ନିଲାମରେ ୧୦୦୦ରୁ ଊର୍ଦ୍ଧ୍ବ ଖେଳାଳି

Advertisment

ବହୁ ପ୍ରତିକ୍ଷୀତ ହକି ଇଣ୍ଡିଆ ଲିଗ୍‌ (ହିଲ୍‌)ର ପ୍ରତ୍ୟାବର୍ତ୍ତନ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ୨୦୨୪-୨୫ ଋତୁର ଖେଳାଳି ନିଲାମ ନୂଆଦିଲ୍ଲୀରେ ଆସନ୍ତା ୧୩ରୁ ୧୫ ତାରିଖ ପର୍ଯ୍ୟନ୍ତ ହେବ।

ବହୁ ପ୍ରତିକ୍ଷୀତ ହକି ଇଣ୍ଡିଆ ଲିଗ୍‌ (ହିଲ୍‌)ର ପ୍ରତ୍ୟାବର୍ତ୍ତନ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ୨୦୨୪-୨୫ ଋତୁର ଖେଳାଳି ନିଲାମ ନୂଆଦିଲ୍ଲୀରେ ଆସନ୍ତା ୧୩ରୁ ୧୫ ତାରିଖ ପର୍ଯ୍ୟନ୍ତ ହେବ।

hil

Wikipedia

ନୂଆଦିଲ୍ଲୀ: ବହୁ ପ୍ରତିକ୍ଷୀତ ହକି ଇଣ୍ଡିଆ ଲିଗ୍‌ (ହିଲ୍‌)ର ପ୍ରତ୍ୟାବର୍ତ୍ତନ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ୨୦୨୪-୨୫ ଋତୁର ଖେଳାଳି ନିଲାମ ନୂଆଦିଲ୍ଲୀରେ ଆସନ୍ତା ୧୩ରୁ ୧୫ ତାରିଖ ପର୍ଯ୍ୟନ୍ତ ହେବ। ପ୍ରାୟ ୭ ବର୍ଷ ପରେ ଫେରିଥିବା ଏହି ଲିଗ୍‌ରେ ପ୍ରଥମ ଥର ଉଭୟ ପୁରୁଷ ଓ ମହିଳା ବର୍ଗରେ ଖେଳାଯିବ। ଆଗାମୀ ଋତୁ ଦଳ ଗଠନ ଲାଗି ଖେଳାଳି ନିଲାମ ମୁଖ୍ୟ ଭୂମିକା ନେବାକୁ ଯାଉଥିବା ବେଳେ ପୁରୁଷ ଖେଳାଳିଙ୍କ ନିଲାମ ୧୩ ଓ ୧୪ ତାରିଖରେ ଏବଂ ମହିଳା ଖେଳାଳିଙ୍କ ୧୫ ତାରିଖରେ ହେବ। ନିଲାମରେ ୧୦୦୦ରୁ ଅଧିକ ପୁରୁଷ ଓ ମହିଳା ଖେଳାଳି ଭାଗ ନେବେ। ପୁରୁଷରେ ୪୦୦+ ଘରୋଇ ଓ ୧୫୦+ ବିଦେଶୀ ଏବଂ ମହିଳାରେ ୨୫୦+ ଘରୋଇ ଓ ୭୦+ ବିଦେଶୀ ଖେଳାଳି ଭା‌ଗ ନେଉଛନ୍ତି। ଖେଳାଳିମାନଙ୍କୁ ୩ଟି ମୂଲ୍ୟ ବର୍ଗରେ ରଖାଯାଇଛି। ୨ଲକ୍ଷ ବର୍ଗରେ ଅଛନ୍ତି ୬୦୦ରୁ ଅଧିକ, ୫ ଲକ୍ଷ‌ ବର୍ଗରେ ୨୫୦ରୁ ଅଧିକ ଏବଂ ୧୦ ଲକ୍ଷ ବର୍ଗରେ ୨୫୦ରୁ ଅଧିକ ଖେଳାଳି ରହିଛନ୍ତି। 

ନିଲାମରେ ତାରକା ଖେଳାଳି ଭାରତୀୟ ଦଳର ଅଧିନାୟକ ହର୍ମନପ୍ରୀତ ସିଂହ, ଉପଅଧିନାୟକ ହାର୍ଦିକ ସିଂହ, ମନପ୍ରୀତ ସିଂହ, ମନଦୀପ ସିଂହ, କିଂବଦନ୍ତି ରୂପୀନ୍ଦର ପାଲ ସିଂହ, ବୀରେନ୍ଦ୍ର ଲାକ୍ରା ଓ ଧରମବୀର ସିଂହ ନାମ ପଞ୍ଜୀକରଣ କରିଛନ୍ତି। ସେହିଭଳି ଆର୍ଥନ ଭାନ୍‌ ‌ଡରେନ, ଆଲେକ୍‌ଜାଣ୍ଡର ହେଣ୍ଡ୍ରିକ୍ସ, ଗୋଞ୍ଜାଲୋ ବିଲାନ, ଜିପ ‌ଜାନସେନ, ଥିଏରି ବ୍ରିଙ୍କମାନ ଓ ଡାୟାନ କାସିମ ଭଳି ବ‌ିଦେଶୀ ଖେଳାଳି ରହିଛନ୍ତି। ମହିଳା ଲିଗ୍‌ରେ ଭାରତୀୟ ଗୋଲି ସବିତା, ଅଧିନାୟିକା ସଲିମା ଟେଟେ, ଡ୍ରାଗ୍‌ ଫ୍ଲିକର ଦୀପିକା, ବନ୍ଦନା କଟାରିୟା ଲାଲ୍‌ରେମସିଆମିଙ୍କ ସହ ଭେଟେରାନ ‌ୟୋଗିତା ବାଲି, ଲିଲିମା ମିଞ୍ଜ, ନମିତା ଟୋପ୍ପୋ ନାମ ପଞ୍ଜୀକରଣ କରିଛନ୍ତି। ଅନ୍ତର୍ଜାତୀୟ ତାରକା ଡେଲପିନା ମେରିନୋ, ଚାର୍ଲୋଟ ଷ୍ଟାଫେନହର୍ଷ୍ଟ, ମାରିଆ ଲିଞ୍ଚ ଓ ନାଇକ୍‌ ‌ଲରେଞ୍ଜ ତାଲିକାରେ ଅଛନ୍ତି। ପ୍ରତି ଦଳରେ ମୋଟ ୨୪ ଖେଳାଳି ରହିବେ। ସେଥିରେ ୪ କନିଷ୍ଠଙ୍କ ସହ ୧୬ ଭାରତୀୟ ଓ ୮ ବିଦେଶୀ ଖେଳାଳି ରହିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe