ଦିଲ୍ଲୀ ପୁଲିସ ବିରୋଧରେ ବର୍ଷିଲେ ଅୱେସୀ: ନୂପୁର, ନବୀନ, ଅୱେସୀଙ୍କ ସମେତ ୩୨ ଜଣଙ୍କ ବିରୋଧରେ ଏତଲା

Advertisment
ଦିଲ୍ଲୀ ପୁଲିସ ବିରୋଧରେ ବର୍ଷିଲେ ଅୱେସୀ: ନୂପୁର, ନବୀନ, ଅୱେସୀଙ୍କ ସମେତ ୩୨ ଜଣଙ୍କ ବିରୋଧରେ ଏତଲା

ନୂଆଦିଲ୍ଲୀ: ଘୃଣା ଓ ଉତ୍ତେଜକ ବୟାନ ବିରୋଧରେ ଦିଲ୍ଲୀ ପୁଲିସ ଏବେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ବିଜେପିର ପୂର୍ବ ପ୍ରବକ୍ତା ନୂପୁର ଶର୍ମାଙ୍କ ସମେତ ବିଜେପିରୁ ବହିଷ୍କୃତ ନେତା ନବୀନ ଜିନ୍ଦଲ, ଏଆଇଏମ୍‌ଆଇଏମ୍‌ ମୁଖ୍ୟ ଅସଉଦ୍ଦିନ ଅୱେସି, ୟତି ନରସିଂହାନନ୍ଦ, ସଦାବ ଚୌହାନ, ସାମ୍ବାଦିକ ସବା ନକ୍‌ଭି, ମୌଲାନା ମୁଫ୍‌ତି ନଦୀମ, ଗୁଲ୍‌ଜର ଅନ୍‌ସାରୀ, ଅନିଲ କୁମାର ମୀନା ଏବଂ ଅବଦୁର ରେହମାନ ପ୍ରମୁଖ ୩୨ ଜଣଙ୍କ ବିରୋଧରେ ଏଫ୍‌ଆଇଆର୍‌ ରୁଜୁ ହୋଇଛି। ସାଂପ୍ରଦାୟିକ ଉତ୍ତେଜନା ସୃଷ୍ଟିକାରୀ ବୟାନ ଏବଂ ଷଡ଼ଯନ୍ତ୍ରପୂର୍ଣ୍ଣ କାର୍ଯ୍ୟକଳାପ ପାଇଁ ଅୱେସୀଙ୍କ ବିରୋଧରେ ଏତଲା ରୁଜୁ ହୋଇଛି। ତେବେ ଅୱେସୀ ତାଙ୍କ ବିରୋଧରେ ଏତଲା ହୋଇଥିବାରୁ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି ଏବଂ ଦିଲ୍ଲୀ ପୁଲିସ ବିରୋଧରେ ବର୍ଷିଛନ୍ତି। କେଉଁ କାରଣ ପାଇଁ ତାଙ୍କ ବିରୋଧରେ ଏତଲା ରୁଜୁ ହୋଇଛି ତାହା ସ୍ପଷ୍ଟ ହେଉନାହିଁ ବୋଲି ସେ କହିଛନ୍ତି।

ଉଲ୍ଲେଖ‌ଯୋଗ୍ୟ, ଦିଲ୍ଲୀ ପୁଲିସର ଫ୍ୟୁଜନ୍‌ ଆଣ୍ଡ ଷ୍ଟ୍ରାଟେଜିକ ଅପରେସନ୍ସ (ଆଇଏଫ୍‌ଏସ୍‌ଓ) ବିାଭଗ ପକ୍ଷରୁ ଅୱେସି, ନୂପୁର ଶର୍ମା, ନବୀନ କୁମାର ଜିନ୍ଦଲ ଏବଂ ଅନ୍ୟମାନଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଆଇପିସିର ୧୫୩, ୨୯୫ ଏବଂ ୫୦୫ ଧାରା ଅଧୀନରେ ସେମାନଙ୍କ ବିରୋଧରେ ଏତଲା ରୁଜୁ ହୋଇଛି। ସୋସିଆଲ ମିଡିଆ ଏବଂ ବିଭିନ୍ନ ସାର୍ବଜନୀନ ମଞ୍ଚରେ ଏହି ନେତାମାନଙ୍କ କାର୍ଯ୍ୟକଳାପ ଆକଳନ କରିବାପରେ ଏହି ଏତଲା ରୁଜୁ ହୋଇଥିବା ଜଣେ ପୁଲିସ ଅଧିକାରୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe