ଥାନେ, ପାଲଘରରେ ବାର୍ଡ ଫ୍ଲୁ; ୨୫,୦୦୦ରୁ ଅଧିକ କୁକୁଡ଼ାଙ୍କୁ ହତ୍ୟା କଲେ ମହାରାଷ୍ଟ୍ର ସରକାର

Advertisment
ଥାନେ, ପାଲଘରରେ ବାର୍ଡ ଫ୍ଲୁ; ୨୫,୦୦୦ରୁ ଅଧିକ କୁକୁଡ଼ାଙ୍କୁ ହତ୍ୟା କଲେ ମହାରାଷ୍ଟ୍ର ସରକାର

ଥାନେ: ମହାରାଷ୍ଟ୍ରର ଥାନେ ଏବଂ ପାଲଘର ଜିଲ୍ଲାର କିଛି ଅଞ୍ଚଳରେ ବାର୍ଡ ଫ୍ଲୁ (ଏଭିଆନ୍‌ ଇନ୍‌ ଫ୍ଲୁଏଞ୍ଜା) ମାମଲା ଚିହ୍ନଟ ହେବା ପରେ ରାଜ୍ୟ ସରକାର ଉଭୟ ଜିଲ୍ଲାରେ ସଂକ୍ରମଣ ହଟସ୍ପଟ୍‌ର ଏକ କିଲୋମିଟର ବ୍ୟାସାର୍ଦ୍ଧରେ ୨୫,୦୦୦ରୁ ଅଧିକ କୁକୁଡ଼ାଙ୍କୁ ହତ୍ୟା କରିବାକୁ ନିଷ୍ପତ୍ତି ନେଇଛନ୍ତି। ମହାରାଷ୍ଟ୍ର ପଶୁପାଳନ ମନ୍ତ୍ରୀ ସୁନୀଲ କେଦାର ମଙ୍ଗଳବାର କହିଛନ୍ତି ଯେ ସଂକ୍ରମିତ ହୋଇଥିବା କୁକୁଡ଼ା ଫାର୍ମରେ କାମ କରୁଥିବା ଶ୍ରମିକମାନଙ୍କୁ ମଧ୍ୟ ସୁରାକ୍ଷା ଦୃଷ୍ଟିରୁ ଅଲଗା କରି ରଖାଯାଇଛି।

ମହାରାଷ୍ଟ୍ରର ଥାନେ ଏବଂ ପାଲଘର ଜିଲ୍ଲାର କିଛି କୁକୁଡ଼ାଙ୍କ ଠାରେ ବାର୍ଡ-ଫ୍ଲୁ ମାମଲା ଦେଖିବାକୁ ମିଳିଥିଲା। ଯାହା ପରେ ଉଭୟ ଜିଲ୍ଲାରେ ସଂକ୍ରମଣ ହଟସ୍ପଟର ୧କିଲୋମିଟର ବ୍ୟାସାର୍ଦ୍ଧରେ ୨୫,୦୦୦ରୁ ଅଧିକ କୁକୁଡ଼ାଙ୍କୁ ହତ୍ୟା କରିବାର ନିଷ୍ପତ୍ତି ନିଆଯାଇଥିଲା ବୋଲି ପଶୁପାଳନ ମନ୍ତ୍ରୀ ସୁନୀଲ କେଦାର ଗଣମାଧ୍ୟମକୁ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ଗତ ସପ୍ତାହରେ ଥାନେ ଜିଲ୍ଲାର ଶାହପୁରର ଭେଲୋଲି ଅଞ୍ଚଳରେ ୩୦୦ରୁ ଅଧିକ କୁକୁଡ଼ା ମୃତ ଅବସ୍ଥାରେ ମିଳିଥିଲେ। ଏହାପରେ ତୁରନ୍ତ ଅଧିକାରୀମାନେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନମୁନାଗୁଡ଼ିକୁ ପୁଣେ ଲ୍ୟାବକୁ ପରୀକ୍ଷା ପାଇଁ ପଠାଇଥିଲେ। ପରୀକ୍ଷା ରିପୋର୍ଟରୁ ମୃତ କୁକୁଡ଼ାଙ୍କ ଶରୀରରେ ବାର୍ଡ ଫ୍ଲୁ ଚିହ୍ନଟ ହୋଇଥିଲା। ଏହା ପରେ ହିଁ ଜିଲ୍ଲାପାଳମାନଙ୍କୁ ୨୫,୦୦୦ରୁ ଅଧିକ କୁକୁଡ଼ା ହତ୍ୟା ଏବଂ ସମସ୍ତ ଅଣ୍ଡା ନଷ୍ଟ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏବେ ପାଲଘର ଜିଲ୍ଲାର ପଡ଼ୋଶୀ ଭାସାଇ-ଭିରାର ଅଞ୍ଚଳର ଥିବା ଏକ କୁକୁଡ଼ା ଫାର୍ମରେ କୁକୁଡ଼ାମାନେ ମଧ୍ୟ ବାର୍ଡ ଫ୍ଲୁରେ ସଂକ୍ରମିତ ହୋଇଥିବା ଚିହ୍ନଟ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe