ସାଓମିର ୫୫୫୧.୨୭ କୋଟି ଟଙ୍କାର ସମ୍ପତ୍ତି ଜବତ କଲା ଇଡି

ସାଓମିର ୫୫୫୧.୨୭ କୋଟି ଟଙ୍କାର ସମ୍ପତ୍ତି ଜବତ କଲା ଇଡି

indiatoday

ନୂଆଦିଲ୍ଲୀ: ବିଦେଶୀ ମୁଦ୍ରା ପରିଚାଳନା ଆଇନ(ଫେମା) ଅଧୀନରେ ସାଓମି ଟେକ୍ନୋଲୋଜି ଇଣ୍ଡିଆ ପ୍ରାଇଭେଟ ଲିମିଟେଡର ୫୫୫୧.୨୭କୋଟି ଟଙ୍କାର ସମ୍ପତ୍ତି ଜବତ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)। କମ୍ପାନିର ବ୍ୟାଙ୍କ ଆକାଉଣ୍ଟରୁ ଏହି ରାଶି ଜବତ କରାଯାଇଥିବା ଜଣାପଡ଼ିଛି। କମ୍ପାନି ଦ୍ୱାରା କରାଯାଇଥିବା ବେଆଇନ କାରବାର ସଂପର୍କରେ ଇଡି ଚଳିତ ବର୍ଷ ଫେବ୍ରୁଆରି ମାସରେ ତଦନ୍ତ ଆରମ୍ଭ ହୋଇଥିଲା।

ଯାଞ୍ଚରୁ ଜଣାପଡ଼ିଛି ଯେ, କମ୍ପାନି ୨୦୧୪ ରେ ଭାରତରେ ନିଜର ଶାଖା ଖୋଲି କାର୍ଯ୍ୟ ଆରମ୍ଭ କରିଥିଲା ​​ଏବଂ ୨୦୧୫ରୁ କମ୍ପାନି ବିଦେଶକୁ ଟଙ୍କା ପଠାଇବା ଆରମ୍ଭ କରିଥିଲା । କମ୍ପାନି ରୟାଲଟି ନାମରେ ଏକ ସାଓମି ଗ୍ରୁପ୍ କମ୍ପାନି ସମେତ ତିନୋଟି ବିଦେଶୀ ସଂସ୍ଥାକୁ ୫୫୫୧.୨୭ କୋଟିର ବୈଦେଶିକ ମୁଦ୍ରା ପଠାଇଥିଲା। ଚୀନରେ ଥିବା ମୂଳ କମ୍ପାନିର ନିର୍ଦ୍ଦେଶରେ ଭାରତରୁ ସାଓମି ଟେକ୍ନୋଲୋଜି ଇଣ୍ଡିଆ ପ୍ରାଇଭେଟ ଲିମିଟେଡ ରୟାଲଟି ନାଁରେ ବିଦେଶକୁ ଟଙ୍କା ପଠାଇଥିଲା ବୋଲି କହିଛି ଇଡି।

ଇଡି ଅଧିକାରୀଙ୍କ କହିବାନୁସାରେ, ସାଓମି ଇଣ୍ଡିଆ ୩ ବିଦେଶୀ ସଂସ୍ଥାକୁ ଟଙ୍କା ପଠାଇଥିଲେ ବି ସେମାନଙ୍କଠାରୁ କୌଣସି ସେବା ଗ୍ରହଣ କରିନଥିଲା। ଏହା ଫେମା ବିଭାଗ ୪ର ଉଲଂଘନ ଆଟେ। ବିଦେଶକୁ ଟଙ୍କା ପଠାଇବା ସମୟରେ କମ୍ପାନି ବ୍ୟାଙ୍କଗୁଡ଼ିକୁ ଭୁଲ ତଥ୍ୟ ମଧ୍ୟ ଦେଇଥିବା ସାମ୍ନାକୁ ଆସିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe