ndtv
ନୂଆଦିଲ୍ଲୀ: ଦେଶର ଜନସଂଖ୍ୟାର ୨୧% ଲୋକ(୧୦ବର୍ଷରୁ ଅଧିକ ବୟସ) କରୋନା ଭୂତାଣୁ ସଂସ୍ପର୍ଶରେ ଆସିଛନ୍ତି। ଏ ନେଇ ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର୍)ର ସର୍ବଶେଷ ଜାତୀୟ ସେରୋ ସର୍ଭେରୁ ଜଣାପଡ଼ିଛି। ଆଜି ଆଇସିଏମଆର କରିଥିବା ସାମ୍ବାଦିକ ସମ୍ମିଳନୀରେ ଏହି ତଥ୍ୟ ଦେଇଛି ଆଇସିଏମଆର। ଆଇସିଏମ୍ଆର୍ ତୃତୀୟ ଜାତୀୟ ସେରୋ ସର୍ଭେ ଗତ ବର୍ଷ ଡିସେମ୍ବର ୭ରୁ ଚଳିତ ବର୍ଷ ଜାନୁୟାରି ୮ମଧ୍ୟରେ କରାଯାଇଥିଲା। ଏହି ସର୍ଭେର ରିପୋର୍ଟ ୨୧% ଲୋକ କରୋନା ଭୂତାଣୁ ସଂସ୍ପର୍ଶରେ ଆସିଥିବା କଥା କହିଥିବା ବେଳେ ଏବେ ବି ଲୋକେ ସଂକ୍ରମଣର ଶିକାର ହୋଇପାରନ୍ତି ବୋଲି କହିଛି।
ଏହି ସର୍ବେକ୍ଷଣର ଫଳାଫଳ ଉପସ୍ଥାପନ କରି ଆଇସିଏମଆର ମହାନିର୍ଦ୍ଦେଶକ ଡାକ୍ତର ବଳରାମ ଭାର୍ଗବ କହିଛନ୍ତି ଯେ, ଡିସେମ୍ବର ୭ରୁ ଜାନୁୟାରି ୮ ମଧ୍ୟରେ ସର୍ଭେ କରାଯାଇଥିବା ୨୮,୫୮୯ ଜଣଙ୍କ ମଧ୍ୟରୁ ୧୮ବର୍ଷ ଏବଂ ୧୮ବର୍ଷରୁ ଅଧିକ ବୟସର ୨୧.୪ପ୍ରତିଶତ ଲୋକ କରୋନା ଭୂତାଣୁ ସଂସ୍ପର୍ଶରେ ଆସିଛନ୍ତି। ଏହା ସହ ୨୮,୫୮୯ ଜଣଙ୍କ ମଧ୍ୟରୁ ୧୦ରୁ ୧୭ ବର୍ଷ ବୟସର ୨୫.୩ ପ୍ରତିଶତ ପିଲା କରୋନା ଭୂତାଣୁ ଦ୍ବାରା ଆକ୍ରାନ୍ତ ହୋଇଛନ୍ତି।
Hindustan Timesଗ୍ରାମାଞ୍ଚଳ (୧୯.୧ ପ୍ରତିଶତ) ତୁଳନାରେ ସହରାଞ୍ଚଳ ବସ୍ତି (୩୧.୭ ପ୍ରତିଶତ) ଏବଂ ସହରାଞ୍ଚଳ ଅଣ-ବସ୍ତି (୨୬.୨ ପ୍ରତିଶତ)ରେ ସାର୍କ-କୋଭ-୨ର ଅଧିକ ପ୍ରାଦୁର୍ଭାବ ରହିଥିଲା। ଏହା ସହ ୬୦ବର୍ଷରୁ ଅଧିକ ବ୍ୟକ୍ତିଙ୍କ ମଧ୍ୟରୁ ୨୩.୪ ପ୍ରତିଶତ ଲୋକ କରୋନାରେ ପୀଡିତ ହୋଇଥିଲେ ବୋଲି ଭାର୍ଗବ କହିଛନ୍ତି। ଜାତୀୟ ସେରୋ ସର୍ଭେର ପ୍ରଥମ ଏବଂ ଦ୍ୱିତୀୟ ପର୍ଯ୍ୟାୟ ହୋଇଥିବା ୨୧ଟି ରାଜ୍ୟର ୭୦ଟି ଜିଲ୍ଲାରେ ଥିବା ୭୦୦ଟି ଗ୍ରାମ କିମ୍ବା ୱାର୍ଡରେ ତୃତୀୟ ବା ଶେଷ ସେରୋ ସର୍ଭେ କରାଯାଇଥିଲା।
Follow Us