୧.୦୮କୋଟି ନୁହେଁ, ଭାରତରେ ୩୦କୋଟି ଲୋକ କରୋନା ଆକ୍ରାନ୍ତ ହୋଇଛନ୍ତି !

Advertisment
୧.୦୮କୋଟି ନୁହେଁ, ଭାରତରେ ୩୦କୋଟି ଲୋକ କରୋନା ଆକ୍ରାନ୍ତ ହୋଇଛନ୍ତି !

NDTV.com

ନୂଆଦିଲ୍ଲୀ: ଭାରତରେ ପ୍ରତି ୪ ଜଣରେ ଜଣେ କରୋନା ଆକ୍ରାନ୍ତ ହୋଇଛନ୍ତି। ୧.୦୮କୋଟି ଲୋକ କରୋନା ଆକ୍ରାନ୍ତ ହୋଇଥିବା ରିପୋର୍ଟ ହୋଇଥିଲେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ଢ଼େର ଅଧିକ। ପାଖାପାଖି ୩୦କୋଟି ଲୋକ କରୋନା ଆକ୍ରାନ୍ତ ହୋଇଥାଇ ପାରନ୍ତି ବୋଲି ସେରୋ ସର୍ଭେରୁ ଜଣାପଡ଼ିଛି। ଭାରତରେ ୧.୦୮କୋଟି ଲୋକ କରୋନା ଆକ୍ରାନ୍ତ ହୋଇଥିବା ନେଇ ରିପୋର୍ଟ ପ୍ରକାଶ କରାଯାଇଥିବା ବେଳେ ନିକଟରେ ଆଇସିଏମଆର୍ ପକ୍ଷରୁ କରାଯାଇଥିବା ଏକ ସର୍ଭେ ସୂଚାଉଛି ଯେ ଭାରତର ପ୍ରକୃତ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୦ କୋଟି ଅତିକ୍ରମ କରିଥାଇପାରେ। ଗୁରୁବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ ଏ ନେଇ ସମ୍ପୂର୍ଣ୍ଣ ତଥ୍ୟ ଦିଆଯିବ ବୋଲି ଆଇସିଏମଆର କହିଛି।

ଆଜି ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୧୧,୦୩୯ କରୋନାଭାଇରସ୍‌ଜନିତ ନୂତନ ସଂକ୍ରମଣ ଓ ୧୧୦ ମୃତ୍ୟୁ ରେକର୍ଡ କରାଯାଇଥିଲା। ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧,୦୭,୭୭,୨୮୪ରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ ୧୧୦ ମୃତ୍ୟୁକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍‌-୧୯ଜନିତ ମୃତ୍ୟୁସଂଖ୍ୟା ୧,୫୪,୫୯୬ରେ ପହଞ୍ଚିଛି। ଏହି ହିସାବରେ ଦେଶରେ ମୃତ୍ୟୁହାର ୧.୪୩% ଥିବା ଜଣାପଡ଼ିଛି।

30 crore Indians may have had coronavirus as per govt estimates: Report - Coronavirus Outbreak News India Today

ଗତ ୨୪ ଘଣ୍ଟାରେ କୋଭିଡ୍‌-୧୯ ସଂକ୍ରମଣରୁ ସୁସ୍ଥ ହୋଇଥିବା ୧୪, ୨୨୫ ଜଣ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ଦେଶରେ ସମୁଦାୟ ସୁସ୍ଥତା ସଂଖ୍ୟା ହେଉଛି ୧,୦୪,୬୨,୬୩୧। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟାନୁସାରେ, ସମ୍ପ୍ରତି ଦେଶରେ ସୁସ୍ଥତା ହାର ୯୭.୦୮%। ଏବେ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇ ୧,୬୦,୦୫୭ରେ ପହଞ୍ଚିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe