ଦିଲ୍ଲୀର ୪୦ରୁ ଅଧିକ ବିଦ୍ୟାଳୟକୁ ବୋମା ଧମକ

ସୋମବାର ସକାଳେ ଦିଲ୍ଲୀର ୪୦ରୁ ଅଧିକ ବିଦ୍ୟାଳୟକୁ ବୋମା ଧମକ ମିଳିଛି। ପଶ୍ଚିମ ବିହାରର ଡିପିଏସ୍ ଆରକେ ପୁରମ ଏବଂ ଜିଡି ଗୋଏଙ୍କା ଆଦି ସ୍କୁଲ ଉକ୍ତ ୪୪ଟି ବିଦ୍ୟାଳୟ ମଧ୍ୟରେ ରହିଛି। ସ୍କୁଲ୍‌କୁ ବୋମା ଧମକ ମିଳିବା ପରେ ଛାତ୍ରମାନଙ୍କୁ ଘରକୁ ପଠାଯାଇଛି।

Bomb blast

ନୂଆଦିଲ୍ଲୀ: ସୋମବାର ସକାଳେ ଦିଲ୍ଲୀର ୪୦ରୁ ଅଧିକ ବିଦ୍ୟାଳୟକୁ ବୋମା ଧମକ ମିଳିଛି। ପଶ୍ଚିମ ବିହାରର ଡିପିଏସ୍ ଆରକେ ପୁରମ ଏବଂ ଜିଡି ଗୋଏଙ୍କା ଆଦି ସ୍କୁଲ ଉକ୍ତ ୪୪ଟି ବିଦ୍ୟାଳୟ ମଧ୍ୟରେ ରହିଛି। ସ୍କୁଲ୍‌କୁ ବୋମା ଧମକ ମିଳିବା ପରେ ଛାତ୍ରମାନଙ୍କୁ ଘରକୁ ପଠାଯାଇଛି।

ଖବର ଅନୁଯାୟୀ, ଏହି ଧମକ ଇମେଲ ମାଧ୍ୟମରେ ମିଳିଛି। ରବିବାର ରାତି ପ୍ରାୟ ୧୧.୩୮ ବେଳେ ଇମେଲ୍‌ ଜରିଆରେ ଏହି ଧମକ ମିଳିଛି। ବିଲ୍ଡିଂ ଭିତରେ ଏକାଧିକ ବୋମା ଲଗାଯାଇଥିବା ଇମେଲରେ ଦାବି କରାଯାଇଛି।

ଇମେଲରେ ଲେଖାଥିଲା ଯେ ବୋମାଗୁଡିକ ଖୁବ୍ ଛୋଟ ଏବଂ ବହୁତ କୌଶଳର ସହ ଲୁଚାଯାଇ ରଖାଯାଇଛି। ଧମକକାରୀମାନେ ବୋମା ନିବାରଣ ପାଇଁ ୩୦,୦୦୦ ଡଲାର ଦାବି କରିଛି।

ଇମେଲ୍‌ରେ ଲେଖାଯାଇଛି, ‘‘ଏହା ବିଲ୍ଡିଂକୁ ଅଧିକ କ୍ଷତି ପହଞ୍ଚାଇବ ନାହିଁ। କିନ୍ତୁ ବୋମା ବିସ୍ଫୋରଣ ହେବା ପରେ ଅନେକ ଲୋକ ଆହତ ହେବେ। ତୁମେ ସମସ୍ତେ ଯନ୍ତ୍ରଣା ଭୋଗିବାକୁ ଓ ଅଙ୍ଗ ହରାଇବାକୁ ଯୋଗ୍ୟ।"

ଏହାପୂର୍ବରୁ ଅକ୍ଟୋବର ମାସରେ ରବିବାର ସକାଳେ ରୋହିଣୀର ପ୍ରଶାନ୍ତ ବିହାରର ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (ସିଆର୍‌ପିଏଫ୍‌) ବିଦ୍ୟାଳୟ ବାହାରେ ବିସ୍ଫୋରଣ ଘଟିଥିଲା। ଏହି ବିସ୍ଫୋରଣରେ ବିଦ୍ୟାଳୟର କାନ୍ଥ ଏବଂ ନିକଟସ୍ଥ ଦୋକାନ ଏବଂ ଯାନବାହନ ନଷ୍ଟ ହୋଇଯାଇଥିଲା। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe