ଦିଲ୍ଲୀ-ଏନ୍‌ସିଆର୍‌ର ଅନେକ ସ୍ଥାନରେ ବର୍ଷା; ସାମାନ୍ୟ ଉନ୍ନତ ହେଲା ଏକ୍ୟୁଆଇ

ଗୁରୁବାର ସକାଳେ ଦିଲ୍ଲୀ-ଏନସିଆରର ଅନେକ ସ୍ଥାନରେ ବର୍ଷା ହୋଇଯାଇଛି। ଘନ କୁହୁଡ଼ି ହେତୁ ଜାତୀୟ ରାଜଧାନୀରେ ସକାଳର ତାପମାତ୍ରା ୧୧.୨ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି। ଦିଲ୍ଲୀର ବାୟୁ ଗୁଣବତ୍ତା ସୂଚକାଙ୍କ ମଧ୍ୟ ବୁଧବାରର ୩୮୬ ଠାରୁ ସାମାନ୍ୟ ଉନ୍ନତି ହୋଇ ୩୪୩ରେ ପହଞ୍ଚିଛି।

delhi rain

ନୂଆଦିଲ୍ଲୀ: ଗୁରୁବାର ସକାଳେ ଦିଲ୍ଲୀ-ଏନସିଆରର ଅନେକ ସ୍ଥାନରେ ବର୍ଷା ହୋଇଯାଇଛି। ଘନ କୁହୁଡ଼ି ହେତୁ ଜାତୀୟ ରାଜଧାନୀରେ ସକାଳର ତାପମାତ୍ରା ୧୧.୨ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି। ଦିଲ୍ଲୀର ବାୟୁ ଗୁଣବତ୍ତା ସୂଚକାଙ୍କ ମଧ୍ୟ ବୁଧବାରର ୩୮୬ ଠାରୁ ସାମାନ୍ୟ ଉନ୍ନତି ହୋଇ ୩୪୩ରେ ପହଞ୍ଚିଛି। ଏବେ ଦିଲ୍ଲୀର ଏକ୍ୟୁଆଇ ଅତ୍ୟନ୍ତ ଖରାପ ବର୍ଗରେ ରହିଛି।

ବର୍ଷା ହେତୁ ଦିଲ୍ଲୀରେ ପହଞ୍ଚିବାକୁ ଥିବା କିମ୍ବା ଦିଲ୍ଲୀରୁ ଯାତ୍ରା ଆରମ୍ଭ କରିଥିବା ୨୯ଟି ଟ୍ରେନ୍ ବିଳମ୍ବରେ ଚାଲୁଥିବା ସୂଚନା ରହିଛି ବୋଲି  ଭାରତୀୟ ରେଳବାଇ ଏକ ବିବୃତିରେ କହିଛି।

ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ଅନୁଯାୟୀ, ସଫଦରଜଙ୍ଗ ପର୍ଯ୍ୟବେକ୍ଷଣାଗାରରେ ୩.୭ ମିମି ବର୍ଷା ରେକର୍ଡ କରାଯାଇଛି। ବର୍ଷା ମଧ୍ୟରେ ଦିଲ୍ଲୀର ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଛି। ଗୁରୁବାର ସକାଳେ ସର୍ବନିମ୍ନ ତାପମାତ୍ରା ୧୧.୨ ଡିଗ୍ରୀ ସେଲସିୟସ୍ ରହିଛି। ଦିନର ତାପମାତ୍ରା କିଛି ଡିଗ୍ରୀ ସେଲସିୟସ୍ ହ୍ରାସ ପାଇବାର ଆଶା କରାଯାଉଛି ବୋଲି ଆଇଏମ୍‌ଡି କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe