ଅର୍ପିତାଙ୍କ ପରେ ୧୦ଟି ଫ୍ଲାଟ୍‌ର ମାଲିକାଣୀ ପ୍ରଫେସର୍‌ ମୋନାଲିସା ଦାସଙ୍କ ଉପରେ ‘ଇଡି’ର ନଜର

ଅର୍ପିତାଙ୍କ ପରେ ୧୦ଟି ଫ୍ଲାଟ୍‌ର ମାଲିକାଣୀ ପ୍ରଫେସର୍‌ ମୋନାଲିସା ଦାସଙ୍କ ଉପରେ ‘ଇଡି’ର ନଜର

Image Courtesy of Zee News

କୋଲ୍‌କାତା: ଶିକ୍ଷକ ନିଯୁକ୍ତି ଦୁର୍ନୀତିରେ ସମ୍ପୃକ୍ତ ଥିବା ଅଭିଯୋଗରେ ଆଜି ପ୍ରବର୍ତ୍ତନ ନିର୍ଦେଶାଳୟଦ୍ବାରା ଗିରଫ ହୋଇଥିବା ପଶ୍ଚିମବଙ୍ଗ ରାଜ୍ୟର ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କର ଆଉ ଜଣେ ମହିଳା ସହକାରୀଙ୍କ ଉପରେ ମଧ୍ୟ ତଦନ୍ତକାରୀ ଏଜେନ୍‌ସି ନଜର ରଖିଥିବା କଥା ବିଭିନ୍ନ ସୂତ୍ରରୁ ଜଣାପଡ଼ିଛି।

ସେ ହେଉଛନ୍ତି, ଆସାନ୍‌ସୋଲ୍‌ସ୍ଥିତ ‘କାଜି ନଜ୍‌ରୁଲ୍‌ ଇସ୍‌ଲାମ୍‌ ବିଶ୍ବବିଦ୍ୟାଳୟ’ର ବଙ୍ଗଳା ଭାଷା ଓ ସାହିତ୍ୟ ବିଭାଗର ମୁଖ୍ୟା ପ୍ରଫେସର ମୋନାଲିସା ଦାସ। ତାଙ୍କ ନାମରେ ଅନ୍ୟୂନ ୧୦ଟି ଫ୍ଲାଟ୍‌ ଥିବା କଥା ପ୍ରବର୍ତ୍ତନ ନିର୍ଦେଶାଳୟ ଜାଣିପାରିଛି।

୨୦୧୪ରେ ସେ ‘କାଜି ନଜ୍‌ରୁଲ୍‌ ଇସ୍‌ଲାମ୍‌ ବିଶ୍ବବିଦ୍ୟାଳୟ’ରେ ଯୋଗ ଦେଇଥିଲେ। ବିଶେଷସୂତ୍ରରୁ ପ୍ରାପ୍ତ ତଥ୍ୟ ଅନୁସାରେ, ମୋନାଲିସାଙ୍କୁ ପ୍ରଫେସର୍‌ ରୂପେ ନିଯୁକ୍ତି ଦିଆଯିବା କଥାରେ ବି ସନ୍ଦେହ ସୃଷ୍ଟି ହୋଇଛି। ତାଙ୍କ ନିଯୁକ୍ତିରେ କାହାର ପ୍ରଭାବ ରହିଛି ଏବଂ ଅନେକେ ଏଥିପାଇଁ ପାର୍ଥ ଚାଟାର୍ଜୀଙ୍କୁ ସନ୍ଦେହ କରୁଛନ୍ତି। ମୋନାଲିସାଙ୍କ ନିଯୁକ୍ତିରେ ତାଙ୍କର ବିଶେଷ ଭୂମିକା ରହିଛି। ମୋନାଲିସାଙ୍କର ଶାନ୍ତି ନିକେତନରେ ମଧ୍ୟ ଘର ଅଛି।

publive-image Image Courtesy of PKB News

କିନ୍ତୁ, ପାର୍ଥ ଚାଟାର୍ଜୀଙ୍କ ସହିତ ତାଙ୍କର କିଭଳି ସମ୍ପର୍କ ତାହା ଏଯାବତ୍‌ ସ୍ପଷ୍ଟ ଜଣାପଡ଼ିନାହିଁ। କିନ୍ତୁ, ଜଣେ ପ୍ରଫେସର୍‌ ୧୦ଟି ଫ୍ଲାଟ୍‌ର ମାଲିକାଣୀ ହେବା ଘଟଣା ସାଧାରଣରେ ସନ୍ଦେହ ସୃଷ୍ଟି କରିଛି।

ଉଲ୍ଲେଖଯୋଗ୍ୟ, ପାର୍ଥଙ୍କର ଅନ୍ୟତମ ସହକାରୀ ଅର୍ପିତା ମୁଖାର୍ଜୀଙ୍କ ହରିଦେବପୁର ଫ୍ଲାଟ୍‌ରୁ ପ୍ରବର୍ତ୍ତନ ନିର୍ଦେଶାଳୟ ୨୧ କୋଟି ଟଙ୍କା ଓ ୨୦ରୁ ଊର୍ଦ୍ଧ୍ବ ମୋବାଇଲ୍‌ ଫୋନ୍‌ ଜବତ କରିଛି। ଅର୍ପିତା ଏବଂ ମୋନାଲିସା କିଭଳି ବିପୁଳ ପରିମାଣର ଧନସମ୍ପତ୍ତିର ଅଧିକାରିଣୀ ହେଲେ ଓ ସେଥିରେ ପାର୍ଥଙ୍କର ଭୂମିକା ଅଛି କି, ନାହିଁ, ସେ ବିଷୟରେ ପ୍ରବର୍ତ୍ତନ ନିର୍ଦେଶାଳୟ ଜାଣିବାକୁ ଉଦ୍ୟମ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe