news247plus
ନୂଆଦିଲ୍ଲୀ : ଏଆଇଏମ୍ଆଇଏମ୍ ମୁଖ୍ୟ ଅସଉଦ୍ଦିନ ଅୱେସି ତାଙ୍କୁ ମିଳିଥିବା ଜେଡ୍ ଶ୍ରେଣୀ ସୁରକ୍ଷା ପ୍ରତ୍ୟାଖ୍ୟାନ କରିଛନ୍ତି। ଲୋକସଭାରେ ଅୱେସି କହିଛନ୍ତି, ମୁଁ ମୃତ୍ୟୁକୁ ଭୟ କରେନା। ମୁଁ ଜେଡ୍ ଶ୍ରେଣୀ ସୁରକ୍ଷା ଚାହେନାହିଁ ଏବଂ ସରକାରଙ୍କ ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରୁଛି। ମତେ ‘ଏ’ ଶ୍ରେଣୀ ନାଗରିକ କରାଯାଉ। ମୁଁ ନିରବ ରହିବି ନାହିଁ। ଆକ୍ରମଣକାରୀଙ୍କ ବିରୋଧରେ ୟୁଏପିଏ ଅଧୀନରେ ମାମଲା ରୁଜୁ କରିବାପାଇଁ ଅୱେସି ଦାବି କରିଛନ୍ତି।
ଅୱେସି କହିଛନ୍ତି, ଘୃଣା ଏବଂ ଧର୍ମ ବିରୋଧୀ ଭାବନା ଶେଷ କରିବାପାଇଁ ମୁଁ ସରକାରଙ୍କୁ ଅନୁରୋଧ କରୁଛି ଅନ୍ୟପକ୍ଷେ ଅୱେସିଙ୍କ ଗାଡ଼ି ଉପରକୁ ଗୁଳିମାଡ଼ ହେବା ପ୍ରସଙ୍ଗରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆସନ୍ତା ୭ ତାରିଖରେ ସଂସଦରେ ବିସ୍ତୃତ ତଥ୍ୟ ରଖିବେ। ଗତକାଲି ଅୱେସିଙ୍କ ଗାଡ଼ି ଉପରକୁ ଗୁଳି ମାଡ଼ ହେବାପରେ ତାଙ୍କୁ ଜେଡ୍ ଶ୍ରେଣୀ ସୁରକ୍ଷା ଦେବାପାଇଁ ନିଷ୍ପତ୍ତି ନିଆଯାଇଛି।
Follow Us