ସଂକ୍ରମଣ ବଢ଼ୁଥିବା ବେଳେ ବେଙ୍ଗାଲୁରୁରେ ୩,୩୩୮ କରୋନା ରୋଗୀଙ୍କ ପତ୍ତା ମିଳୁନି

Advertisment
ସଂକ୍ରମଣ ବଢ଼ୁଥିବା ବେଳେ ବେଙ୍ଗାଲୁରୁରେ ୩,୩୩୮ କରୋନା ରୋଗୀଙ୍କ ପତ୍ତା ମିଳୁନି

ବେଙ୍ଗାଲୁରୁ: କର୍ଣ୍ଣାଟକର ବେଙ୍ଗାଲୁରୁ ସହରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଥିବା ବେଳେ ଏବେ ଏକ ବଡ଼ ଖବର ସାମ୍ନାକୁ ଆସିଛି।  ସ୍ବାସ୍ଥ୍ୟ ଅଧିକାରୀମାନେ କହିଛନ୍ତି ଯେ ୩,୩୩୮ ଜଣ ଲୋକ ଏହି ସଂକ୍ରମଣ ପାଇଁ ପଜିଟିଭ୍ ପରୀକ୍ଷା କରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ସେମାନଙ୍କ ପତ୍ତା ମିଳିପାରି ନାହିଁ। ସଂକ୍ରମିତ ଲୋକଙ୍କୁ ଖୋଜିବା ପାଇଁ ଏକ ଅନୁସନ୍ଧାନ ଚାଲିଛି। ବେଙ୍ଗାଲୁରୁରେ ୩,୩୦୦ ରୁ ଅଧିକ କରୋନାଭାଇରସ୍ ରୋଗୀଙ୍କ ପତ୍ତା ନ ମିଳିବାର କାରଣ ହେଉଛି, ରୋଗୀମାନେ ସେମାନଙ୍କର ବିବରଣୀ ପ୍ରଦାନ କରିବାକୁ ଅନିଚ୍ଛା ପ୍ରକାଶ କରୁଛନ୍ତି ବୋଲି ଅଧିକାରୀମାନେ କହିଛନ୍ତି।

publive-image zeenews

ବ୍ରୁହତ ବେଙ୍ଗାଲୁରୁ ମହାନଗର ପାଲିକେ (ବିବିଏମ୍ପି) କମିଶନର ମଞ୍ଜୁନାଥ ପ୍ରସାଦ କହିଛନ୍ତି ଯେ, ରୋଗୀମାନେ ପରୀକ୍ଷା ପାଇଁ ଯିବାବେଳେ କର୍ତ୍ତୃପକ୍ଷଙ୍କ ସହ ସେମାନଙ୍କର ସଠିକ୍ ବିବରଣୀ ଦେଉ ନାହାନ୍ତି, ଯାହାପାଇଁ ଏବେ ସେମାନଙ୍କୁ ଖୋଜିବା କଷ୍ଟକର ହୋଇପଡ଼ିଛି। ସହରରେ ୩,୩୩୮ଜଣ କରୋନା ରୋଗୀଙ୍କ ପତ୍ତା ଏ ପର୍ଯ୍ୟନ୍ତ ମିଳିପାରି ନାହିଁ। ଏହାର କାରଣ ହେଉଛି ଯେତେବେଳେ ରୋଗୀ ପରୀକ୍ଷା ପାଇଁ ଯାଆନ୍ତି, ସେମାନେ ଫର୍ମରେ ଅସମ୍ପୂର୍ଣ୍ଣ ଘର ଠିକଣା ଏବଂ ଭୁଲ ଫୋନ୍ ନମ୍ବର ଦିଅନ୍ତି।

କର୍ଣ୍ଣାଟକର ଅଧାରୁ ଅଧିକ ମାମଲା ବେଙ୍ଗାଲୁରୁ ସହରାଞ୍ଚଳରୁ ରେକର୍ଡ କରାଯାଉଥିବା ବେଳେ ଏଭଳି ଖବର ଆସିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।ଶନିବାର ଦିନ କର୍ଣ୍ଣାଟକରୁ ୫୦୭୨ଜଣ କରୋନା ସଂକ୍ରମିତ ହୋଇଥିଲେ। ସେ ମଧ୍ୟରୁ ୨୦୩୬ ଟି ମାମଲା କେବଳ ବେଙ୍ଗାଲୁରୁ ସହରାଞ୍ଚଳର ଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe