ଡବଲ ମୁଖ୍ୟମନ୍ତ୍ରୀ ! ସରକାର ଗଠନ ହେଲେ ରହିବେ ଦୁଇ ଜଣ ମୁଖ୍ୟମନ୍ତ୍ରୀ ଓ ତିନି ଜଣ ଉପମୁଖ୍ୟମନ୍ତ୍ରୀ: ଓୱେସି

ବିନା ଅନୁମତିରେ କେମିତି ହେଲା ଶୋଭାଯାତ୍ରା? ପ୍ରଶ୍ନ ଉଠାଇଲେ ଓୱେସି

Image Courtesy of Hindustan Times

ଲଖନଉ: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନର ବିଗୁଲ ବାଜିସାରିଥିବାବେଳେ ଏବେ ନେତାମାନେ ଜନତାଙ୍କ ଉପରେ ପ୍ରତିଶ୍ରୁତିର ପାହାଡ ଲଦିବାରେ ଲାଗିଛନ୍ତି | ଏଆଇଏମ୍ଆଇଏମ୍ ମୁଖ୍ୟ ତଥା ହାଇଦ୍ରାବାଦ ସାଂସଦ ଆସାଦୁଦ୍ଦିନ ଓୱେସି ଶୁକ୍ରବାର ଦିନ ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଯଦି ଉତ୍ତରପ୍ରଦେଶରେ ଆମର ମିଳିତ ସରକାର ଗଠନ ହୁଏ ତେବେ ଦୁଇ ଜଣ ମୁଖ୍ୟମନ୍ତ୍ରୀ ଏବଂ ତିନି ଜଣ ଉପ-ମୁଖ୍ୟମନ୍ତ୍ରୀ ହେବେ।

ୟୁପି ନିର୍ବାଚନ ପାଇଁ ଆସାଦୁଦ୍ଦିନ ଓୱେସି ମଧ୍ୟ ଏକ ମିଳିତ ମଞ୍ଚ ଘୋଷଣା କରିଛନ୍ତି। ଏହି ଅବସରରେ ସେ ସମାଜବାଦୀ ପାର୍ଟି ସହ ବିଜେପିକୁ ମଧ୍ୟ ଟାର୍ଗେଟ କରିଛନ୍ତି । ଅଲ ଇଣ୍ଡିଆ ମଜଲିସ୍-ଇ-ଇଥାହାଦୁଲ ମୁସଲିମନ୍ (ଏଆଇଏମ୍ଆଇଏମ୍) ମୁଖ୍ୟ ଅସଦୁଦ୍ଦିନ ଓୱାଇସି ଶନିବାର ଦିନ ବାବୁ ସିଂ କୁଶୱା ଏବଂ ଭାରତ ମୁକ୍ତି ମୋର୍ଚ୍ଚା ସହ ଏକ ମେଣ୍ଟ ଘୋଷଣା କରିଛନ୍ତି। ଏହି ସମୟରେ ସେ ଦଳିତଙ୍କ ନିକଟରେ ପହଞ୍ଚିବା ପାଇଁ ଯଥାସମ୍ଭବ ଚେଷ୍ଟା କରିଥିଲେ।

ସେ କହିଛନ୍ତି ଯେ ଯଦି ମିଳିତ ମେଣ୍ଟ କ୍ଷମତାକୁ ଆସେ, ତେବେ ୫ ବର୍ଷର କାର୍ଯ୍ୟକାଳ ମଧ୍ୟରେ ଦୁଇଜଣ ମୁଖ୍ୟମନ୍ତ୍ରୀ ରହିବେ, ଜଣେ ଦଳିତ ସମ୍ପ୍ରଦାୟର ଏବଂ ଜଣେ ଓବିସି ସମ୍ପ୍ରଦାୟର ହେବେ । ସେହିପରି ୩ଜଣ ଡେପୁଟି ସିଏମ ବା ଉପମୁଖ୍ୟମନ୍ତ୍ରୀ ରହିବେ, ସେମାନଙ୍କ ମଧ୍ୟରୁ ଜଣେ ମୁସଲମାନ ସମ୍ପ୍ରଦାୟର ହେବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe