ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟ ପ୍ରସ୍ତୁତ କରୋନା ଭୂତାଣୁ ଟୀକାର ଆରମ୍ଭ ହେଲା ହ୍ୟୁମାନ୍ ଟ୍ରାଏଲ୍; ଗବେଷିକାଙ୍କୁ ଦିଆଗଲା ପ୍ରଥମ ଟୀକା

Advertisment
ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟ ପ୍ରସ୍ତୁତ କରୋନା ଭୂତାଣୁ ଟୀକାର ଆରମ୍ଭ ହେଲା ହ୍ୟୁମାନ୍ ଟ୍ରାଏଲ୍; ଗବେଷିକାଙ୍କୁ ଦିଆଗଲା ପ୍ରଥମ ଟୀକା

ଲଣ୍ଡନ୍ : ମହାମାରୀ କରୋନା କବଳରୁ ନିସ୍ତାର ପାଇବା ଲାଗି ବିଶ୍ବର ବିଭିନ୍ନ ଦେଶରେ ଟୀକା ପ୍ରସ୍ତୁତି ଲାଗି ଗବେଷଣା ଜାରି ରହିଛି। ତେବେ ଏଥିରେ ପ୍ରାଥମିକ ସଫଳତା ମିଳିଛି ବ୍ରିଟେନର ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟକୁ । ବିଶ୍ବବିଦ୍ୟାଳୟ ପକ୍ଷରୁ ପ୍ରସ୍ତୁତ କରୋନା ଭାଇରସ୍ ଟୀକାର ମାନବିକ ପରୀକ୍ଷଣ ବା ହ୍ୟୁମାନ୍ ଟ୍ରାଏଲ୍ କରାଯାଇଛି। ଗୁରୁବାର ଦୁଇ ଜଣଙ୍କୁ ଏହି ଟୀକା ଦିଆଯାଇଛି।  ଜଣେ ମହିଳା ସ୍ବେଚ୍ଛାସେବୀଙ୍କୁ ପ୍ରଥମ ଟୀକା ଦିଆଯାଇଛି। ଏହି ସ୍ବେଚ୍ଛାସେବୀ ଜଣକ ହେଉଛନ୍ତି ଏଲିସା ଗ୍ରାନାଟୋ। ଗ୍ରାନାଟୋ ଜଣେ ଗବେଷିକା ଏବଂ ସେ ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟର ମାଇକ୍ରୋଲୋଜି ବିଭାଗରେ ସେ ଗବେଷଣା କରୁଛନ୍ତି। ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟ ଅଧିନସ୍ଥ ଜେନର ଇନଷ୍ଟିଚ୍ୟୁଟର ପ୍ରଫେସର ଗବେଷିକା ଡା. ସାରା ଗିଲବର୍ଟଙ୍କ ଅଧିନରେ ଗବେଷଣା ହୋଇ ଏହି ସଫଳତା ମିଳିଛି।

publive-image Courtesy: BBC

ଇଂଲଣ୍ଡରେ  ଟୀକାର ମାନବିକ ପରୀକ୍ଷଣ ପରେ ବିଶ୍ବବ୍ୟାପି ଉତ୍ସାହ ଦେଖାଯାଇଛି। ପ୍ରଥମ ପରୀକ୍ଷଣ ପରେ ସିପାଞ୍ଜି ଶରୀରରୁ ମିଳିଥିବା ଭୂତାଣୁ ନିରୋଧରେ ସଫଳ ହୋଇଥିବା ସିଏଚ୍ଏଡିଓଏକ୍ସ୧ ଟିକାକୁ ଲଣ୍ଡନର ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟର ବୈଜ୍ଞାନିକମାନେ ୧୮ରୁ ୫୫ ବର୍ଷର ୫୧୦ ଜଣ ସ୍ବେଚ୍ଛାସେବୀଙ୍କ ଠାରେ ପ୍ରୟୋଗ କରିବାକୁ ଲକ୍ଷ୍ୟ ରଖିଛନ୍ତି।

publive-image

ପ୍ରଥମ ପର୍ଯ୍ୟାୟରେ ୧୮ରୁ ୫୫ ବର୍ଷ ବୟସ୍କ ୨୦୦ ଜଣ ସୁସ୍ଥ ସ୍ବେଚ୍ଛାସେବୀଙ୍କ ଠାରେ ଉକ୍ତ ଟିକାର ବିଭିନ୍ନ ମାତ୍ରା ପ୍ରୟୋଗ ହେବା ପରେ ଦ୍ବିତୀୟ ପର୍ଯ୍ୟାୟରେ କିଛି ଅଧିକ ସଂକ୍ରମଣପ୍ରବଣ ବୟସ୍କମାନଙ୍କ ଠାରେ ଏହାର ପ୍ରୟୋଗ କରାଯିବ ବୋଲି କୁହାଯାଇଛିା ତେବେ ଏହାର ସଫଳତା ଅଶୀ ପ୍ରତିଶତ ରହିବା ସହ ଆଗାମୀ ସେପ୍ଟେମ୍ବର ସୁଦ୍ଧା ଟିକାର ୧୦ ଲକ୍ଷ ମାତ୍ରା ମିଳିଯିବ ବୋଲି ଏହି ପ୍ରକଳ୍ପର ଗବେଷଣା ନିର୍ଦ୍ଦେଶକ ସାରା ଗିଲବର୍ଟ୍ ଆଶାବାଦୀ ଥିବା କହିଛନ୍ତିା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe