ଉତ୍ତର ପ୍ରଦେଶ ବ୍ୟାଘ୍ର ସଂରକ୍ଷିତ ଜଙ୍ଗଲରୁ ୫୫ ହଜାର ଗଛ କଟାଯିବ

Advertisment
ଉତ୍ତର ପ୍ରଦେଶ ବ୍ୟାଘ୍ର ସଂରକ୍ଷିତ ଜଙ୍ଗଲରୁ ୫୫ ହଜାର ଗଛ କଟାଯିବ

ଲକ୍ଷ୍ନୌ: ସାମରିକ ଗୁରୁତ୍ୱ ଥିବା ଏକ ସଡ଼କ ନିର୍ମାଣ କରାଯିବାର ଯୋଜନା ଥିବାରୁ ଉତ୍ତର ପ୍ରଦେଶ ସରକାର ତା’ର ବ୍ୟାଘ୍ର ସଂରକ୍ଷିତ ଜଙ୍ଗଲରୁ ପ୍ରାୟ ୫୫ ହଜାର ଗଛ କାଟିବାକୁ ବାହାରିଛନ୍ତି।

ଉତ୍ତର ପ୍ରଦେଶ ପବ୍ଲିକ୍‌ ଓ୍ଵାକ୍ସ୍‍ ଡିପାର୍ଟମେଣ୍ଟ୍‌ ୫୦୦ କିଲୋମିଟର୍‌ ଦୀର୍ଘ ଏହି ଇଣ୍ଡୋ-ନେପାଳ ବର୍ଡର୍‌ ରୋଡ୍‌ ପ୍ରୋଜେକ୍ଟ୍‌ ହାତକୁ ନେଇଛି। ଏହି ସଡ଼କ ନେପାଳ ସୀମାନ୍ତରେ ୬ଟି ଜିଲ୍ଲାକୁ ବ୍ୟାପୀଥିବା ଦୁଇଟି ବ୍ୟାଘ୍ର ସଂରକ୍ଷିତ ଜଙ୍ଗଲ ଏବଂ ଗୋଟିଏ ବନ୍ୟଜନ୍ତୁ ଅଭୟାରଣ୍ୟ ମଧ୍ୟ ଦେଇ ପଡୁଛି। ସେଗୁଡ଼ିକ ହେଲା, ଦୁଧଓ୍ଵା ବ୍ୟାଘ୍ର ସଂରକ୍ଷଣ, ପିଲିଭିତ ବ୍ୟାଘ୍ର ସଂରକ୍ଷଣ, କଟାର୍‌ନିଆଘାଟ ବନ୍ୟଜନ୍ତୁ ଅଭୟାରଣ୍ୟ, ସୋହାଗି ବରଓ୍ଵା ଅଭୟାରଣ୍ୟ। ଏ ସବୁଗୁଡ଼ିକ ବ୍ୟାଘ୍ରମାନଙ୍କ ପାଇଁ ସଂରକ୍ଷିତ।

ସରକାରୀ ଦଲିଲ ଅନୁସାରେ ଏଥିପାଇଁ ୫୫ ହଜାର ଗଛ କଟାଯିବ ବୋଲି ଚିହ୍ନିତ ହୋଇ ସାରିଛି। ସେଗୁଡ଼ିକ ମଧ୍ୟରୁ ଅଧିକାଂଶ ପ୍ରାୟ ୨୦୦ ବର୍ଷରୁ ଅଧିକ ପୁରାତନ।

ଟେରାଇ ଅଞ୍ଚଳରେ ଥିବା ଏହି ସଡ଼କ ପ୍ରକଳ୍ପ ଅଞ୍ଚଳ ଅନେକ ବିରଳ ଜନ୍ତୁଙ୍କର ନିବାସ। ବାଘ, କଲରାପତ୍ରିଆ, ଭାଲୁ, ଦଳା ହରିଣ, ଚିତ୍ରାମୃଗ, କୁରାଣ୍ଟି, କୃଷ୍ଣସାର, ସରୀସୃପ ଏବଂ ପକ୍ଷୀମାନେ ସେଠାରେ ବସବାସ କରନ୍ତି।

ସଂରକ୍ଷିତ ଅରଣ୍ୟାଞ୍ଚଳରୁ ସଡ଼କ ନିର୍ମାଣ ପ୍ରକଳ୍ପ ୨୮୭ ହେକ୍ଟର୍‌ ଜମି ଦାବି କରୁଛି।

ଅଧିକାରୀମାନେ କହୁଛନ୍ତି କି, ଭାରତ-ନେପାଳ ସୀମାନ୍ତରେ ପହରା ଦେଉଥିବା ପାରାମିଲିଟାରି ଫୋର୍ସ ଏବଂ ସୀମା ସୁରକ୍ଷାବଳ ଆଉଟ୍‌ପୋଷ୍ଟ୍‍ଗୁଡ଼ିକୁ ସଂଯୋଗ କରିବା ନିମନ୍ତେ ଏହି ସଡ଼କ ସାମରିକ ଗୁରୁତ୍ୱ ବହନ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe