ୟୁରୋପ୍‌ରେ ପୁଣି ଚାଲୁହେଲା ଅକ୍ସଫୋର୍ଡ ଟିକା

ୟୁରୋପ୍‌ରେ ପୁଣି ଚାଲୁହେଲା ଅକ୍ସଫୋର୍ଡ ଟିକା

France 24

ଲଣ୍ଡନ୍ : ଅକ୍ସଫୋର୍ଡ ଟିକାର ବ୍ୟବହାର ବନ୍ଦ କରିଥିବା ବିଭିନ୍ନ ୟୁରୋପୀୟ ରାଷ୍ଟ୍ରଗୁଡ଼ିକ ପୁଣିଥରେ ଟିକାର ବ୍ୟବହାର ଆରମ୍ଭ କରିଛନ୍ତି। ଅକ୍ସଫୋର୍ଡ ଟିକା ସୁରକ୍ଷିତ ଏବଂ ଟିକା ବ୍ୟବହାର ବନ୍ଦ କରିବାର କୌଣସି ଆବଶ୍ୟକତା ନାହିଁ ବୋଲି ନିକଟରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ‘ହୁ’ କହିଥି‌ଲା। ଗତକାଲି ମଧ୍ୟ ଇଏମ୍‌ଏ (ୟୁରୋପିଆନ୍‌ ମେଡିସିନ୍‌ସ ଏଜେନ୍ସି) ପକ୍ଷରୁ କୁହାଯାଇଥିଲା ଟିକା ଅନେକ ଲୋକଙ୍କୁ କରୋନା ମୃତ୍ୟୁ କବଳରୁ ରକ୍ଷା କରିଛି ଏବଂ ହସ୍ପିଟାଲ୍‌ରେ ରୋଗୀଙ୍କ ସଂଖ୍ୟା କମୁଛି। ଇଏମ୍‌ଏର ଏହି ଘୋଷଣା ପରେ ଟିକା ବ୍ୟବହାର ବନ୍ଦ କରିଥିବା ରାଷ୍ଟ୍ରମାନେ ପୁନଃ ଏହାର ବ୍ୟବହାର ଆରମ୍ଭ କରିଛନ୍ତି। ଜର୍ମାନିରେ ଆଜି ସକାଳୁ ଅକ୍ସଫୋର୍ଡ ଟିକାର ବ୍ୟବହାର ଆରମ୍ଭ ହୋଇଛି। ଫ୍ରାନ୍ସ , ଇଟାଲି, ସ୍ପେନ୍‌ ଏବଂ ଇଣ୍ଡୋନେସିଆ ମଧ୍ୟ ପୁଣିଥରେ ଏହି ଟିକାର ବ୍ୟବହାର କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe