Image Courtesy of India Today
ନୂଆଦିଲ୍ଲୀ: ଗୁରୁବାର ଦିନ ଢାକାର ୱାରିସ୍ଥିତ ୨୨୨ ଲାଲ୍ମୋହନ ଶାହା ଷ୍ଟ୍ରିଟ୍ରେ ଥିବା ‘ଇସ୍କନ୍ ରାଧାକାନ୍ତ ମନ୍ଦିର’କୁ ୨୦୦ରୁ ଅଧିକ ଉତ୍ତ୍ୟକ୍ତ ବ୍ୟକ୍ତି ଆକ୍ରମଣ କରି, ଭଙ୍ଗାରୁଜା କରିବା ସହିତ ଲୁଟତରାଜ କରିଥିବା କଥା ଅଭିଯୋଗ ହୋଇଛି।
ପ୍ରାପ୍ତ ଖବର ଅନୁସାରେ, ଏହି ଆକ୍ରମଣରେ ସୁମନ୍ତ୍ର ଚନ୍ଦ୍ର ଶ୍ରବଣ, ନିହାର ହଲ୍ଦାର୍, ରାଜୀବ ଭଦ୍ରାଙ୍କ ସମେତ ଅନେକ ବ୍ୟକ୍ତି ଆହତ ହୋଇଛନ୍ତି।
Image Courtesy of The Times of Indiaକୁହାଯାଉଛି ଆକ୍ରମଣକାରୀ ଉତ୍ତ୍ୟକ୍ତ ଜନତାଙ୍କର ନେତୃତ୍ବ ନେଇଥିଲେ ହାଜି ଶଫିଉଲ୍ଲା। ସେମାନେ ମନ୍ଦିର ଓ ବିଗ୍ରହ ଭଙ୍ଗାରୁଜା କରିବା ସହ ଟଙ୍କା ଏବଂ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀ ଲୁଟ୍ କରି ନେଇଛନ୍ତି।
ସୂଚନାଯୋଗ୍ୟ, ଗତବର୍ଷ ବାଂଲାଦେଶର କମିଲ୍ଲା ଅନ୍ତର୍ଗତ ନାନୁଆର୍ ଦୀଘି ହ୍ରଦ ନିକଟରେ ଥିବା ଦୁର୍ଗାପୂଜା ପେଣ୍ଡାଲ୍ରେ କୋରାନ୍କୁ ଅପବିତ୍ର କରାଯାଇଥିବା କଥା ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେବା ପରେ ସଂଗଠିତ ହୋଇଥିବା ହିଂସାକାଣ୍ଡରେ ଅନ୍ୟୂନ ୩ଜଣ ଲୋକ ପ୍ରାଣ ହରାଇଥିଲେ।
ପୂର୍ବରୁ ଢାକାର ଟିପୁ ସୁଲ୍ତାନ୍ ରୋଡ୍ ଏବଂ ଚିଟ୍ଟାଗଙ୍ଗ୍ର କୋଟୱାଲିରେ ମଧ୍ୟ ସମାନ ପ୍ରକାରର ଘଟଣା ଘଟିଥିଲା।
Follow Us