Image Courtesy of NDTV
ନୂଆଦିଲ୍ଲୀ: ମିଆଁମାରର ଯୁଦ୍ଧ-ବିକ୍ଷତ କାୟାହ୍ ରାଜ୍ୟରେ ଶୁକ୍ରବାର ଦିନ ମହିଳା ଓ ପିଲାଙ୍କ ସମେତ ୩୦ରୁ ଊର୍ଦ୍ଧ୍ବ ବ୍ୟକ୍ତିଙ୍କୁ ହତ୍ୟା କରି ପୋଡ଼ି ଦିଆଯାଇଥିବା କଥା ଜଣେ ସ୍ଥାନୀୟ ବାସିନ୍ଦା, ଗଣମାଧ୍ୟମ ରିପୋର୍ଟ ଏବଂ ଆଞ୍ଚଳିକ ମାନବ ଅଧିକାର ସଙ୍ଗଠନ କହିଛନ୍ତି।
କାରେନ୍ନି ମାନବ ଅଧିକାର ସଙ୍ଗଠନ କହିଛି ଯେ, ଶନିବାର ଦିନ ସୋମନେ ମିଆଁମାରକୁ ଶାସନ କରୁଥିବା ସେନା ପ୍ରୁସୋ ନଗର ଅନ୍ତର୍ଗତ ‘ମୋ ସୋ’ ଗାଁ ନିକଟରେ ହତ୍ୟା କରିଥିବା ବୟସ୍କ, ମହିଳା ଏବଂ ପିଲାଙ୍କ ସମେତ କେତେକ ଲୋକଙ୍କ ପୋଡ଼ା ଶବ ଦେଖିଛନ୍ତି।
ଫେସ୍ବୁକ୍ ପୋଷ୍ଟ୍ରେ ଉକ୍ତ ସଙ୍ଗଠନ କହିଛି, ମାନବ ଅଧିକାର ଉଲ୍ଲଂଘନ କରୁଥିବା ଏହି ଅମାନବୀୟ ଏବଂ ପାଶବିକ ହତ୍ୟାକୁ ଆମେ ତୀବ୍ର ନିନ୍ଦା କରୁଛୁ।
Image Courtesy of The Bothsidenewsକିନ୍ତୁ, ମିଆଁମାର ସେନା କହିଛି ଯେ, ଗ୍ରାମରେ ଥିବା ସଶସ୍ତ୍ର ବିରୋଧୀ ଫୌଜଙ୍କ ମଧ୍ୟରୁ ଅସ୍ତ୍ରଧାରୀ ଆତଙ୍କବାଦୀଙ୍କୁ ଗୁଳି ମାରି ହତ୍ୟା କରିଛୁ। ନିହତମାନଙ୍କ ସଂଖ୍ୟା କେତେ ତାହା ଜାଣିନୁ। ସେମାନେ ୭ଟି ଗାଡ଼ିରେ ଆସୁଥିଲେ ଏବଂ ସେନା ବାହିନୀ ଅଟକାଇଲେ ମଧ୍ୟ ଅଟକି ନ ଥିଲେ।
ମାନବ ଅଧିକାର ସଙ୍ଗଠନ ଏବଂ ଆଞ୍ଚଳିକ ଗଣମାଧ୍ୟମ ସେୟାର୍ କରିଥିବା ଫଟୋରେ ଦେଖାଯାଉଛି ପୋଡ଼ିଯାଇଥିବା ଟ୍ରକ୍ ଉପରେ କିଛି ପୋଡ଼ାଶବର ଅବଶେଷ ପଡ଼ିଛି।
ଫେବ୍ରୁଆରି ପହିଲାରେ ମିଆଁମାରକୁ ଅକ୍ତିଆର କରିଥିବା ସାମରିକ ଶାନକୁ ବିରୋଧ କରୁଥିବା ଅନ୍ୟତମ ବେସାମରିକ ଉଗ୍ରବାଦୀଙ୍କ ସଂଗଠନ ‘ଦି କାରେନ୍ନି ନ୍ୟାସ୍ନାଲ୍ ଡିଫେନ୍ସ୍ ଫୋର୍ସ’ କହିଛି, ମୃତ ବ୍ୟକ୍ତିମାନେ ତାଙ୍କ ସଦସ୍ୟ ନୁହନ୍ତି, ଯୁଦ୍ଧରୁ ମୁକ୍ତି ପାଇବାକୁ ଉପାୟ ଖୋଜୁଥିବା ସାଧାରଣ ନାଗରିକ।
Follow Us