‘ସପା’କୁ ଅପାରଗ ଦଳ କହି ରାମପୁର ଓ ଆଜମଗଡ଼ରେ ‘ବିଜେପି’ର ବିଜୟ ପାଇଁ ଅଖିଳେଶଙ୍କୁ ଦାୟୀ କଲେ ଅୱେସୀ

‘ସପା’କୁ ଅପାରଗ ଦଳ କହି ରାମପୁର ଓ ଆଜମଗଡ଼ରେ ‘ବିଜେପି’ର ବିଜୟ ପାଇଁ ଅଖିଳେଶଙ୍କୁ ଦାୟୀ କଲେ ଅୱେସୀ

Image Courtesy of NDTV

ହାଇଦ୍ରାବାଦ: ‘ବିଜେପି’କୁ ପରାସ୍ତ କରିବା ଲାଗି ‘ସମାଜବାଦୀ ପାର୍ଟି’ ସମ୍ପୂର୍ଣ୍ଣ ଅସମର୍ଥ ବୋଲି ରାମପୁର ଏବଂ ଆଜମଗଡ଼ ଉପନିର୍ବାଚନ ସ୍ପଷ୍ଟ କରି ଦେଇଛି ବୋଲି ରବିବାର ଦିନ ‘ଅଲ୍‌ ଇଣ୍ଡିଆ ମଜ୍‌ଲିସ୍‌-ଏ-ଇତ୍ତେହାଦୁଲ୍‌ ମୁସ୍‌ଲିମୀନ୍‌’ (ଏଆଇଏମ୍‌ଆଇଏମ୍) ଅଧ୍ୟକ୍ଷ ଅସାଦୁଦ୍ଦିନ୍‌ ଅୱେସୀ କହିଛନ୍ତି।

ଗଣମାଧ୍ୟମକୁ ଅୱସେୀ କହିଛନ୍ତି, ଉତ୍ତର ପ୍ରଦେଶ ଉପନିର୍ବାଚନ ଫଳାଫଳ ଦର୍ଶାଉଛି ଯେ, ସମାଜବାଦୀ ପାର୍ଟି ‘ବିଜେପି’କୁ ପରାସ୍ତ କରିବାକୁ ଅସମର୍ଥ। ସେମାନଙ୍କର ବୁଦ୍ଧିମତା ନାହିଁ। ଏଭଳି ଅପାରଗ ଦଳମାନଙ୍କୁ ସଂଖ୍ୟାଲଘୁ ସମ୍ପ୍ରଦାୟ ଭୋଟ୍‌ ଦେବା ଅନୁଚିତ। ‘ବିଜେପି’ର ବିଜୟ ପାଇଁ କିଏ ଦାୟୀ। ଏବେ କାହାକୁ ସେମାନେ ‘ବି-ଟିମ୍‌’, ‘ସି-ଟିମ୍‌’ ବୋଲି ଡାକିବେ।

publive-image Image Courtesy of Zee News

ରାମପୁର ଏବଂ ଆଜମଗଡ଼ ଉପନିର୍ବାଚନରେ ଦଳର ପରାଜୟ ପାଇଁ ସେ ‘ସମାଜବାଦୀ ପାର୍ଟି’ର ମୁଖ୍ୟ ଅଖିଳେଶ ଯାଦବଙ୍କୁ ମଧ୍ୟ ଦାୟୀ କରିଛନ୍ତି। ସେ କହିଛନ୍ତି, ଅଖିଳେଶ ଯାଦବଙ୍କର ଏତେ ଅହଙ୍କାର ଯେ, ସେ ଜନସାଧରଣଙ୍କୁ ମଧ୍ୟ ଭେଟିଲେ ନାହିଁ। ଦେଶର ମୁସଲ୍‌ମାନମାନଙ୍କୁ ନିବେଦନ କରୁଛି ସେମାନେ ସେମାନଙ୍କର ରାଜନୈତିକ ପରିଚୟ ସୃଷ୍ଟି କରନ୍ତୁ।

ବିଦେଶ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାମପୁର ଏବଂ ଆଜମ୍‌ଗଡ଼ ଉପନିର୍ବାଚନରେ ‘ବିଜେପି’ର ବିଜୟକୁ ସ୍ମରଣୀୟ ବୋଲି କହିଛନ୍ତି। ଟୁଇଟ୍‌ କରି ସେ ଲେଖିଛନ୍ତି: କେନ୍ଦ୍ର ଏବଂ ଉତ୍ତର ପ୍ରଦେଶର ଡବଲ୍‌ ଇଞ୍ଜିନ୍‌ ସରକାର ପ୍ରତି ବ୍ୟାପକ ଗ୍ରହଣୀୟତା ଏବଂ ସମର୍ଥନ ରହିଛି ବୋଲି ଏହି ବିଜୟ ସୂଚାଉଛି। ଜନସାଧାରଣଙ୍କ ସମର୍ଥନ ପାଇଁ ମୁଁ କୃତଜ୍ଞ। ଉତ୍ତର ପ୍ରଦେଶରେ ‘ବିଜେପି’ର କାର୍ଯ୍ୟକର୍ତ୍ତାଙ୍କ ଉଦ୍ୟମକୁ ମୁଁ ପ୍ରଶଂସା କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe