ଆପାର୍ଟମେଣ୍ଟରେ ହୋଇଥିବା ପାର୍ଟିିରେ ଯୋଗ ଦେଇ କରୋନା ଆକ୍ରାନ୍ତ ହେଲେ ୧୦୩ଜଣ ଲୋକ

Advertisment
ଆପାର୍ଟମେଣ୍ଟରେ ହୋଇଥିବା ପାର୍ଟିିରେ ଯୋଗ ଦେଇ କରୋନା ଆକ୍ରାନ୍ତ ହେଲେ ୧୦୩ଜଣ ଲୋକ

ବେଙ୍ଗାଲୁରୁ: କରୋନା କାଳରେ ପାର୍ଟିିି କରିବା ପଡ଼ିଲା ମହଙ୍ଗା। ୪୫ଜଣଙ୍କ ପାଇଁ ‌କରୋନା ଆକ୍ରାନ୍ତ ହେଲେ ୧୦୩ଜଣ ଲୋକ। ଆପାର୍ଟମେଣ୍ଟରେ ହୋଇଥିବା ପାର୍ଟିିରେ ଯୋଗ ଦେଇଥିବା ୪୫ଜଣ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିବା ସହ ସେମାନଙ୍କ ସଂସ୍ପର୍ଶରେ ଆସି ଅନ୍ୟମାନେ ମଧ୍ୟ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ବର୍ତ୍ତମାନ ବେଙ୍ଗାଲୁରୁର ଆବାସିକ କୋଠାରେ ରହୁଥିବା ସର୍ବମୋଟ ୧୦୩ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି।

ଫେବ୍ରୁଆରି ୬ରେ ଏସଏନଏନ ରାଜ ଲେକ୍ ଭ୍ୟି ଆପାର୍ଟମେଣ୍ଟ କମ୍ପ୍ଲେକ୍ସର ବାସିନ୍ଦାଙ୍କ ଦ୍ବାରା ଆୟୋଜିତ ଏକ ପାର୍ଟିରେ ଯୋଗ ଦେଇଥିବା ଲୋକେ କରୋନା ଆକ୍ରାନ୍ତ ହୋଇଛନ୍ତି। ମଙ୍ଗଳବାର ସୁଦ୍ଧା, ବିଲଡିଂରେ କାର୍ଯ୍ୟ କରୁଥିବା ଡ୍ରାଇଭର, ଗୃହସହାୟିକା ଏବଂ ରୋଷେଇଆଙ୍କ ସମେତ ପ୍ରାୟ ୧୦୩ବାସିନ୍ଦା କରୋନା ଆକ୍ରାନ୍ତ ହୋଇଛନ୍ତି। ବିଲଡିଂର ୪୩୫ଫ୍ଲାଟରେ ୧୫୦୦ ବାସିନ୍ଦା ବାସ କରୁଥିବା ଜଣାପଡ଼ିଛି। ଫେବ୍ରୁଆରି ୧୦ରେ କରୋନାଭାଇରସ୍ ଲକ୍ଷଣ ଥିବା ଜଣେ ବାସିନ୍ଦାଙ୍କ ସ୍ବାବ ନମୁନା ରିପୋର୍ଟ ପଜିଟିଭ୍ ଆସିବା ପରେ ପାର୍ଟିରେ ଯୋଗ ଦେଇଥିବା ଅନ୍ୟମାନେ ମଧ୍ୟ ନିଜର ପରୀକ୍ଷା କରାଇଥିଲେ। ଏହା ପରେ ୧୦୩ଜଣଙ୍କର ରିପୋର୍ଟ ପଜିଟିଭ ଆସିଛି।

publive-image indiatoday

ବର୍ତ୍ତମାନ କରୋନା ଆକ୍ରାନ୍ତ ହୋଇଥିବା ୧୦୩ଜଣଙ୍କୁ ଘରୋଇ ସଙ୍ଗରୋଧରେ ରଖାଯାଇଛି। ଏହା ସହ ବିଲଡିଂକୁ ସାନିଟାଇଜ କରାଯାଇଛି। ରବିବାର ଦିନ ୫୧୩ବାସିନ୍ଦାଙ୍କ ସ୍ବାବ ନମୁନା ପରୀକ୍ଷା କରାଯାଇଥିବା ବେଳେ ସୋମବାର ୬୦୦ବାସିନ୍ଦାଙ୍କ ସ୍ବାବ ନମୁନା ପରୀକ୍ଷା କରାଯାଇଛି। ଏହା ସହ ଆଜି ଅନ୍ୟ ୩୦୦ବାସିନ୍ଦାଙ୍କ ସ୍ବାବ ନମୁନା ପରୀକ୍ଷା କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe