କଶ୍ମୀରୀ ପଣ୍ଡିତଙ୍କ ହତ୍ୟା ଘଟଣା ପରେ ଜମ୍ମୁ ଓ କଶ୍ମୀରରେ ରାତି ସାରା ପ୍ରତିବାଦ

Advertisment
କଶ୍ମୀରୀ ପଣ୍ଡିତଙ୍କ ହତ୍ୟା ଘଟଣା ପରେ ଜମ୍ମୁ ଓ କଶ୍ମୀରରେ ରାତି ସାରା ପ୍ରତିବାଦ

Image Courtesy of NDTV

ଶ୍ରୀନଗର: କଶ୍ମୀରୀ ପଣ୍ଡିତ ସମ୍ପ୍ରଦାୟର ଜଣେ ୩୬ ବର୍ଷିୟ ସରକାରୀ କର୍ମଚାରୀଙ୍କୁ ହତ୍ୟା କରାଯିବା ପରେ ଆପଣା ସମ୍ପ୍ରଦାୟର ସୁରକ୍ଷା ଦାବି କରି ଗତ ସନ୍ଧ୍ୟା ବେ‌ଳ ଠାରୁ ଜମ୍ମୁ ଓ କଶ୍ମୀରୀର କେତେକ ପ୍ରାନ୍ତରେ ପ୍ରତିବାଦ ଚାଲିଛି।

କଶ୍ମୀରୀ ପଣ୍ଡିତ ସମ୍ପ୍ରଦାୟର ସଦସ୍ୟମ‌ାନେ ନିଜ ନିଜର ଅସ୍ଥାୟୀ ଶିବିର ଛାଡ଼ି ରାସ୍ତା ଅବରୋଧ କରିବା ସହ କେନ୍ଦ୍ର ସରକାର ଓ ‘ବିଜେପି’ ବିରୋଧରେ ସ୍ଲୋଗାନ୍‌ ଦେଉଛନ୍ତି।

୨୦୧୦ରେ ଆରମ୍ଭ ହୋଇଥିବା ‘ସ୍ବତନ୍ତ୍ର କର୍ମସଂସ୍ଥାନ ପ୍ୟାକେଜ୍‌’ରେ ସରକାରୀ ଚାକିରି ଦିଆଯିବାରୁ କଶ୍ମୀରର ବିଭିନ୍ନ ପ୍ରାନ୍ତରେ ଥିବା ଅସ୍ଥାୟୀ ଶିବିରରେ ୪ ହଜାରରୁ ଅଧିକ କଶ୍ମୀରୀ ପଣ୍ଡିତ ବାସ କରୁଛନ୍ତି।

publive-image Image Courtesy of ABP Live

ଉତ୍ତ୍ୟକ୍ତ ପ୍ରତିବାଦକାରୀମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ଜମ୍ମୁ ଓ କଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନାଙ୍କ ବିରୋଧରେ ସ୍ଲୋଗାନ୍‌ ଦେଇଥିଲେ। ଆଉ କେତେକ ସ୍ଥାନରେ ‘ମହମବତି ପଦଯାତ୍ରା’ ମଧ୍ୟ ଆୟୋଜିତ ହୋଇଥିଲା।

ସୂଚନାଯୋଗ୍ୟ, ଗତକାଲି ଆତଙ୍କବାଦୀମାନେ ବଡ଼ଗାମ୍‌ ଜିଲ୍ଲା ଅନ୍ତର୍ଗତ ଚାଦୂରା ଗ୍ରାମରେ ଥିବା ତହସିଲ୍‌ଦାର୍‌ଙ୍କ ଅଫିସ୍‌ରେ ବଳପୂର୍ବକ ପ୍ରବେଶ କରି ରାହୁଲ୍‌ ଭଟ୍‌ଙ୍କୁ ଗୁଳିମାରିଥିଲେ। ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ବେଳେ ତାଙ୍କର ମୃତ୍ୟୁ ଘଟିଥିଲା। ୩୬ ବର୍ଷିୟ ରାହୁଲ୍‌ ଗତ ୧୦ ବର୍ଷ ହେବ ବଡ୍‌ଗାମ୍‌ ଜିଲ୍ଲାରେ ଚାକିରି କରୁଥିଲେ। ଶେଷକୃତ୍ୟ ନିମନ୍ତେ ତାଙ୍କର ଶବ ଜମ୍ମୁକୁ ନିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe