ଯୁଦ୍ଧରେ ଗଲାଣି ୧୩,୫୦୦ ରୁଷୀୟ ସୈନିକଙ୍କ ଜୀବନ, କିବରେ ଲାଗୁ ହେଲା ୩୬ଘଣ୍ଟିଆ କର୍ଫ୍ୟୁ

ଯୁଦ୍ଧରେ ଗଲାଣି ୧୩,୫୦୦ ରୁଷୀୟ ସୈନିକଙ୍କ ଜୀବନ, କିବରେ ଲାଗୁ ହେଲା ୩୬ଘଣ୍ଟିଆ କର୍ଫ୍ୟୁ

କିବ୍: ଆଜିକୁ ୨୦ଦିନ ବିତିଲାଣି, ହେଲେ ରକ୍ତରେ ହୋଲି ଖେଳିବା ବନ୍ଦ କରିନାହିଁ ରୁଷ୍। ନିଜର ସର୍ତ୍ତ ପୂରଣ ହୋଇନଥିବାରୁ ଗୋଟେ ପରେ ଗୋଟେ ସହରକୁ ଧସେଇ ପସିଚାଲିଛନ୍ତି ରୁଷୀୟ ସେନା। ଶହ ଶହ ଲୋକଙ୍କ ପ୍ରାଣହାନୀ ଘଟିଥିବା ବେଳେ ଏବେ ୟୁକ୍ରେନ ରାସ୍ତାରେ କେବଳ ଦେଖିବାକୁ ମିଳୁଛି ରକ୍ତର ଛିଟା। ତେବେ ଏ ମଧ୍ୟରେ ୟୁକ୍ରେନର ସଶସ୍ତ୍ର ବାହିନୀ ଦାବି କରିଛି ଯେ, ରୁଷ ସହିତ ହେଉଥିବା ଭୟଙ୍କର ଯୁଦ୍ଧ ମଧ୍ୟରେ ଏପର୍ଯ୍ୟନ୍ତ ୧୩,୫୦୦ ରୁଷୀୟ ସୈନିକ ନିହତ ହୋଇଛନ୍ତି। ୟୁକ୍ରେନ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ରୁଷର ୪ଟି ହେଲିକପ୍ଟର, ଗୋଟିଏ ବିମାନ ଏବଂ ଗୋଟିଏ ଯୁଦ୍ଧ ବିମାନକୁ ତଳକୁ ଖସାଇ ଦିଆଯାଇଛି।

ୟୁକ୍ରେନର ବୈଦେଶିକ ମନ୍ତ୍ରାଳୟ ଅନୁଯାୟୀ, ଏପର୍ଯ୍ୟନ୍ତ ଏହା ସମୁଦାୟ ୮୧ ରୁଷିଆ ବିମାନ ଏବଂ ୯୫ ହେଲିକପ୍ଟର ତଳକୁ ଖସାଇଛନ୍ତି ୟୁକ୍ରେନ ସେନା। ଏହା ବ୍ୟତୀତ ରୁଷର ସମସ୍ତ ଅସ୍ତ୍ର ମଧ୍ୟ ଆକ୍ରମଣ ଦ୍ୱାରା ନଷ୍ଟ ହୋଇଯାଇଛି। ରୁଷର ୪୦୪ଟି ଟ୍ୟାଙ୍କ ଧ୍ବଂସ ହେବା ସହ ୬୪୦ଟି ଗାଡ଼ି, ୧୨୭୯ଟି ଅସ୍ତ୍ରଶସ୍ତ୍ର ସଜ୍ଜିତ ଗାଡ଼ିକୁ ନଷ୍ଟ କରିଛନ୍ତି ୟୁକ୍ରେନ ସେନା।

ଅନ୍ୟପକ୍ଷରେ ୟୁକ୍ରେନ ରାଜଧାନୀ କିବର ମେୟର ମଙ୍ଗଳବାର ବିଳମ୍ବିତ ରାତିରୁ ୩୬ଘଣ୍ଟିଆ କର୍ଫ୍ୟୁ ଘୋଷଣା କରିଛନ୍ତି। ଦି କିବ୍ ଇଣ୍ଡିପେଣ୍ଡେଣ୍ଟ ଅନୁଯାୟୀ, ଏହି ସମୟ ମଧ୍ୟରେ ବାସିନ୍ଦାଙ୍କୁ କେବଳ ବୋମା ଆଶ୍ରୟସ୍ଥଳକୁ ଯିବାକୁ ଅନୁମତି ଦିଆଯିବ। ମାର୍ଚ୍ଚ ୧୭ ପର୍ଯ୍ୟନ୍ତ ଏହି କର୍ଫ୍ୟୁ ଜାରି ରହିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe