ଗତ ତିନି ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ବିଦେଶ ଗସ୍ତ ଲାଗି ଚାର୍ଟର୍‌ ବିମାନରେ ଖର୍ଚ୍ଚ ହୋଇଛି ୨୫୫ କୋଟି ଟଙ୍କା

Advertisment
ଗତ ତିନି ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ବିଦେଶ ଗସ୍ତ ଲାଗି ଚାର୍ଟର୍‌ ବିମାନରେ ଖର୍ଚ୍ଚ ହୋଇଛି ୨୫୫ କୋଟି ଟଙ୍କା

Image Source: India Today

ନୂଆଦିଲ୍ଲୀ: ଗତ ତିନି ବର୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିଦେଶ ଗସ୍ତ କାର୍ଯ୍ୟକ୍ରମରେ ଚାର୍ଟର୍‌ ବିମାନ ବାବଦରେ ୨୫୫ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ଖର୍ଚ୍ଚ ହୋଇଥିବା କଥା ରାଜ୍ୟସଭାକୁ କୁହାଯାଇଛି।

ଲିଖିତ ଉତ୍ତର ଦେଇ ରାଷ୍ଟ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଭି ମୁରଲୀଧରନ କହିଲେ ଯେ ୨୦୧୬-୧୭ ବର୍ଷରେ ଚାର୍ଟର୍‌ ବିମାନରେ ୭୬. ୨୭ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ୨୦୧୭-୧୮ରେ ଖର୍ଚ୍ଚ ହୋଇଛି ୯୯. ୩୨ କୋଟି ଟଙ୍କା।

publive-image Image Source: onmanorama

ବର୍ଷ ୨୦୧୮-୧୯ରେ ୭୯. ୯୧ କୋଟି ଟଙ୍କା ଖର୍ଚ୍ଚ ସରିଥିବା ବେଳେ ବର୍ଷ ୨୦୧୯-୨୦ର ବିଲ୍‌ ହସ୍ତଗତ ହୋଇ ନ ଥିବା କଥା ସେ କହିଛନ୍ତି। ସେ ଆହୁରି କହିଛନ୍ତି ଯେ ବର୍ଷ ୨୦୧୬-୧୭ରେ ହଟ୍‌ଲାଇନ୍‌ ଫେସିଲିଟିରେ ୨ ୨୪, ୭୫, ୪୫୧ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ୨୦୧୭-୧୮ରେ ଖର୍ଚ୍ଚ ହୋଇଛି ୫୮, ୦୬, ୬୩୦ ଟଙ୍କା।

ଦେଶ ମଧ୍ୟରେ ଗସ୍ତ ପାଇଁ କେତେ ଖର୍ଚ୍ଚ ହୋଇଛି ବୋଲି ପଚରା ଯିବାରୁ ସେ କହିଲେ ଯେ ଭାରତ ସରକାରଙ୍କ ନୀତି ଅନୁସାରେ, ସରକାରୀ ଗସ୍ତରେ ଦେଶର ବିଭିନ୍ନ ସ୍ଥାନକୁ ଭିଭିଆଇପି ଏବଂ ଭିଆଇପିମାନେ ଆଇଏଏଫ୍‌ ବିମାନ ଓ ହେଲିକପ୍ଟର୍‌ରେ ମାଗଣାରେ ଯାତ୍ରା କରିବା ବ୍ୟବସ୍ଥା ଥିବାରୁ ପ୍ରଧାନମନ୍ତ୍ରୀ ମାଗଣାରେ ଯାତ୍ରା କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe