ନିର୍ଦ୍ଦୟ ଇସ୍ରାଏଲ ଗାଜା ଉପରେ ୬୦୦୦ଟି ବୋମା ପକାଇଛି : ଓଓ୍ବୈସି

Advertisment
ନିର୍ଦ୍ଦୟ ଇସ୍ରାଏଲ ଗାଜା ଉପରେ ୬୦୦୦ଟି ବୋମା ପକାଇଛି : ଓଓ୍ବୈସି

ହାଇଦ୍ରାବାଦ: ଇସ୍ରାଏଲ-ପାଲେଷ୍ଟାଇନ ବିବାଦ ମଧ୍ୟରେ ପାଲେଷ୍ଟାଇନବାସୀଙ୍କ ପ୍ରତି ସମର୍ଥନ ଜଣାଇବାକୁ ଅଲ୍ ଇଣ୍ଡିଆ ମଜଲିସ-ଏ-ଇତେହାଦୁଲ ମୁସଲିମିନ୍ (ଏଆଇଏମ୍ଆଇଏମ୍) ଅଧ୍ୟକ୍ଷ ଅସଦୁଦ୍ଦିନ ଓୱେସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିବେଦନ କରିଛନ୍ତି। ପାଲେଷ୍ଟାଇନ ପ୍ରସଙ୍ଗ କେବଳ ମୁସଲମାନଙ୍କ ପ୍ରସଙ୍ଗ ନୁହେଁ ବୋଲି ଓୱେସି କହିଛନ୍ତି। ବରଂ ଏହା ଏକ ମାନବୀୟ ପ୍ରସଙ୍ଗ ଏବଂ ଏହା ନ୍ୟାୟ ଚାହୁଁଥିବା ସମସ୍ତଙ୍କୁ ଚିନ୍ତିତ କରେ । ହାଇଦ୍ରାବାଦ ସାଂସଦ ଶନିବାର ରାତିରେ ଏଠାରେ ଏକ ସାଧାରଣ ସଭାରେ କହିଛନ୍ତି ଯେ ଅତ୍ୟାଚାରକାରୀ ଇସ୍ରାଏଲ ସରକାର ଗତ ୬ ଦିନ ମଧ୍ୟରେ ଗାଜା ଉପରେ ୬୦୦୦ ବୋମା ଫିଙ୍ଗିଛି। ଏଥିରେ ଶିଶୁ ଓ ମହିଳାଙ୍କ ସମେତ ୧୫୦୦ରୁ ଅଧିକ ପାଲେଷ୍ଟାଇନ୍ ଲୋକ ପ୍ରାଣ ହରାଇଛନ୍ତି । ହଜାର ହଜାର ଲୋକ ଆହତ ହୋଇଛନ୍ତି।

ଏଆଇଏମଆଇଏମ ମୁଖ୍ୟ ଅଭିଯୋଗ କରିଛନ୍ତି ଯେ ଗାଜାରେ ଯାହା ଘଟୁଛି ତାହା "ଜାତିଗତ ସଫେଇ"। ଇସ୍ରାଏଲ ଏକ ଯୁଦ୍ଧ ଅପରାଧ କରୁଛି ଏବଂ ଭାରତ ସରକାର ଏବଂ ଦେଶ ଏହାକୁ ନିନ୍ଦା କରିବା ଉଚିତ୍ ବୋଲି ସେ କହିଛନ୍ତି । ଓଓ୍ବୈସି କହିଛନ୍ତି ଯେ ସେ ପାଲେଷ୍ଟାଇନ ସହିତ ଅଛନ୍ତି ଏବଂ ଏହା ଜାରି ରଖିବେ । ସେ କହିଛନ୍ତି ଯେ ଗାଜାର ୨୧ ଲକ୍ଷ ଗରିବ ଲୋକଙ୍କ ମଧ୍ୟରୁ ୧୦ ଲକ୍ଷ ଲୋକ ବାସହୀନ ହୋଇଛନ୍ତି। ଓୱେସି ଅଭିଯୋଗ କରିଛନ୍ତି ଯେ ଅତ୍ୟାଚାରକାରୀ ଇସ୍ରାଏଲ ସରକାର ଚାହୁଁଛି ଯେ ଗାଜାରୁ ସମସ୍ତ ଲୋକଙ୍କୁ ବାହାର କରାଯାଉ ଏବଂ ମାନବାଧିକାର କଥା କହୁଥିବା ବିଶ୍ୱ ଆଜି ଚୁପ୍ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe