାଇଥିଲା।

ପ୍ରତିବାଦ ଓ ସଂଘର୍ଷ ଯୋଗୁ ଚେନ୍ନାଇ ଏବଂ ଚେନ୍ନାଇ ଉପକଣ୍ଠର କେତେକ ସ୍ଥାନରେ ଯାନବହନ ଚଳାଚଳରେ ବାଧା ସୃଷ୍ଟି ହୋଇଥିଲା। ପରେ ପରେ କେତେକ ସାମାଜିକ ସଂଗଠନ ସହ ପୁଲିସ ଆଲୋଚନା କରିଥିଲା। ଆଲୋଚନା ପରେ ପ୍ରାୟ ୧୫୦ଜଣ ପ୍ରତିବାଦକାରୀଙ୍କୁ ଛାଡ଼ି ଦିଆଯାଇଥିବା କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe