Image Courtesy of ETimes
ନୂଆଦିଲ୍ଲୀ: ଅକ୍ସଫୋର୍ଡ ୟୁନିଭର୍ସିଟିର କୋଭିଡ୍-୧୯ ପ୍ରତିଷେଧକ ଟିକାର ରୋଗପ୍ରତିରୋଧକ ଶକ୍ତି ଉତ୍ସାହପ୍ରଦ ବୋଲି ଏଥିରେ ସମ୍ପୃକ୍ତ ଜଣେ ବରିଷ୍ଠ ବୈଜ୍ଞାନିକ ବୁଧବାର ଦିନ କହିଛନ୍ତି। କିନ୍ତୁ, ଏହି ଟିକା ପ୍ରସ୍ତୁତ ହୋଇ କେବେ ଉପଲବ୍ଧ ହେବ ସେ ସଂକ୍ରାନ୍ତରେ କିଛି ସୂଚନା ଦେବାକୁ ସେ ମନା କରି ଦେଇଛନ୍ତି।
ସଂସଦୀୟ ଶୁଣାଣିରେ ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟର ଭ୍ୟାକ୍ସିନୋଲୋଜି ବିଭାଗର ପ୍ରଫେସର୍ ସାରା ଗିଲ୍ବର୍ଟ କହିଛନ୍ତି, ଆଷ୍ଟ୍ରାଜେନିକାକୁ ଲାଇସେନ୍ସ୍ ପ୍ରଦାନ କରାଯାଇଥିବା ଏଜେଡ୍ଡି ୧୨୨୨ ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷାରେ ୮୦୦୦ ସ୍ବେଚ୍ଛାସେବୀ ନାମ ପଞ୍ଜିକରଣ କରିଛନ୍ତି।
ସେ ଆହୁରି କହିଛନ୍ତି, ଟିକାର ରୋଗପ୍ରତିରୋଧକ ମୁକାବିଲା ସଠିକ୍ ଭାବେ ଚାଲୁଛି; ଭୁଲ୍ ହେଉନାହିଁ। ଏକଥା ଜାଣି ଆମେ ଆନନ୍ଦିତ।
୧୮ ବର୍ଷରୁ ଊର୍ଦ୍ଧ୍ବ ବୟସ୍କ ଲୋକମାନଙ୍କ ଶରୀରରେ ଏହି ଟିକା କିପରି କାମ କରୁଛି ଓ କୋଭିଡ୍-୧୯ ସଂକ୍ରମଣରୁ ରକ୍ଷା କରାଉଛି କି, ନାହିଁ, ତାହାର ମୂଲ୍ୟାୟନ ପାଇଁ ତୃତୀୟ ପର୍ଯ୍ୟାୟ ପରୀକ୍ଷା ଆରମ୍ଭ ହୋଇଛି।
Follow Us