ଦେଶରେ ପୁଣି ୬୦,୯୭୪ କରୋନା ଆକ୍ରାନ୍ତ ଚିହ୍ନଟ, ୩୧୬୭୩୨୩ ଛୁଇଁଲା ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା

Advertisment
ଦେଶରେ ପୁଣି ୬୦,୯୭୪ କରୋନା ଆକ୍ରାନ୍ତ ଚିହ୍ନଟ, ୩୧୬୭୩୨୩ ଛୁଇଁଲା ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ବଢ଼ି ବଢ଼ି ଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ୬୦,୯୭୪ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ନୂଆ ସଂକ୍ରମିତଙ୍କୁ ମିଶାଇ ଅଗଷ୍ଟ ୨୫ ତାରିଖ ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୩୧୬୭୩୨୩ ଜଣ କରୋନା ଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ୨୪୦୪୫୮୫ ଜଣ ସୁସ୍ଥ ହୋଇଥିବା ବେଳେ ୫୮୩୯୦ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ୨୪ ଘଣ୍ଟା ମଧ୍ୟରେ ଜଣାପଡ଼ିଥିବା ନୂଆ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୭୦୪୩୪୮ ରହିଛି। ଗତ ୨୪ ଘଣ୍ଟାରେ ୮୪୮ ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଦେଶରେ କରୋନା ଜନିତ ସମୁଦାୟ ମୃତ୍ୟୁ ସଂଖ୍ୟା ୫୮୩୯୦ ରେ ପହଞ୍ଚିଛି।

Weekly Update: Global Coronavirus Impact and Implications Counterpoint Research

ଆପଣ ଜାଣିଥିବ‌େ ନିଶ୍ଚୟରେ ଦେଶରେ ଅନ୍‌ଲକ୍‌ ୪ ଲାଗୁ ହେବାର ସମୟ ହୋଇଗଲାଣି। ସେପ୍ଟେମ୍ବର ପହିଲାରୁ ଲାଗୁ ହେବାକୁ ଥିବା ଅନ୍‌ଲକ ୪ରେ ବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକ ପୂର୍ବ ପରି ବନ୍ଦ ରହିବ। ଘରୋଇ ବିମାନ ଏବଂ ଟ୍ରେନ୍ ଚଳାଚଳ ଆରମ୍ଭ ହେବ ବୋଲି ସୂଚନା ରହିଛି। ଏହି ସପ୍ତାହ ଶେଷ ବେଳକୁ ଅନ୍‌ଲକ୍‌ ୪ର ଗାଇଡ୍‌ଲାଇନ୍‌ ଜାରି କରାଯାଇ କ’ଣ ସବୁ ଖୋଲିବ ଓ କ’ଣ ସବୁ ବନ୍ଦ ରହିବ ସୂଚନା ପ୍ରଦାନ କରାଯିବ।

ସୂଚନା ମୁତାବକ, ଦେଶରେ ଗତକାଲି ୨୪ ଘଣ୍ଟା ମଧ୍ୟରେ ୬୧୪୦୮ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ। ଅଗଷ୍ଟ ୨୪ ତାରିଖ ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୩୧,୦୬,୩୪୮ ଜଣ କରୋନା ଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe