Image Courtesy of Deccan Herald
ସଙ୍ଗାରେଡ୍ଡୀ: ତେଲେଙ୍ଗାନାର ସିଦ୍ଦୀପେଟ୍ ଜିଲ୍ଲାରେ ୧୦୦ରୁ ଅଧିକ ବୁଲା କୁକୁରଙ୍କୁ ବିଷ ଦିଆଯାଇ ହତ୍ୟା କରାଯାଇଥିବା କଥା ଜଣେ ପ୍ରାଣୀ ଅଧିକାରକର୍ମୀ କହିଛନ୍ତି।
ସିଦ୍ଦୀପେଟ୍ ଜିଲ୍ଲାର ଜଗଦେବପୁର ମଣ୍ଡଳ ଅନ୍ତର୍ଗତ ତିଗୁଲ୍ ଗାଁ’ର ସରପଞ୍ଚ ଓ ସଚିବ ପେଷାଦାର କୁକୁର ଧରାଳିମାନଙ୍କୁ ଅଣାଇ ବୁଲା କୁକୁରମାନଙ୍କୁ ଧରିଥିଲେ। ତା’ପରେ ଉକ୍ତ କୁକୁରମାନଙ୍କୁ ମାରାତ୍ମକ ଇଞ୍ଜେକ୍ସେନ୍ ଦେଇ ହତ୍ୟା କରାଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି।
ଘଟଣାଟି ମାର୍ଚ ୨୭ରେ ଘଟିଥିବା କଥା ହାଇଦ୍ରାବାଦରେ ଥିବା ଗୋଟାଏ ‘ଏନ୍ଜିଓ’କୁ ସୂଚନା ଦେଇ କହିଥିଲେ। ପ୍ରାପ୍ତ ସୂଚନା ଅନୁସାରେ, ଗତ ସୋମବାର ଦିନ ଜିଲ୍ଲା କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ ଦାଏର କରାଯାଇଥିଲା।
ଘଟଣାର ତଦନ୍ତ କରି ଏଥି ନିମନ୍ତେ ଦାୟୀ ବ୍ୟକ୍ତିବିଶେଷଙ୍କ ନାମରେ ମାମଲା ରୁଜୁ କରିବା ପାଇଁ ପ୍ରାଣୀ ଅଧିକାରକର୍ମୀ ଗୌତମ କୁମାର ସିଦ୍ଦୀପେଟ୍ ଜିଲ୍ଲାପାଳ ଏବଂ ପୁଲିସ କମିସନର୍ଙ୍କ ନିକଟରେ ଅଭିଯୋଗ କରିଥିଲେ।
Image Courtesy of India Todayଅଭିଯୋଗ ଅନୁସାରେ, ଗୋଟାଏ ୬ ବର୍ଷର କୁକୁରର ମୃତ୍ୟୁ ଘଟିବା ପରେ ଗଣକୁକୁର ହତ୍ୟା ସମ୍ପର୍କରେ ଜଣାପଡ଼ିଥିଲା। ପୋଷା କୁକୁର ମୃତ୍ୟୁର କାରଣ ଜାଣିବା ପାଇଁ ଗୌତମ ସେ ଗାଁକୁ ଯାଇ ଜାଣିଲେ ଯେ, ବୁଲା କୁକୁରମାନଙ୍କ ସହିତ ଉକ୍ତ ପୋଷା କୁକୁରଟିକୁ ବି ବିଷ ଦିଆଯାଇଥିଲା। ସ୍ଥାନୀୟ ବାସିନ୍ଦାଙ୍କଠାରୁ ମଧ୍ୟ ସେ ବୁଲା କୁକୁରମାନଙ୍କ ସଂହାର ବିଷୟରେ ସୁନିଶ୍ଚିତ ହୋଇଥିଲେ।
ଗାଁରେ ଥିବା ଗୋଟାଏ ପୁରାତନ କୂଅରେ କୁକୁରମାନଙ୍କ ମଢ଼ ସବୁ ପକାଇଦିଆଯାଇଛି। ଗତ ୩ ମାସ ଭିତରେ ପ୍ରାୟ ୨୦୦ କୁକୁରଙ୍କୁ ହତ୍ୟା କରାଯାଇଥିବା କଥା ଗ୍ରାମବାସୀମାନେ ପ୍ରାଣୀ ଅଧିକାରକର୍ମୀ ଗୌତମଙ୍କୁ କହିଛନ୍ତି।
ଗ୍ରାମ ଅଧିକାରୀଙ୍କ ବିରୋଧରେ ଦିଆଯାଇଥିବା ଅଭିଯୋଗ ବିଷୟରେ ସ୍ଥାନୀୟ ପୁଲିସ ନିଷ୍କ୍ରିୟ ରହିବାରୁ ଗୌତମ ଜିଲ୍ଲାପାଳ ଏବଂ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍ଙ୍କୁ ଭେଟିଥିଲେ। ଏଥିପାଇଁ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେମାନେ ପ୍ରତିଶ୍ରୁତି ଦେଇଛନ୍ତି।
Follow Us