କୁମ୍ଭ ମେଳା ୨୦୧୯: ନଭେମ୍ବର ୩୦ ତାରିଖ ସୁଦ୍ଧା ଶେଷ ହେବ ପ୍ରସ୍ତୁତି; ନିର୍ମାଣ ହେବ ୧,୨୨,୦୦୦ ଶୌଚାଳୟ

Advertisment
କୁମ୍ଭ ମେଳା ୨୦୧୯: ନଭେମ୍ବର ୩୦ ତାରିଖ ସୁଦ୍ଧା ଶେଷ ହେବ ପ୍ରସ୍ତୁତି; ନିର୍ମାଣ ହେବ ୧,୨୨,୦୦୦ ଶୌଚାଳୟ

ଲକ୍ଷ୍ନୌ: ଆଗାମୀ ବର୍ଷ ଆହ୍ଲାବାଦ୍‌ କୁମ୍ଭ ମେଳାକୁ ଲକ୍ଷ କରି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରବିବାର କହିଛନ୍ତି କି କୁମ୍ଭ ମେଳାର ସମସ୍ତ ପ୍ରସ୍ତୁତି ଚଳିତବର୍ଷ ନଭେମ୍ବର ୩୦ ତାରିଖ ସୁଦ୍ଧା ଶେଷ ହେବ। ମୁଖ୍ୟମନ୍ତ୍ରୀ ଯୋଗୀ ଆହୁରି ବି କହିଛନ୍ତି କି ଏହି ମେଳା ସକାଶେ ୧,୨୨,୦୦୦ ଶୌଚାଳୟ କରାଯିବ। ଏହା ଫଳରେ ସ୍ୱଚ୍ଛ ଭାରତ ଅଭିଯାନର ପ୍ରଚାର ପ୍ରସାର ହୋଇପାରିବ।

୨୦୧୯ ଜାନୁଆରି ୧୫ ତାରିଖରୁ ଆହ୍ଲାବାଦ୍‌ରେ ଏହି ମେଳା ଆରମ୍ଭ ହେବ। ଏହା ୪୯ ଦିନ ପର୍ଯ୍ୟନ୍ତ ଧରି ଚାଲିବ। ପୂର୍ବ ବର୍ଷ କୁମ୍ଭ ମେଳା ଯେତିକି ଜାଗାରେ ହୋଇଥିବା ଏବର୍ଷ ତାହାର ଦ୍ୱିଗୁଣ ଜାଗାରେ ହେବ ବୋଲି ସୂଚନା ରହିଛି। ପ୍ରାୟ ୧୫ କୋଟି ଲୋକ ଏହି ମେଳାରେ ବୁଲିବାକୁ ଆସିବେ ବୋଲି ଆଶା କରାଯାଉଛି।

ପାରମ୍ପରିକ ଭାବେ ବିଶ୍ୱାସ କରାଯାଉଛି ଯେ ଚଳିତବର୍ଷ ଅଦୃଶ୍ୟ ସରସ୍ୱତୀ ନଦୀର ବି ଏହି ସମୟରେ ଆହ୍ଲାବାଦ୍‌ରେ ଗଙ୍ଗା ଓ ଯମୁନା ସହ ମିଳନ ଘଟେ।

ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ କହିଛନ୍ତି କି ‘ଚଳିତବର୍ଷର କୁମ୍ଭ ମେଳା ଐତିହାସିକ ହେବ। କାହିଁକି ନା କେବଳ ଗଙ୍ଗା-ଯମୁନା ମିଳନ ନୁହେଁ ଏଥର ସରସ୍ୱତୀ ନଦୀର ମିଳନ ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe